ପୋଲିସ ବେଶରେ ଆସି ଡକାୟତି: ୩ ଜଣଙ୍କୁ ଧରିଦେଲେ ଗ୍ରାମବାସୀ

ଭବାନୀପାଟଣା,୧୧ା୧୧(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଏମ୍‌ ରାମପୁର ଥାନା ଅନ୍ତର୍ଗତ ଦେଢ଼ଶୂଲି ପଞ୍ଚାୟତ ଡଙ୍ଗରିଆ ରୁବେନ ଗାଁର ରିପା ମାଝିଙ୍କ ଘରକୁ ରବିବାର ରାତିରେ ପୋଲିସ ବେଶରେ କେତେଜଣ ଦୁର୍ବୃତ୍ତ ଆସି ଡକାୟତି କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ୩ ଜଣଙ୍କୁ କାବୁକରି ସ୍ଥାନୀୟ ମୋହନଗିରି ଫାଣ୍ଡି ଜିମା ଦେଇଥିଲେ। ଏହାସହ ଦୁର୍ବୃତ୍ତମାନେ ସାଙ୍ଗରେ ଧରି ଆସିଥିବା ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ରିପାଙ୍କ ଘରକୁ ୭ ଜଣ ଦୁର୍ବୃତ୍ତ ପୋଲିସ ପୋଷାକ ପିନ୍ଧି ଏକ ଧଳା ରଙ୍ଗର ବୋଲେରୋ (ନଂ.ଓଡି ୦୭ବି ୩୮୨୮)ରେ ଆସିଥିଲେ। ଏହି ସମୟରେ ରିପା ତାଙ୍କୁ ପଚାରିବାରୁ ତମ ଘରେ ଦୁଇଜଣ ଫେରାର ଝିଅପୁଅ ଲୁଚି ରହିଛନ୍ତି। ଆମେ ପୋଲିସବାଲା, ତାଙ୍କୁ ଧରିବାକୁ ଆସିଛୁ କହି କାଠଫାଳିଆ ଓ ଛୁରି ଧରି ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ। ପରେ ସେମାନେ ଘରେ ବାକ୍ସରେ ଥିବା ୨ ଲକ୍ଷ ୪୦ ହଜାର ଗ୍ରୁପ୍‌ ଲୋନ ଟଙ୍କା ଲୁଟି ନେଇଥିବା ରିପା ଅଭିଯୋଗ କରିଛନ୍ତି। ଟଙ୍କା ଲୁଟ୍‌ ସମୟରେ ପରିବାର ଲୋକେ ପାଟିତୁଣ୍ଡ କରିଥିଲେ। ଗ୍ରାମବାସୀ ଘଟଣାସ୍ଥଳକୁ ଆସିବା ପରେ ୪ଜଣ ଦୁର୍ବୃତ୍ତ ସେଠାରୁ ଖସି ପଳାଇଥିବାବେଳେ ୩ଜଣ ଗାଁ ଲୋକଙ୍କ ହାବୁଡ଼ରେ ପଡିଥିଲେ। ଗ୍ରାମବାସୀ ଏ ନେଇ ମୋହନଗିରି ଫାଣ୍ଡି ପୋଲିସକୁ ଜଣାଇଥିଲେ। ହେଲେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ କହି ପୋଲିସ ଉକ୍ତ ଗ୍ରାମକୁ ନ ଯିବାରୁ ଗାଁ ଲୋକେ ସୋମବାର ବୋଲେରୋ ସହିତ ଅଭିଯୁକ୍ତମାନଙ୍କୁ ଫାଣ୍ଡିକୁ ଆଣି ପୋଲିସ ଜିମା ଦେଇଥିଲେ। ସ୍ଥାନୀୟ ପୋଲିସ ତଦନ୍ତ କରିବା ପରେ ସେମାନଙ୍କୁ ଏମ୍‌ ରାମପୁର ଥାନାକୁ ନେଇଥିଲେ। ସେଠାରେ ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପୋଲିସଠାରୁ ସୂଚନା ମିଳିଛି। ସମ୍ପୃକ୍ତ ୩ ଦୁର୍ବୃତ୍ତ କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?