ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ବୀର ଲକ୍ଷ୍ମୀନାରାୟଣପୁର ଗ୍ରାମର ହିନା ନାଇକ ଝିଅ ବାହାଘର ପାଇଁ ସୋମବାର ଇଣ୍ଡିଆନ ବ୍ୟାଙ୍କକୁ ଯାଇ ଜମାଖାତାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇଥିଲେ।

ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସାଙ୍ଗରେ ଥିବା ତାଙ୍କ ପୁତୁରା ନାରାୟଣ ନାଇକଙ୍କ ବାଇକରେ ବସି କିଛି ଘରକରଣା କିଣିବାକୁ ଯାଉଥିବା ବେଳେ ୨ ଦୁର୍ବୃତ୍ତ ଏକ କଳାରଙ୍ଗର ପଲସର ବାଇକରେ ତାଙ୍କୁ ବ୍ୟାଙ୍କ ନିକଟରୁ ପିଛା କରିଥିଲେ। ସେମାନେ ଷ୍ଟେଟବ୍ୟାଙ୍କ ସମ୍ମୁଖ ରାସ୍ତାରେ ମହିଳା ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଆଖି ପିଛୁଳାକେ ବ୍ରହ୍ମପୁର ରାସ୍ତାରେ ଚମ୍ପଟ ମାରିଥିଲେ। ଏନେଇ ହୀନା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୩୮୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିବା ସହ ବିଭିନ୍ନ ଦୋକାନର ସିସିଟିଭି ଫୁଟେଜ ଗୁଡ଼ିକୁ ଯାଞ୍ଚ କରିଥିଲେ। ହେଲେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସହରର ସମସ୍ତ ବ୍ୟାଙ୍କ ଶାଖା , ବସଷ୍ଟାଣ୍ଡ ଓ ବଜାର ଇଲାକାରେ ଥାନା ପକ୍ଷରୁ ପୋଲିସ ମୁତୟନ କରାଯିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri