ମଣିପୁରମ୍‌ ଗୋଲ୍ଡ ଲୋନ୍‌ ସଂସ୍ଥାରୁ ଡକାୟତି ଉଦ୍ୟମ

ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍‌ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ ହୋଇଛି। ସଂସ୍ଥା କାର୍ଯ୍ୟାଳୟ ଖୋଲିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ମାକ୍ସ ଓ ଟୋପି ପିନ୍ଧି ଥିବା ବେଳେ କାନ୍ଧରେ ଏୟାର ବ୍ୟାଗ ସହ ହାତରେ ରିଭଲଭର ଧରି ଭିତରକୁ ପଶିଥିଲେ। ଜଣେ କାର୍ଯ୍ୟାଳୟ ସାମ୍ନାରେ ଜଗି ରହିଥିଲେ। ଅନ୍ୟ ୩ଜଣ କାର୍ଯ୍ୟାଳୟ ଭିତରକୁ ଯାଇ ଶାଖା ପରିଚାଳକ ଦେବାନନ୍ଦ ସାସ୍‌ମଲଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଓ ଟଙ୍କା ରଖାଯାଇଥିବା ଷ୍ଟ୍ରଙ୍ଗ୍‌ରୁମ ଚାବି ମାଗିଥିଲେ। ଏହି ସମୟରେ ଅଜାଣତରେ ଦେବାନନ୍ଦଙ୍କ ଗୋଡ଼ ସାଇରନ ସୁଇଚ୍‌ରେ ବାଜିଯିବାରୁ ସାଇରନ ହଠାତ୍‌ ବାକି ଉଠିଥିଲା। ହେଲେ ଦୁର୍ବୃତ୍ତମାନେ ଶାଖା ପରିଚାଳକ ଏବଂ କର୍ମଚାରୀଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ । ଖବର ପାଇ ସଦର ଏସ୍‌ଡିପିଓ ବିକାଶ ବେଉରା, ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ପୋଲିସ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ପୋଲିସ୍‌ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନରେ ସାମିଲ ହେଲେ ପୋଲିସ ଅଧିକାରୀ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ଗେଙ୍ଗୁଟି ପଞ୍ଚାୟତର ପଳାସପୁର ୟୂଜିଏମି ସ୍କୁଲଠାରେ ଆଚ୍ଛା ସଙ୍ଗଠନ ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।...

ଆରମ୍ଭରୁ କମିଲା, ୨୫ରୁ ବର୍ଷିବ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ): ଏ ବର୍ଷ ବିଳମ୍ବରେ ଓଡ଼ିଶାରେ ପହଞ୍ଚତ୍ଛି ମୌସୁମୀ। ପ୍ରତିବର୍ଷ ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଛୁଇଁଥାଏ। କିନ୍ତୁ ଏଥର ଚତୁର୍ଥ ସପ୍ତାହରେ ମୌସୁମୀ...

ସିଏମ୍‌ସି ମେୟରଙ୍କୁ କବାଟ ଭେଟି

କଟକ ଅଫିସ, ୧୫ା୯: ମୁଁ ବାଥ୍‌ରୁମ୍‌ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି। ବାଥରୁମ୍‌ କବାଟ ଭାଙ୍ଗି ପଡିଥିବା ନେଇ କଟକ...

କ୍ୟାପିଟାଲ ହସ୍ପିଟାଲରେ ଚିଲିକା ବିଧାୟକ

ଭୁବନେଶ୍ୱର,୮ା୧୦: ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ହୃଦରୋଗ ଥିବାରୁ ଖୋର୍ଦ୍ଧା ଏଡିଜେ-୧ କୋର୍ଟଙ୍କ ଅନୁମତି...

ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର...

ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍‌ ଆକ୍ରାନ୍ତଙ୍କ ଲକ୍ଷଣ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର...

ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି...

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ...

Advertisement
Archives

Model This Week