ପାଟଣାଗଡ଼ ଜୁଏଲେରି ଦୋକାନରୁ ଡକାୟତି

ବଲାଙ୍ଗୀର ଅଫିସ,୬ା୮: ପାଟଣାଗଡ ମେନରୋଡଠାରେ ଥିବା ଅମୃତ କଳସ ଜୁଏଲେରି ଦୋକାନରୁ ଶୂୁକ୍ରବାର ଅପରାହ୍ଣରେ ଏକ ବଡଧରଣର ଡକାୟତି ହୋଇଛି। ୬ ଜଣ ଡକାୟତ ଦୋକାନ ଭିତରକୁ ପଶି ଦୋକାନ ମାଲିକ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର, ୪୦ ହଜାର ଟଙ୍କାର ମୋବାଇଲ, ୬୦ ହଜାର ନଗଦ ଟଙ୍କା ଏବଂ ସିସିଟିଭି ହାର୍ଡ ଡିକ୍ସ ଧରି ଫେରାର ମାରିଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ମୁକେଶ ଜୈନଙ୍କୁ ଡକାୟତମାନେ ଆକ୍ରମଣ କରିଥିବା ଜଣାଯାଇଛି ।
ଅଭିଯୋଗ ଅନୁଯାୟୀ, ଅପରାହ୍ଣ ପ୍ରାୟ ୪ଟା ସମୟରେ ଗହଣା ଦୋକାନ ମାଲିକ ମୁକେଶ ଖାଇ ସାରିବା ପରେ ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଖୋଲିବା ପରେ ସେ ଏବଂ ତାଙ୍କର ଦୁଇଜଣ କର୍ମଚାରୀ ଦୋକାନ ଭିତରେ ଥିଲେ। ଏତିକିବେଳେ ତିନିଟି ବାଇକ୍‌ରେ ୬ ଜଣ ଡକାୟତ ମୁଖାପିନ୍ଧି ତାଙ୍କ ଦୋକାନକୁ ପଶିଥିଲେ। ସେମାନେ ବନ୍ଧୁକ ଦେଖାଇ ଦୋକାନ ମାଲିକ, କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ଏହାପରେ ଦୋକାନ ଭିତରେ ଥିବା ସୁନାଗହଣା ଲୁଟିବା ଆରମ୍ଭ କରିଥିଲେ। ଦୋକାନ ମାଲିକ ଜୈନ ବାଧା ଦେବାରୁ ସେମାନେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଡକାୟତ ଦଳ ଦୋକାନରୁ ସୁନାଗହଣା, ମୋବାଇଲ, ନଗଦ ଟଙ୍କା ଲୁଟି ନେଇ ଯିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଢେଲାପଥର ମାରିଥିଲେ ମଧ୍ୟ ସେମାନେ ସେଠାରୁ ଖସିଯିବାକୁ ସଫଳ ହୋଇଥିଲେ। ଗୋଟିଏ ବାଇକ୍‌ରେ ଡକାୟତ କଣ୍ଟାବାଞ୍ଜି ପଟକୁ ଏବଂ ଅନ୍ୟ ଏକ ବାଇକରେ ଲରମ୍ଭା ପଟକୁ ପଳାଇ ଥିବା ବେଳେ ତୃତୀୟ ବାଇକ୍‌ କୁଆଡେ ଗଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପାଟଣାଗଡ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପାଟଣାଗଡ ଏସ୍‌ଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କ ନେତୃତ୍ୱରେ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି...

କୂଳ ଖାଉଛି ବୁଢ଼ାବଳଙ୍ଗ :ଆତଙ୍କିତ ଅବସ୍ଥାରେ ୧୫ ପରିବାର

ବାଲେଶ୍ୱର ଅଫିସ, ୨୪।୮(ମାନସ ବିଶ୍ୱାଳ) -ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ପଞ୍ଚାୟତ ଦହପଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀ କୂଳ...

ସଂକ୍ରମଣ ବଢୁଥିଲେ ବି ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ଲଣ୍ଡନ,୬ ।୭: ସାରା ବିଶ୍ୱରେ କରୋନା ମହାମାରୀ ଏବେବି ତା’ର ତାଣ୍ଡବ ରଚି ଚାଲିଛି । ଧିରେ ଧିରେ ଏହି ମହାମାରୀ ସହ ଲୋକେ ବଞ୍ଚିବା...

୧୦ରୁ ଊର୍ଦ୍ଧ୍ୱ ତାଳଗଛ ଜଳିଗଲା

ପଡିଆ,୧୯ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ପଡିଆ ବ୍ଲକ କଲୋନୀରେ ବର୍ଷାପବନ ହୋଇ ଏକ ଦୁର୍ଘଟଣା ଘଟିଯାଇଛି। କଲୋନୀ ପଛପଟେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଛିଡିପଡି ୧୦...

ସ୍ମୃତିରେ ନ ଅଟକୁ ସ୍ମୃତି ଭବନ

ବଇଣ୍ଡା,୧୫ା୮(ପରିକ୍ଷିତ ସାହୁ):ମହାତ୍ମାଙ୍କ ଆଗମନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ହୋଇଛି ଅନେକ ବ୍ୟବସ୍ଥା। ଗାନ୍ଧୀ ସ୍ମୃତିଭବନ, ଡାକବଙ୍ଗଳା ନିର୍ମାଣ...

ସାନିଟାଇଜର ତିଆରି କଲା ପ୍ରଶାସନ

ସମ୍ବଲପୁର,୧୦ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ତଥାପି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।...

ନୂଆ ନିର୍ଦ୍ଦେଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧ା୭ (ଡି.ଏନ୍‌.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଅନ୍‌ଲକ୍‌-୨ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ ହେବ। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ...

Advertisement
Archives

Model This Week