ପାଇପ ଲାଇନ ବିଛା ଯୋଗୁ ରାସ୍ତା କାଦୁଅ

ନାଉଗାଁ ,୨୩ା୯ (ସୁଧା ବେହୁରା): ସରକାରଙ୍କ ବସୁଧା ଯୋଜନାରେ ନାଉଗାଁ ବ୍ଲକରେ ପ୍ରକଳ୍ପ ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ ଲାଇନ ସଂଯୋଗ କରାଯାଉଛି। ଏହି ପାଇପ ଲାଇନ କାମ ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କ ପାଇଁ କାଳ ସାଜିଛି। ପାଇପ ଲାଇନ ବିଛା ଯୋଗୁ ପିଲାମାନଙ୍କର ବିଦ୍ୟାଳୟକୁ ଯିବା ବନ୍ଦ ହେଉଥିବା ବେଳେ ପ୍ରତ୍ୟେହ କେହି ନା କେହି ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଠିକାଦାର ମନଇଚ୍ଛା ରାସ୍ତା ଖୋଳି ମାଟି ପକାଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବ୍ଲକ ଅଧୀନ ତିରୁଣା ପଞ୍ଚାୟତରେ ନାଉଗାଁ-ଡାବରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ପାର୍ଶ୍ୱର ଦହିପାଳଠାରୁ ଅରିଓଦା ପର୍ଯ୍ୟନ୍ତ ମାଟି ତଳେ ପାଇପ ଲାଇନ ଯିବା ପାଇଁ ରାସ୍ତା ଖୋଳା ଚାଲିଛି। ଠିକାଦାର ଜେସିବି ମେଶିନ ମାଧ୍ୟମରେ ମାଟି ଖୋଳି ପାଇପ ବିଛାଇ ପୁନର୍ବାର ମାଟିକୁ ପୋତୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତାରୁ ମାଟି ଭଲ ଭାବେ ସଫା କରୁ ନ ଥିବାରୁ ଝିପି ଝିପି ବର୍ଷାରେ ମାଟି ଭିଜି କାଦୁଅ ହେଉଛି। ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯିବା ଯୋଗୁ ରାସ୍ତା ସାରା କାଦୁଅରେ ଭର୍ତ୍ତି ହୋଇଯାଉଛି। ଏହି ରାସ୍ତାରେ ୨ ଚକିଆ ଯାନ, ସାଇକଲେ ଆଦି ଯିବା କଷ୍ଟ ସାଧ୍ୟ ହୋଇପଡୁଛି। ଆଦର୍ଶ ବିଦ୍ୟାଳୟକୁ ଏହି ରାସ୍ତା ଦେଇ ଯିବାକୁ ପଡୁଥିବାରୁ ଅନେକ ଛୋଟ ପିଲା ସାଇକେଲରୁ ପଡୁଛନ୍ତି। ବାଇକ୍‌ ଆରୋହୀ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ବର୍ଷା ଦିନେ ରାସ୍ତା ଖୋଳି କାମ କରାଯାଉଥିବା ବେଳେ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ପରିମଳ ବିଭାଗର ଅଧିକାରୀ କିପରି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ କାମ କରୁଥିବା ଠିକାଦାର ବିଭାଗ ପକ୍ଷରୁ ମାସେ ମଧ୍ୟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାଇପ ଟେଷ୍ଟିଂ ହୋଇ ଆସିବା ପରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ବର୍ଷାଦିନେ କାମ ବନ୍ଦ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରାଯାଉଥିବା କାମକୁ ବନ୍ଦ ରଖାଯାଇଛି। ଯଥାଶୀଘ୍ର ରାସ୍ତା ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri