ପାରଳା ସହରର ରାସ୍ତା ବିପର୍ଯ୍ୟସ୍ତ, ନୀରବ ପ୍ରଶାସନ

ପାରଳାଖେମୁଣ୍ଡି,୧୫ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଲୋକେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଣୀପେଣ୍ଠରୁ ସହରରେ ପ୍ରବେଶ କଲା ମାତ୍ରେ ଖାଲଖମା ସ୍ବାଗତ କରୁଥିବା ବେଳେ ସହରର ମଧ୍ୟରେ ମୁଖ୍ୟ ରାସ୍ତା ଗୁଡିକ ଅବସ୍ଥା ଦୟନୀୟ ହେବାରେ ଲାଗିଛି। ସହରର କ୍ରିଷ୍ଣା ସିନେମା ହଲ ସମ୍ମୁଖ, ପୌରପରିଷଦ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା, ପାରଳା ମୁଖ୍ୟ ବଜାର ଛକ, ଏସ୍ବିଆଇ ରାସ୍ତା, ବାଟଗୌଡସାହି ଛକ ତଥା ଏସ୍କେସିଜି ହେଷ୍ଟେଲ ରାସ୍ତା, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ସହ ପୋଲିସ ଷ୍ଟେଶନ ଛକଠାରୁ ମେଡିକାଲ ଛକ ଦେଇ ସିନେମାହଲ ଛକ, ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଗୁଡିକ ଖାଲଖମା ସୃଷ୍ଟି ହୋଇ ବେହାଲ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ଜନିତ ଦୈନନ୍ଦିନ ବର୍ଷା ଯୋଗୁ ଏହି ଖାଲଖମାରେ ଜଳ ଜମାଟ ବାନ୍ଧି କର୍ଦ୍ଦମାକ୍ତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏପରି କର୍ଦ୍ଦମାକ୍ତ ରାସ୍ତାରେ ସହରବାସୀ ଯାତାୟାତ କରୁଥିବା ବେଳେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆଖାବରା ହେଉଥିବାର ବହୁ ଦୃଷ୍ଟାନ୍ତ ରହିଛି। ଏହି ରାସ୍ତା ଗୁଡିକର ଉନ୍ନତିକରଣ ଏବଂ ରକ୍ଷଣା ବେକ୍ଷଣ ନିମନ୍ତେ ପୂର୍ତ୍ତ ବିଭାଗକୁ ଗତ କିଛି ବର୍ଷ ପୂର୍ବେ ପୌରପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ହେଲେ ପୂର୍ତ୍ତବିଭାଗ ଏହାର ଦାୟିତ୍ୱ ନେବା ପରଠାରୁ ସ୍ଥାଣୁ ପାଲଟିଯାଇଛି । ୨୦୨୦-୨୧ କରୋନା କଟକଣା ତଥା ଲକଡାଉନ ଶଟ ଡାଉନ ସମୟରେ ମେଡିକାଲ ରାସ୍ତାର ଫ୍ରେଣ୍ଡସ କଲୋନି ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଅତି ତରବରିଆ ଏବଂ ଯୋଜନା ବିହୀନ ଭାବେ ରାସ୍ତା ନିର୍ମାଣ କରିଥିଲା। ଯାହାକି ବର୍ତ୍ତମାନ ଏହି ରାସ୍ତାର ସିମେଣ୍ଟ କଂକ୍ରିଟ ସ୍ଥାନେ ସ୍ଥାନେ ଉଠିପଡିଥିବା ବେଳେ ସମଗ୍ର ରାସ୍ତାର ଚିପ୍ସ ବା ଗୋଡି ଗୁଡିକ ବାହାରି ପଡିଲାଣି। ଏହାସହ ଏହି ରାସ୍ତାର ଜଙ୍ଗମସାହି ଛକଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନକରି ଛାଡ଼ି ଦିଆଯାଇଛି। ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ରାସ୍ତା ଅବସ୍ଥା ବର୍ତ୍ତମାନ କଦର୍ଯ୍ୟ ହୋଇପଡିଛି। ସହରର ହାଟପଦା ଛକଠାରୁ ସୁବାସ ନଗର ପ୍ରାୟ ୫୦୦ମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇପଡିଥିବା ବେଳେ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହୋଇଛି। ଏହି ରାସ୍ତା ପୌରପରିଷଦ ଅନ୍ତର୍ଗତରେ ଆସୁଥିଲେ ମଧ୍ୟ ପ୍ରାୟ ୧୦ବର୍ଷ ଧରି ନା ମରାମତି ହୋଇଛି ନା ରକ୍ଷଣାବେକ୍ଷଣ ହୋଇଛି। ସେହିପରି ସହରର ୧୬ଗୋଟି ୱାର୍ଡର ବିଭିନ୍ନ ସାହି ବସ୍ତିରେ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପାଇପଲାଇନ ସଂଯୋଗୀକରଣ ପାଇଁ ରାସ୍ତାଗୁଡିକୁ ଖନନ କରାଯାଇଥିଲା। ହେଲେ ଖନନ କରାଯାଇଥିବା ସ୍ଥାନଗୁଡ଼ିକରେ ଉପଯୁକ୍ତ ସିମେଣ୍ଟ ଗୋଡି ଆଦି ନ ପକାଯିବାରୁ ସେହି ରାସ୍ତାଗୁଡିକ ଖାଲଖମାରେ ପରିଣତ ହୋଇଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ପ୍ରତି ଧ୍ୟାନଦେବା ପାଇଁ ପାରଳା ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?