Posted inଖେଳ

ରୋହିତ ଉପଅଧିନାୟକ

ନୂଆଦିଲ୍ଲୀ, ୨।୧(ପି.ଟି.)-
ସିନିୟର ଓପନର ରୋହିତ ଶର୍ମା କ୍ୟାରିୟରରେ ପ୍ରଥମଥରପାଇଁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ରୋହିତଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ଆଡିଲେଡ୍‌ରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ପରେ ନିୟମିତ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଥିବାବେଳେ ପୂଜାରାଙ୍କୁ ଦ୍ୱିତୟ ଟେଷ୍ଟ ପାଇଁ ଅଜିଙ୍କ୍ୟ ରାହାନେଙ୍କ ଡେପୁଟି ମନୋନୀତ କରାଯାଇଥିଲା। ମାତ୍ର ରୋହିତ ଫିଟ୍‌ ହେବାପରେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଏହି ଦାୟିତ୍ୱ ଦେଇଛି। ”ବିରାଟଙ୍କ ଅନୁପସ୍ଥିତିରେ ରାହାନେଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିବାପରେ କିଏ ଉପଅତ୍ଧନାୟକ ହେବେ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିଲା। ମାତ୍ର ରୋହିତ ଫିଟ୍‌ ହେଲେ ତାଙ୍କୁ ଏହି ଦାୟିତ୍ୱ ଦେବବୋଲି ମ୍ୟାନେଜମେଣ୍ଟ ସ୍ଥିର କରିଥିଲା। ସେ ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ନ ହେବାରୁ ପୂଜାରାଙ୍କୁ ଉପଅଧିନାୟକ କରାଯାଇଥିଲା ବୋଲି ଜଣେ ସିନିୟର ଅଫିସିଆଲ ପ୍ରକାଶ କରିଛନ୍ତି। ରୋହିତ ଦୀର୍ଘଦିନଧରି ଭାରତୀୟ ସୀମିତ ଓଭର କ୍ରିକେଟରେ ଉପଅଧିନାୟକ ଦାୟିତ୍ୱ ତୁଲାଇ ଆସିଛନ୍ତି। ତେଣୁ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କୁ ଭାରତୀୟ ଲିଡରଶିପ୍‌ ଗ୍ରୁପରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ୧୪ ଦିନିଆ କଷ୍ଟସାଧ୍ୟ କ୍ୱାରାଣ୍ଟାଇନ୍‌ ସମୟ କଟାଇବାପରେ ରୋହିତଙ୍କୁ ଦଳରେ ଭବ୍ୟ ସ୍ବାଗତ କରାଯାଇଥିଲା। ତେବେ ଖରାପ ଫର୍ମରେ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କ ସ୍ଥାନରେ ରୋହିତ ଇନିଂସ ଓପନ କରିବେ ନା ସମାନ ପରିସ୍ଥିତିଦେଇ ଗତି କରୁଥିବା ହନୁମା ବିହାରୀଙ୍କ ସ୍ଥାନରେ ସେ ମିଡିଲ ଅର୍ଡରରେ ବ୍ୟାଟିଂ କରିବେ ତାହା ଚୂଡ଼ାନ୍ତ ହୋଇନାହିଁ। ରୋହିତ ୩୨ଟି ଟେଷ୍ଟ ଖେଳି ୪୬ରୁ ଊର୍ଦ୍ଧ୍ୱ ହାରରେ ରନ ସଂଗ୍ରହ କରିଥିବାବେଳେ ୬ଟି ଶତକ ଅର୍ଜନ କରିଛନ୍ତି। ୨୦୧୯ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ୨୧୨ ରନ ସ୍କୋର କରିଥିଲେ। ତୃତୀୟ ଟେଷ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତୀୟ ଦଳ ୫ରେ ମେଲବୋର୍ନରୁ ସିଡ୍‌ନୀ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri