‘୫ ମାସରେ ଘାଟିର ସମ୍ପ୍ରସାରଣ ହେବ’

ବାଙ୍ଗିରିପୋଷି,୯।୧(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏନେଇ ପଥଚାରୀ ମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ଏବଂ ଆନ୍ଦୋଳନ କରୁଥିଲେ ମଧ୍ୟ ଅବସ୍ଥା ସୁଧୁରୁ ନାହିଁ। ଏହି ପରିପ୍ରେକ୍ଷୀରେ ଶନିବାର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାଙ୍ଗିରିପୋଷି ଗସ୍ତରେ ଆସି ଘାଟି ରାସ୍ତା ଅନୁଧ୍ୟାନ କରିବା ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଥମେ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟ ଠାରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ସହ ମୟୂରଭଞ୍ଜ ଜିଲାପାଳ ବିିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଶିକେଷ ଧ୍ୟାନଦେଓ, ଜାତୀୟ ରାଜପଥ ବିଭାଗର ଆଞ୍ଚଳିକ ଅଧିକାରୀ ଡା. ରାମଚନ୍ଦ୍ର ପଣ୍ଡା, ଏନ୍‌ଏଚଆଇ ପିଡି (ବାଲେଶ୍ୱର) ଜେପି ବର୍ମା, ଶିମିଳିପାଳ ଉପ-ନିର୍ଦ୍ଦେଶକ(ଉତ୍ତର) ସାଇକିରଣ ଡିଏନ, ରାଇରଙ୍ଗପୁର ଉପଖଣ୍ଡ ବନାଞ୍ଚଳ ଅଧିକାରୀ ନଳିନୀକାନ୍ତ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ, ତହସିଲଦାର ସତ୍ୟବାନ ନାୟକ, ଥାନା ଅଧିକାରୀ ସଞ୍ଜୟ କୁମାର ପରିଡା ପ୍ରମୁଖ ଘାଟି ରାସ୍ତା ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ୫ ମାସ ମଧ୍ୟରେ ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?