ଯନ୍ତ୍ରଣା ନିବାରକ ‘ରୋବୋଟିକ୍‌ ପିଲ୍‌’

ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍‌ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍‌ ନେବା ସହଜ କଥା ନ ହେଲେ ମଧ୍ୟ ଜୀବନ ରକ୍ଷା ପାଇଁ ସେମାନେ ଡରରେ ଏହା କରିଥାନ୍ତି। ତେବେ ଏ ପ୍ରକାର ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଆମେରିକାର ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ପକ୍ଷରୁ ରୋବୋଟିକ୍‌ ପିଲ୍‌ ତିଆରି କରାଯାଇଛି। ଏହା ଜରିଆରେ ରୋଗୀଙ୍କୁ ଇନ୍‌ସୁଲିନ୍‌ ଏବଂ ଆଣ୍ଟିବାୟୋଟିକ୍‌ ନେବା ଅଧିକ ସହଜ ହେବ। ଶରୀରରେ ଥିବା ମ୍ୟୁକସ୍‌ ବ୍ୟାରିୟରକୁ ଇନ୍‌ସୁଲିନ୍‌ ଓ ଆଣ୍ଟିବାୟୋଟିକ୍‌ ସହଜରେ ଭେଦ କରିପାରେ ନାହିଁ। ଫଳରେ ଇଞ୍ଜେକ୍ସନ ଦ୍ୱାରା ନିଆଯାଉଥିବା ଇନ୍‌ସୁଲିନ୍‌ର ମାତ୍ର ୧% ଶରୀର ମଧ୍ୟରେ ପ୍ରବେଶ କରିବାକୁ ସକ୍ଷମ ହେଉଥିବାବେଳେ ଏ ପ୍ରକାର ପ୍ରତିବନ୍ଧକକୁ ରୋବୋଟିକ୍‌ ପିଲ ଦୂର କରିବ ବୋଲି ଏମ୍‌ଆଇଟି ପକ୍ଷରୁ କୁହାଯାଇଛି। ରୋବୋଟିକ୍‌ ପିଲ୍‌ ମ୍ୟୁକସ୍‌ ବ୍ୟାରିୟରକୁ ଡ୍ରିଲ୍‌ କରି ଶରୀର ମଧ୍ୟକୁ ପ୍ରବେଶ କରିବ।

ରୋବୋଟିକ୍‌ ପିଲ୍‌ ବା ରୋବୋକ୍ୟାପ୍‌ର ଆକାର ମଲ୍ଟିଭିଟାମିନ୍‌ ଟାବ୍‌ଲେଟ୍‌ ଭଳି। ଏହା ଭିତରେ ଥିବା ଟିନି କମ୍ପାର୍ଟମେଣ୍ଟରେ ଔଷଧ (ଇନ୍‌ସୁଲିନ୍‌, ଆଣ୍ଟିବାୟୋଟିକ୍‌) ରଖାଯିବାର ସୁବିଧା ରହିଛି। ଅଣ୍ଡାକାର ରୋବୋକ୍ୟାପ୍‌ର ବହିଃପାର୍ଶ୍ୱ ଜିଲେଟିନ୍‌ରେ ତିଆରି ହୋଇଥିବାବେଳେ ଏହା ନିର୍ଦ୍ଦିଷ୍ଟ ପିଏଚ୍‌ (ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ୍‌)ରେ ଶରୀର ମଧ୍ୟରେ ମିଳେଇଯିବ। ପିଲ୍‌କୁ ଗିଳିବା ପରେ ଯେତେବେଳେ ଏହା ପାକସ୍ଥଳୀରେ ପହଞ୍ଚେ ଧୀରେ ଧୀରେ ବାହାରର ଆବରଣ ମିଳେଇଯାଏ। ପିଲ୍‌ରେ ଖଞ୍ଜା ଯାଇଥିବା ମୋଟର ଆକ୍ଟିଭ୍‌ ହୋଇଯାଏ ଓ ରୋବୋକ୍ୟାପ୍‌ ପାକସ୍ଥଳୀରେ ଘୂରିବା ଆରମ୍ଭ କରିଦିଏ। ମ୍ୟୁକସ୍‌ ବ୍ୟାରିୟର୍‌କୁ ଭେଦ କରିବା ପରେ ଔଷଧ ଥିବା କମ୍ପାର୍ଟମେଣ୍ଟ କ୍ଷୀଣ ହୋଇଯାଏ, ଯାହାଫଳରେ ଇନ୍‌ସୁଲିନ୍‌ ଅତି ସହଜରେ ଡାଇଜେଷ୍ଟିଭ୍‌ ଟ୍ରାକ୍‌ରେ ପହଞ୍ଚିଯାଏ। ପୂରା ପ୍ରକ୍ରିୟା ଶେଷ ହେବା ପରେ ରୋବୋକ୍ୟାପ୍‌ ଅନ୍ତନାଡ଼ି ଦେଇ ମଳଦ୍ୱାର ବାଟେ ବାହାରିଯାଏ।

ଏମ୍‌ଆଇଟିର ବୈଜ୍ଞାନିକମାନେ ୭ ଘୁଷୁରିଙ୍କଠାରେ ରୋବୋକ୍ୟାପ୍‌ର ପରୀକ୍ଷାମୂଳକ ପ୍ରୟୋଗ କରିଛନ୍ତି। ଏହା ଜରିଆରେ ଶରୀରରେ ଔଷଧ ଆବ୍‌ଜର୍ଭ କରିବାର କ୍ଷମତା ୨୦ରୁ ୪୦ ଗୁଣା ବଢ଼ିଥିବା ଜଣାପଡ଼ିଛି। ଗୋଟିଏ ଘଣ୍ଟା ମଧ୍ୟରେ ରୋବୋକ୍ୟାପ୍‌ ଶରୀରରେ କାର୍ଯ୍ୟ କରିବା ଆରମ୍ଭ କରିଥାଏ। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପକ୍ଷେ ଏହା କିପରି କାର୍ଯ୍ୟ କରିବ, ସେନେଇ ଗବେଷଣା କରାଯିବା ଆବଶ୍ୟକ ବୋଲି ୟୁନିଭର୍ସିଟି କଲେଜ, ଲଣ୍ଡନର ଗବେଷକ ଅବଦୁଲ ବସିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri