Posted inଖେଳ

ଫିଟ୍‌ନେସ୍‌ କାରଣରୁ ହାର୍ଦ୍ଦିକ ବୋଲିଂ କରିନାହାନ୍ତି: ରୋହିତ

ଦୁବାଇ,୧୦।୧୧(ପି.ଟି.): ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରିବାକୁ ସହଜ ଅନୁଭବ କରୁନାହାନ୍ତି ବୋଲି ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ଫାଇନାଲର ଅବ୍ୟବହିତ ପୂର୍ବରୁ କହିଛନ୍ତି। ଚଳିତ ଆଇପିଏଲ୍‌ରେ ହାର୍ଦ୍ଦିକ ବୋଲିଂ କରିନାହାନ୍ତି। ତେବେ ଫିଟ୍‌ନେସ କାରଣରୁ ସେ ବୋଲିଂ କରିନାହାନ୍ତି ବୋଲି ରୋହିତ ସ୍ପଷ୍ଟ କରିଛନ୍ତି। ଯଦି ସେ ସହଜ ଅନୁଭବ କରୁଛନ୍ତି ତା’ହେଲେ ସେ ବୋଲିଂ କରିବାରେ ଅସୁବିଧା ନାହିଁ। କିନ୍ତୁ ସେ ଏବେ ବୋଲିଂ କରିବାକୁ ଆଦୌ ସହଜ ଅନୁଭବ କରୁନାହାନ୍ତି ବୋଲି ରୋହିତ କହିଛନ୍ତି। ସ୍ବାସ୍ଥ୍ୟପ୍ରତି ସେ ଅଧିକ ଧ୍ୟାନ ଦେବା ଉଚିତ। ତେବେ ବ୍ୟାଟିଂରେ ହାର୍ଦ୍ଦିକ ଏଥର ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଦଳରେ ତାଙ୍କର ଗୁରୁତ୍ୱ ରହିଛି। ସେ ମଧ୍ୟ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦଳ ଯିବ। ଗତବର୍ଷ ହାର୍ଦ୍ଦିକ ଇଂଲଣ୍ଡରେ ପିଠିରେ ଅସ୍ତ୍ରୋପଚାର କରାଇଥିଲେ। ୨୦୧୯ରେ ସେପ୍ଟେମ୍ବରରେ ସେ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚ୍‌ ଖେଳିଥିଲେ। ସେ ମଧ୍ୟ ଦକ୍ଷିଣ ଆଫ୍ରିକ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ଥିଲେ। ବାଂଲାଦେଶ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟ ସିରିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ସେ ଖେଳି ନ ଥିଲେ ଓ ପୂରା ନ୍ୟୁଜିଲାଣ୍ଡ ଗସ୍ତ ମଧ୍ୟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୩।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର...

ମହିଳା ସିଙ୍ଗଲ୍ସ: ମୁଗୁରୁଜା, କରବର, ହାଲେପଙ୍କ ଅଗ୍ରଗତି

ମେଲବୋର୍ନ, ୨୬।୧(ଏଏଫ୍‌ପି)- ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ ଖେଳାଳିମାନେ ଅଗ୍ରଗତି କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୨୬...

ରବି ଶାସ୍ତ୍ରୀ ଅବିଶ୍ୱସନୀୟ; ସେ ରାଗିବେ, ପୁଣି କିଭଳି ଭଲ ଖେଳିବ କହିବେ: ଗାଭାସ୍କର

ନୂଆଦିଲ୍ଲୀ,୨୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ରାଷ୍ଟ୍ରୀୟ କ୍ରିକେଟ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବ କ୍ରିକେଟରଙ୍କୁ ଖରାପ ସମୟରେ ପ୍ରେରଣା...

ଓଡ଼ିଶା ରଣଜୀ ଦଳରେ ୪ ପରିବର୍ତ୍ତନ

ଭୁବନେଶ୍ୱର,୨୪।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରଣଜୀ ଟ୍ରଫି ଦଳର ଆରମ୍ଭ ଭଲ ହୋଇନାହିଁ। ବରୋଦା ବିପକ୍ଷରେ ଦଳ ପ୍ରଥମ ଇନିଂସରେ ପଛୁଆ ରହି ମ୍ୟାଚ ଡ୍ର ରଖିଥିବାବେଳେ...

ବିଜୟଠାରୁ ମାତ୍ର ୮ ଉଇକେଟ୍‌ ଦୂରରେ ଭାରତ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ...

ଇସିଙ୍କ ଜାତୀୟ ଆଇକନ୍‌ ହେବେ ତେନ୍ଦୁଲକର

ନୂଆଦିଲ୍ଲୀ,୨୩ା୮(ପି.ଟି.): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିର୍ବାଚନ କମିଶନ(ଇସି)ଙ୍କ ଜାତୀୟ ଆଇକନ୍‌ ହେବାକୁ ଯାଉଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେବା ଲାଗି...

କ୍ରିକେଟ ଛାଡି ବ୍ୟବସାୟ ଆରମ୍ଭ କଲେ ଏହି ଖେଳାଳି

ଗୋଟିଏ ପଟେ ଭାରତୀୟ ଦଳ ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଦଳର...

Advertisement
Archives

Model This Week