ଘରେ ପଶି ୨୫ ଭରି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗୋପାଳପୁର,୭ା୫(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରର ବାଡ଼ିପଟ କବାଟ ଭାଙ୍ଗି ଲକ୍ଷ୍ୟଧିକ ଟଙ୍କା ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ବୁଧବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି   ସାଇଣ୍ଟିଫିକ ଟିମ ସନ୍ଧନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଥାନା ଅଧିନସ୍ଥ ଦାନପୁର ଗ୍ରାମର ଦେବରାଜ ମହାନ୍ତି ନିଜ ଘରେ ରହୁଥିବା ବେଳେ ମଙ୍ଗଳବାର ଘର ରଙ୍ଗ କାମ ଚାଲିଥିବା ଯୋଗୁ ଘର ତାଲା ବନ୍ଦ କରି ରାତିରେ ପରିବାର ବର୍ଗ ଖାଇ ପିଇ ଉପର ଘରେ ସମସ୍ତେ ଶୋଇଥିଲେ । ରାତି ୩ଟାବେଳେ ଦେବରାଜ ପରିସ୍ରା ପାଇଁ ଉଠି ଦେଖିଲେ ଘର ଆଲମାରୀ ଭଙ୍ଗା ଯାଇଥିବା ସହ ଆସବାବପତ୍ର ଏପଟେ ସେପଟେ ପଡିଥିଲା। ସନ୍ଦେହ ହେବାରୁ ପ୍ରତି ରୁମ ବୁଲି ଦେଖିବା ପରେ ବାଡ଼ିପଟ  କବାଟ ଭାଙ୍ଗି ଚୋର ପଶି ଚୋରି କରିଥିବା ଜାଣିପାରିଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁନା ଚେନ, ସୁନା ହାର, ବ୍ରେସଲେଟ କାନଫୁଲ, ମଙ୍ଗଳସୂତ୍ର ଆଦି ୨୫ ଭରି ସୁନା ଅଳଙ୍କାର ସହ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ଦେବରାଜ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଗୋଳନ୍ଥରା ଥାନା କେସ ନଂ ୧୯୨/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଏବଂ ଖୁବ ଶୀଘ୍ର ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ଗିରଫ କରାଯିବ ପୋଲିସ ସୂଚନା ଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରଶଂସକଙ୍କ ନିଜର ଲାମ୍ବୋର୍ଗିନୀ ଦେଇଦେଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

ମୁମ୍ବାଇ,୧୯ା୫: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି। ସେ...

୧୦୨୧ ଦିନ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ, କେଏଲ ରାହୁଲଙ୍କ ହେବ ମେଗା ରିଟର୍ଣ୍ଣ! ଆଇପିଏଲ ୨୦୨୫ ମଝିରେ ଆସିଲା ବଡ଼ ଅପଡେଟ

ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ...

୭୦ ବର୍ଷ ବୟସ୍କ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ୍, ରାଗିଗଲେ ଲୋକେ

ମୁମ୍ବାଇ: ତାମିଲ ସିନେମାର ଦିଗଜ ଅଭିନେତା ତଥା ନିର୍ମାତା କମଲ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ଥଗ୍ ଲାଇଫରେ ଅଭିନୟ କରୁଥିବା ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ସୋସିଆଲ ମିଡ଼ିଆରେ...

କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି

ଭେଡେନ,୧୯।୫(ହୃଷୀକେଶ ଖମାରୀ)- ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁନି। ଧାନ ଫସଲ ଅମଳ ସମୟରେ ଫସଲରେ ରୋଗପୋକ ଉପଦ୍ରବ ଏବଂ ସେଥିରେ କୀଟନାଶକ ପ୍ରୟୋଗ ସତ୍ତ୍ବେ...

କାର୍‌-ବାଇକ୍‌ ଧକ୍କା: ୨ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଛକଠାରେ ସୋମବାର ସାରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍‌

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ...

ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର

ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ...

ଗ୍ରିଲ ଭାଙ୍ଗି ନେଇଥିଲେ ୧୪ ଭରି ସୁନା, ଏବେ..

ଦିଗପହଣ୍ଡି,୧୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri