ବିଦେଶରେ ପ୍ରସ୍ତୁତ ହେବ ମାଣ୍ଡିଆ ଖାଦ୍ୟ

ପୋଲସରା,୧୫ା୧୦(ଡି.ଏନ.ଏ.): ଓଡ଼ିଶାର ମିଲେଟ ଖାଦ୍ୟ ପ୍ୟାରିସରେ ବିଦେଶୀମାନଙ୍କ ମନ ମୋହିବ। ଓଡିଶା ମିଲେଟ ମିଶନର ସହଯୋଗରେ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ସୁଯୋଗ ମିଳିଛି। ଓଡିଶା ସରକାର ପୃଷ୍ଟିସାର ଯୁକ୍ତ ମିଲେଟ ଖାଦ୍ୟ ଶସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଚାଷଙ୍କ ଆଗ୍ରହ ସୃଷ୍ଟି କରିଥିବା ଯୋଗୁଁ ବିଶ୍ୱ ଖାଦ୍ୟ ସଙ୍ଗଠନ ଓଡିଶା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଓଡିଶା ସରକାର ମିଲେଟ ଖାଦ୍ୟ ଶସ୍ୟ ମାଣ୍ଡିଆ ଚାଷର ପ୍ରସାର ପାଇଁ ମିଲେଟ ମିଶନ ଜରିଆରେ ପୋଲସରା ବ୍ଲକର ଦାୟିତ୍ୱ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଇଣ୍ଡିଆ’କୁ ପ୍ରଦାନ କରାଯାଇଛି। “ଇଣ୍ଡିଆ”ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରାଙ୍କ ଉଦ୍ୟମ ଯୋଗୁଁ ପୋଲସରା ବ୍ଲକର ୧୯ ଟି ପଞ୍ଚାୟତର ୭୨ଟି ଗ୍ରାମର ୧୬୦୧ ଜଣ ଚାଷୀ ୭୧୯ ହେକ୍ଟର ଜମିରେ ଜୈବିକ ସାର ପ୍ରୟୋଗ କରି ମାଣ୍ଡିଆ ଚାଷ କରିଛନ୍ତି। ଇଣ୍ଡିଆ ପକ୍ଷରୁ ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ମାଣ୍ଡିଆରୁ ଚୁନା, ଲଡୁ, ସେଉ ଓ ଗାଣ୍ଠିଆ ଆଦି ତିଆରି କରିବା ପାଇଁ ତାଲିମ ଦେଇଥିଲେ। ଏ ସମସ୍ତ ଖାଦ୍ୟ ପ୍ୟାରିସରେ ଆନ୍ତର୍ଜାତୀୟ ଖାଦ୍ୟ ପଦାର୍ଥ ପ୍ରଦର୍ଶନୀରେ ବିକ୍ରି କରାଯିବ। ସେଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଚନ୍ଦ୍ରମା ସାହୁ ଶୁକ୍ରବାର ପ୍ୟାରିସ ସହରକୁ ଯାଇଛନ୍ତି। ଜିଲାରୁ ଏକମାତ୍ର ସ୍ବୟଂ ସହାୟକ ଗୋଷ୍ଠୀକୁ ବିଦେଶରେ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ବିକ୍ରିପାଇଁ ସୁଯୋଗ ମିଳିଥିବାରୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri