ଯନ୍ତ୍ରଣା ନିବାରକ ‘ରୋବୋଟିକ୍‌ ପିଲ୍‌’

ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍‌ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍‌ ନେବା ସହଜ କଥା ନ ହେଲେ ମଧ୍ୟ ଜୀବନ ରକ୍ଷା ପାଇଁ ସେମାନେ ଡରରେ ଏହା କରିଥାନ୍ତି। ତେବେ ଏ ପ୍ରକାର ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଆମେରିକାର ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ପକ୍ଷରୁ ରୋବୋଟିକ୍‌ ପିଲ୍‌ ତିଆରି କରାଯାଇଛି। ଏହା ଜରିଆରେ ରୋଗୀଙ୍କୁ ଇନ୍‌ସୁଲିନ୍‌ ଏବଂ ଆଣ୍ଟିବାୟୋଟିକ୍‌ ନେବା ଅଧିକ ସହଜ ହେବ। ଶରୀରରେ ଥିବା ମ୍ୟୁକସ୍‌ ବ୍ୟାରିୟରକୁ ଇନ୍‌ସୁଲିନ୍‌ ଓ ଆଣ୍ଟିବାୟୋଟିକ୍‌ ସହଜରେ ଭେଦ କରିପାରେ ନାହିଁ। ଫଳରେ ଇଞ୍ଜେକ୍ସନ ଦ୍ୱାରା ନିଆଯାଉଥିବା ଇନ୍‌ସୁଲିନ୍‌ର ମାତ୍ର ୧% ଶରୀର ମଧ୍ୟରେ ପ୍ରବେଶ କରିବାକୁ ସକ୍ଷମ ହେଉଥିବାବେଳେ ଏ ପ୍ରକାର ପ୍ରତିବନ୍ଧକକୁ ରୋବୋଟିକ୍‌ ପିଲ ଦୂର କରିବ ବୋଲି ଏମ୍‌ଆଇଟି ପକ୍ଷରୁ କୁହାଯାଇଛି। ରୋବୋଟିକ୍‌ ପିଲ୍‌ ମ୍ୟୁକସ୍‌ ବ୍ୟାରିୟରକୁ ଡ୍ରିଲ୍‌ କରି ଶରୀର ମଧ୍ୟକୁ ପ୍ରବେଶ କରିବ।

ରୋବୋଟିକ୍‌ ପିଲ୍‌ ବା ରୋବୋକ୍ୟାପ୍‌ର ଆକାର ମଲ୍ଟିଭିଟାମିନ୍‌ ଟାବ୍‌ଲେଟ୍‌ ଭଳି। ଏହା ଭିତରେ ଥିବା ଟିନି କମ୍ପାର୍ଟମେଣ୍ଟରେ ଔଷଧ (ଇନ୍‌ସୁଲିନ୍‌, ଆଣ୍ଟିବାୟୋଟିକ୍‌) ରଖାଯିବାର ସୁବିଧା ରହିଛି। ଅଣ୍ଡାକାର ରୋବୋକ୍ୟାପ୍‌ର ବହିଃପାର୍ଶ୍ୱ ଜିଲେଟିନ୍‌ରେ ତିଆରି ହୋଇଥିବାବେଳେ ଏହା ନିର୍ଦ୍ଦିଷ୍ଟ ପିଏଚ୍‌ (ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ୍‌)ରେ ଶରୀର ମଧ୍ୟରେ ମିଳେଇଯିବ। ପିଲ୍‌କୁ ଗିଳିବା ପରେ ଯେତେବେଳେ ଏହା ପାକସ୍ଥଳୀରେ ପହଞ୍ଚେ ଧୀରେ ଧୀରେ ବାହାରର ଆବରଣ ମିଳେଇଯାଏ। ପିଲ୍‌ରେ ଖଞ୍ଜା ଯାଇଥିବା ମୋଟର ଆକ୍ଟିଭ୍‌ ହୋଇଯାଏ ଓ ରୋବୋକ୍ୟାପ୍‌ ପାକସ୍ଥଳୀରେ ଘୂରିବା ଆରମ୍ଭ କରିଦିଏ। ମ୍ୟୁକସ୍‌ ବ୍ୟାରିୟର୍‌କୁ ଭେଦ କରିବା ପରେ ଔଷଧ ଥିବା କମ୍ପାର୍ଟମେଣ୍ଟ କ୍ଷୀଣ ହୋଇଯାଏ, ଯାହାଫଳରେ ଇନ୍‌ସୁଲିନ୍‌ ଅତି ସହଜରେ ଡାଇଜେଷ୍ଟିଭ୍‌ ଟ୍ରାକ୍‌ରେ ପହଞ୍ଚିଯାଏ। ପୂରା ପ୍ରକ୍ରିୟା ଶେଷ ହେବା ପରେ ରୋବୋକ୍ୟାପ୍‌ ଅନ୍ତନାଡ଼ି ଦେଇ ମଳଦ୍ୱାର ବାଟେ ବାହାରିଯାଏ।

ଏମ୍‌ଆଇଟିର ବୈଜ୍ଞାନିକମାନେ ୭ ଘୁଷୁରିଙ୍କଠାରେ ରୋବୋକ୍ୟାପ୍‌ର ପରୀକ୍ଷାମୂଳକ ପ୍ରୟୋଗ କରିଛନ୍ତି। ଏହା ଜରିଆରେ ଶରୀରରେ ଔଷଧ ଆବ୍‌ଜର୍ଭ କରିବାର କ୍ଷମତା ୨୦ରୁ ୪୦ ଗୁଣା ବଢ଼ିଥିବା ଜଣାପଡ଼ିଛି। ଗୋଟିଏ ଘଣ୍ଟା ମଧ୍ୟରେ ରୋବୋକ୍ୟାପ୍‌ ଶରୀରରେ କାର୍ଯ୍ୟ କରିବା ଆରମ୍ଭ କରିଥାଏ। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପକ୍ଷେ ଏହା କିପରି କାର୍ଯ୍ୟ କରିବ, ସେନେଇ ଗବେଷଣା କରାଯିବା ଆବଶ୍ୟକ ବୋଲି ୟୁନିଭର୍ସିଟି କଲେଜ, ଲଣ୍ଡନର ଗବେଷକ ଅବଦୁଲ ବସିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ କୂଳରୁ ମିଳିଲା ଶରଣାର୍ଥୀ ବାପ-ଝିଅଙ୍କ ମୃତଦେହ: ଫଟୋ ଭାଇରାଲ

ନ୍ୟୁୟର୍କ, ୨୬।୬: ୨୦୧୫ରେ ସିରିଆର ଶରଣାର୍ଥୀ ଶିଶୁ ଆଲନ କୁର୍ଦ୍ଦି ସମୁଦ୍ରକୂଳରେ ପଡିଥିବାର ଦୃଶ୍ୟ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସେମିତି ଏକ ହୃଦୟବିଦାରକ ଚିତ୍ର...

ପର୍ଯ୍ୟଟନର ପେଣ୍ଠସ୍ଥଳ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପର୍ଯ୍ୟଟକ ଅନେକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର, ଦୁର୍ଗ, ସଂଗ୍ରହାଳୟ, ମଠ, ମନ୍ଦିର ଆଦି ଦେଖିବାକୁ ପାଇପାରିବେ।...

ସ୍ବଭାବରେ ଏଭଳି ହୋଇଥାନ୍ତି ‘ଏସ୍‌’ ନାମଧାରୀ ବ୍ୟକ୍ତି; ଜାଣିଲେ…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ବିବାହ କରିବାକୁ ଚିନ୍ତା କରୁଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ସମର୍ଥନ ଜୁଟାଇବାରେ ପାକ୍‌ ବିଫଳ

ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ...

ପର୍ତ୍ତୁଗାଲ ରାଷ୍ଟ୍ରପତି କରୋନା ପଜିଟିଭ୍‌

ଲିସବନ୍‌,୧୨।୧: ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍କେଲୋ ରେବେଲୋ ଡେ ସୌସାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ତାଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ...

ଫ୍ୟାଶନରେ ଅଳତା

ପୂଜା ପାର୍ବଣ ସମୟରେ ମହିଳାମାନେ ବି ଆକର୍ଷଣୀୟ ଦେଖାଯିବା ପାଇଁ ନିଜକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥାନ୍ତି। ଝିଲ୍‌ମିଲ୍‌ ଡ୍ରେସ୍‌ କିମ୍ବା ଶାଢି ସାଙ୍ଗକୁ ମ୍ୟାଚିଂ...

ହଟିଲା ପୁଟିନ୍‌ଙ୍କ ମୂର୍ତ୍ତି

ପ୍ୟାରିସ୍‌,୩ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ହିଟ୍‌ଲର’ଙ୍କ ସହ ତୁଳନା କରାଯାଉଛି। ଏପରି କି ବିଭିନ୍ନ ଦେଶରେ ପୁଟିନ୍‌ଙ୍କ ବିରୋଧରେ...

Advertisement
Archives

Model This Week