ରାସ୍ତା, ପାଣି ମୁଖ୍ୟ ସମସ୍ୟା

କଣ୍ଟାବାଞ୍ଜି,୧୮ା୧୨(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଆଦିବାସୀ ବହୁଳ କୁଇବାହାଲ ଗ୍ରାମ ପଞ୍ଚାୟତ। ପଞ୍ଚାୟତ ସଦର ଗ୍ରାମ କୁଇବାହାଲ ସହିତ କଲୋନୀପଡା, ସୁରିପଡା, ମହୁଲପଡା, ଦେବାହାଲିଆ ପଡା, କିନ୍ଦେରକେଲା ଓ ଖଲିଆପଡା ଆଦି ୬ଟି ପଡା ରହିଛି। ଆଜି ବି ଏହି ସବୁ ପଡାର ଜନସାଧାରଣ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ପଡାକୁ ନାହିଁ ସ୍ଥାୟୀ ରାସ୍ତା। ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପାଇପ ଜଳଯୋଗାଣ ନ ଥିବାରୁ ପାରମ୍ପରିକ ଉତ୍ସରୁ ଲୋକେ ଦୂଷିତ ପାଣି ସଂଗ୍ରହ କରୁଛନ୍ତି। ବିଦ୍ୟୁତ୍‌ ସଂଯୋଗ ଅଦ୍ୟାବଧି ହୋଇନାହିଁ। ଏସବୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। କୁଇବାହାଲ ଗ୍ରାମଠାରୁ ଅନତି ଦୂରରେ ରହିଛି କଲୋନୀପଡା। ପଡାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରହିଛି ୫ଟି ଶ୍ରେଣୀ। ସ୍କୁଲରେ ପାଣି ସମସ୍ୟା ରହିଛି। ପଡାକୁ ନାହିଁ ଭଲ ରାସ୍ତା। ଫଳରେ ବର୍ଷାଦିନରେ କାଦୁଅ ପଚପଚ ରାସ୍ତାରେ ଛାତ୍ରୀଛାତ୍ର ସ୍କୁଲ ଯାଆନ୍ତି। ସେହିପରି ସୁରିପଡାରେ ରହନ୍ତି ୩୦ଆଦିବାସୀ ପରିବାର। ପଡାରେ ବିଦ୍ୟୁତ୍‌ ଓ ପାଣି ସମସ୍ୟା ରହିଛି। ପଡାରେ ୨୦୨୩-୨୪ ବର୍ଷରେ ପଞ୍ଚଦଶ ଯୋଜନାରୁ ୭୫ହଜାର ଟଙ୍କା ଅଟକଳରେ ଏକ ନଳକୂପ ଟାଙ୍କି କରାଯାଇଛି। ହେଲେ ଉକ୍ତ ନଳକୂପରୁ ଠିକ୍‌ ଭାବେ ପାଣି ବାହାରୁ ନ ଥିବାରୁ ପାଣିଟାଙ୍କି କୌଣସି କାମରେ ଲାଗୁନାହିଁ। ଖରାଦିନେ ଜଳକଷ୍ଟ ସାଂଘାତିକ ହୋଇଥାଏ। ମହୁଲପଡାରେ ୪୦ ଆଦିବାସୀ ପରିବାର ରହନ୍ତି। ୨ଟି ନଳକୂପ ରହିଛି। ହେଲେ ପାଣି ବାହାରୁ ନ ଥିବାରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି। ପଡାବାସୀ ଖେତରେ କୂଅ ଖୋଳି ପାଣି ସଂଗ୍ରହ କରୁଛନ୍ତି। କିନ୍ଦେରକେଲା ଓ ଖଲିଆପଡାରେ ସମାନ ସମସ୍ୟା। କୁଇବାହାଲ ସଦର ଗ୍ରାମଠାରୁ ସମସ୍ତ ପଡାର ଦୂରତା ୫ରୁ ୬କିମି। ଏଣୁ ଏହି ସବୁ ପଡାର କୁନି ପିଲାଏ ଆଙ୍ଗନବାଡି ଏବଂ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହିଛନ୍ତି। ୬ ପଡାକୁ ପଞ୍ଚାୟତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ନ ଥିବାରୁ ଲୋକେ ଜଙ୍ଗଲ ମଧ୍ୟଦେଇ ହେଡକ୍ୱାର୍ଟର୍ସକୁ ଯାଇଥାନ୍ତି। ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ। ଏ ନେଇ ସରପଞ୍ଚ ବିଳାସ ପୁଟେଲଙ୍କୁ ପଚାରିବାରୁ ଛଅଟି ଯାଇ ପଡା ଦେଇ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା କରିବ ବୋଲି ସର୍ଭେ କରିଛି। ଫଳରେ ପଞ୍ଚାୟତ ତରଫରୁ କୌଣସି ମାଟି କାମ କରାଯାଇ ପାରୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଞ୍ଚାୟତର ପ୍ରସ୍ତାବ ଅନୁସାରେ ଅନେକ ଥର ଲିଖିତ ଜଣାଇଲେ ବି କୌଣସି ସୁଫଳ ମିଳୁନାହିଁ। ଅବିଳମ୍ବେ ଏହି ସବୁ ପଡାକୁ ପାଣି, ବିଦ୍ୟୁତ୍‌, ରାସ୍ତା, ଆଙ୍ଗନବାଡି କେନ୍ଦ୍ର ଏବଂ କେନ୍ଦ୍ରସ୍ଥଳରେ ଏକ ପ୍ରାଥମିକ ବିଦ୍ୟାଳୟ ବ୍ୟବସ୍ଥା କରିବାକୁ ପଡାବାସୀଙ୍କ ସହ ସାମାଜିକ କର୍ମୀ ସୁବାଷ ପୁଟେଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?