କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ୍‌, ଥାନାରେ ଏତଲା ସ୍ଥାନୀୟ ଅଞ୍ଚଳରେ ସହରରେ ପୁଣି ସକ୍ରିୟ ହେଲେଣି ଚୋର। ଦିନକୁ ଦିନ ଚୋରି ମାମଲା ବଢ଼ି ଚାଲିଥିବା ବେଳେ ଏହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। ଏଭଳି ଏକ ବଡ଼ଧରଣର ଚୋରି ଘଟଣା ସ୍ଥାନୀୟ ସହରର ବଡ଼ଦାଣ୍ଡ ସାହିରେ ଦେଖିବାକୁ ମିଳିଛି। ଚୋରମାନେ ସାହିର ବସନ୍ତ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ମଧ୍ୟରାତ୍ରିରେ ଚୋରମାନେ ଯୋଜନାବଦ୍ଧ ଭାବେ ବସନ୍ତ ସାହୁଙ୍କ ଘରକୁ ଟାର୍ଗେଟ କରିଥିଲେ। ପରିବାର ଲୋକେ ଶୋଇଥିବା ବେଳେ ଚୋରମାନେ ଘରର ପଛ ପଟେ ଥିବା ତିନୋଟି କବାଟକୁ ଗୋଟିଏ ପରେ ଗୋଟିଏ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଘରେ ଥିବା ଆଲମିରା ଓ ଗଡ୍‌ରେଜ ଲକର୍‌ ଭାଙ୍ଗି ସେଥିରେ ଥିବା ନଗଦ ୨୨ ହଜାର ଟଙ୍କା, ସୁନା ବ୍ରେସ୍‌ଲେଟ୍‌, ୪ ହଳ ସୁନା ଚୁଡ଼ି ଏବଂ ୪ ହଳ ରୁପା ପାଉଁଜି ସହ ସୂଟକେଶ ଭିତରେ ଥିବା ଟଙ୍କା ରଖାଯାଉଥିବା କୁମ୍ପିକୁ ସାଙ୍ଗରେ ନେଇ ଚମ୍ପଟ ମାରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବସନ୍ତ ସାହୁଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ପ୍ରଥମେ ଅଳଶୁ ଗ୍ରାମର ଜଣେ ବିଧବା ମହିଳା, ପରେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ଅଙ୍ଗନବାଡ଼ି, ସୁନା ଦୋକାନୀଙ୍କ ବାସ ଘରୁ, ପରେ ହରିପୁର ବର୍ତ୍ତମାନ ହେଡ଼କାଟର ବଡ଼ଦାଣ୍ଡ ସାହି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସହରର ମୁଖ୍ୟ ବଜାର ଅଞ୍ଚଳରେ ଏଭଳି ସାହସିକ ଚୋରିକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଚୋରମାନଙ୍କୁ ସ୍ପଷ୍ଟ ଚିହ୍ନଟ କରି ଗିରଫ କରିବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri