ପାରଳା ସହରର ରାସ୍ତା ବିପର୍ଯ୍ୟସ୍ତ, ନୀରବ ପ୍ରଶାସନ

ପାରଳାଖେମୁଣ୍ଡି,୧୫ା୧୦(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଲୋକେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଣୀପେଣ୍ଠରୁ ସହରରେ ପ୍ରବେଶ କଲା ମାତ୍ରେ ଖାଲଖମା ସ୍ବାଗତ କରୁଥିବା ବେଳେ ସହରର ମଧ୍ୟରେ ମୁଖ୍ୟ ରାସ୍ତା ଗୁଡିକ ଅବସ୍ଥା ଦୟନୀୟ ହେବାରେ ଲାଗିଛି। ସହରର କ୍ରିଷ୍ଣା ସିନେମା ହଲ ସମ୍ମୁଖ, ପୌରପରିଷଦ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା, ପାରଳା ମୁଖ୍ୟ ବଜାର ଛକ, ଏସ୍ବିଆଇ ରାସ୍ତା, ବାଟଗୌଡସାହି ଛକ ତଥା ଏସ୍କେସିଜି ହେଷ୍ଟେଲ ରାସ୍ତା, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ସହ ପୋଲିସ ଷ୍ଟେଶନ ଛକଠାରୁ ମେଡିକାଲ ଛକ ଦେଇ ସିନେମାହଲ ଛକ, ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଗୁଡିକ ଖାଲଖମା ସୃଷ୍ଟି ହୋଇ ବେହାଲ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ଜନିତ ଦୈନନ୍ଦିନ ବର୍ଷା ଯୋଗୁ ଏହି ଖାଲଖମାରେ ଜଳ ଜମାଟ ବାନ୍ଧି କର୍ଦ୍ଦମାକ୍ତ ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏପରି କର୍ଦ୍ଦମାକ୍ତ ରାସ୍ତାରେ ସହରବାସୀ ଯାତାୟାତ କରୁଥିବା ବେଳେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆଖାବରା ହେଉଥିବାର ବହୁ ଦୃଷ୍ଟାନ୍ତ ରହିଛି। ଏହି ରାସ୍ତା ଗୁଡିକର ଉନ୍ନତିକରଣ ଏବଂ ରକ୍ଷଣା ବେକ୍ଷଣ ନିମନ୍ତେ ପୂର୍ତ୍ତ ବିଭାଗକୁ ଗତ କିଛି ବର୍ଷ ପୂର୍ବେ ପୌରପରିଷଦ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ହେଲେ ପୂର୍ତ୍ତବିଭାଗ ଏହାର ଦାୟିତ୍ୱ ନେବା ପରଠାରୁ ସ୍ଥାଣୁ ପାଲଟିଯାଇଛି । ୨୦୨୦-୨୧ କରୋନା କଟକଣା ତଥା ଲକଡାଉନ ଶଟ ଡାଉନ ସମୟରେ ମେଡିକାଲ ରାସ୍ତାର ଫ୍ରେଣ୍ଡସ କଲୋନି ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଅତି ତରବରିଆ ଏବଂ ଯୋଜନା ବିହୀନ ଭାବେ ରାସ୍ତା ନିର୍ମାଣ କରିଥିଲା। ଯାହାକି ବର୍ତ୍ତମାନ ଏହି ରାସ୍ତାର ସିମେଣ୍ଟ କଂକ୍ରିଟ ସ୍ଥାନେ ସ୍ଥାନେ ଉଠିପଡିଥିବା ବେଳେ ସମଗ୍ର ରାସ୍ତାର ଚିପ୍ସ ବା ଗୋଡି ଗୁଡିକ ବାହାରି ପଡିଲାଣି। ଏହାସହ ଏହି ରାସ୍ତାର ଜଙ୍ଗମସାହି ଛକଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନକରି ଛାଡ଼ି ଦିଆଯାଇଛି। ଗାନ୍ଧୀ ଛକଠାରୁ ପୁରୁଣା କୋର୍ଟ ଛକ ରାସ୍ତା ଅବସ୍ଥା ବର୍ତ୍ତମାନ କଦର୍ଯ୍ୟ ହୋଇପଡିଛି। ସହରର ହାଟପଦା ଛକଠାରୁ ସୁବାସ ନଗର ପ୍ରାୟ ୫୦୦ମିଟରରୁ ଊର୍ଦ୍ଧ୍ୱ ରାସ୍ତା ଅବସ୍ଥା ଅତି କଦର୍ଯ୍ୟ ହୋଇପଡିଥିବା ବେଳେ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହୋଇଛି। ଏହି ରାସ୍ତା ପୌରପରିଷଦ ଅନ୍ତର୍ଗତରେ ଆସୁଥିଲେ ମଧ୍ୟ ପ୍ରାୟ ୧୦ବର୍ଷ ଧରି ନା ମରାମତି ହୋଇଛି ନା ରକ୍ଷଣାବେକ୍ଷଣ ହୋଇଛି। ସେହିପରି ସହରର ୧୬ଗୋଟି ୱାର୍ଡର ବିଭିନ୍ନ ସାହି ବସ୍ତିରେ ଜନସ୍ବାସ୍ଥ୍ୟ ବିଭାଗ ଦ୍ୱାରା ପାଇପଲାଇନ ସଂଯୋଗୀକରଣ ପାଇଁ ରାସ୍ତାଗୁଡିକୁ ଖନନ କରାଯାଇଥିଲା। ହେଲେ ଖନନ କରାଯାଇଥିବା ସ୍ଥାନଗୁଡ଼ିକରେ ଉପଯୁକ୍ତ ସିମେଣ୍ଟ ଗୋଡି ଆଦି ନ ପକାଯିବାରୁ ସେହି ରାସ୍ତାଗୁଡିକ ଖାଲଖମାରେ ପରିଣତ ହୋଇଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଦୃଷ୍ଟି ଦେଇ ସହରର ସୌନ୍ଦର୍ଯ୍ୟକରଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ପ୍ରତି ଧ୍ୟାନଦେବା ପାଇଁ ପାରଳା ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

ଆସୁଛି ପଶ୍ଚିମା ଝଡ଼, ଏହି ସବୁ ଜିଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୬।୪: ରାଜ୍ୟକୁ ପୁଣି ଫେରିଛି ତାତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ପ୍ରବଳ...

ମା’ବାପାଙ୍କୁ ହରାଇଥିଲେ, ଚାକିରିରେ ଥାଇ ୟୁପିଏସ୍‌ସି ପ୍ରସ୍ତୁତି; କିଛି ଏଭଳି ଆଇଏଏସ୍‌ ଅନିମେଶଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ୨୦୨୩ ୟୁପିଏସ୍‌ସି ପରୀକ୍ଷାଫଳ ପ୍ରକାଶିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନୁଗୋଳ ଜିଲାର...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri