ଧାନ ବସ୍ତା ରଖି ରାଜପଥ ଅବରୋଧ

ପାଟଣା,୨୪।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ସାହାରପଡା ବ୍ଲକରେ ଧାନ ମଣ୍ଡିରେ ଧାନ ବକ୍ରିକୁ ନେଇ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦରେ ୬୦ରୁ ଉଦ୍ଧର୍‌ବ ଚାଷୀ ରବିବାର ପାଟଣା ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଟଭାସରୁଆ ଠାରେ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଛନ୍ତି।
ଏହି ଶାଖା ଲ୍ୟାମ୍ପସ ଅନ୍ତର୍ଗତ ୧୨ରୁ ଉଦ୍ଧର୍‌ବ ଗାଁ ବରବେଡା, ତେଣ୍ଡେରା, ନୂଆ ଗାଁ, କୁଣ୍ଡଳା, କପୁଣ୍ଡି, ସରସ୍ବତୀପଡା, ଖଜୁରୀ ଡିହା, ଟଭାସରୁଆ, ବଡ଼ବିଲ ଓ ତିଳ ବେଡା ଆଦିର ଏହି ଚାଷୀ ମାନେ ଟଭାସରୁଆ ଶାଖା ସମବାୟ ସମିତିର ଶନିବାର ବାରି ଥିବାରୁ ମଣ୍ଡିକୁ ଶୁକ୍ରବାର ଠାରୁ ଧାନ ବିକ୍ରି କରିବାକୁ ଆସିଥିଲେ। ଏଠାରେ ୩ ଦିନ ହେବ ଲ୍ୟାମ୍ପ୍ସର କୌଣସି କର୍ମଚାରୀ କିମ୍ବା ଯୋଗାଣ ବିଭାଗର କୌଣସି କର୍ମକର୍ତ୍ତା ଙ୍କ ଦେଖା ପାଇ ନ ଥିଲେ ବୋଲି ଆନ୍ଦୋଳନକାରୀ ଚାଷୀ କହିଛନ୍ତି। ଧାନ କ୍ରୟରେ ଅବ୍ୟବସ୍ଥା ଯୋଗୁ ଶନିବାର ୨୦ରୁ ଉଦ୍ଧର୍‌ବ ଚାଷୀଙ୍କ ଟୋକନ ଲାପ୍ସ ହୋଇଯାଇଛି। ଖୋଲା ପଡ଼ିଆରେ ଧାନ ରଖି ଶୁକ୍ରବାର ଠାରୁ ଚାଷୀ ରାତ୍ରି ଅନିଦ୍ରା ହୋଇ ଧାନକୁ ଢାଙ୍କି ଜଗି ବସିଛନ୍ତି। ଏଣେ ରବିବାର ଠାରୁ ବର୍ଷା ଆରମ୍ଭହୋଇ ଚାଷୀଙ୍କ ଦୁଃଖ ଆହୁରି ବଢ଼ାଇ ଦେଇଛି। ମଣ୍ଡିକୁ ଆସିଥିବା ଧାନ ବର୍ଷାରେ ଭିଜି ଗଜା ହେବାର ଆଶଙ୍କା ଦେଖା ଦେଇଛି। ବର୍ଷା ଦାଉରୁ ଧାନକୁ ରକ୍ଷା କରିବାକୁ ଚାଷୀ ଧାନ ଗଦା ଉପରେ ପାଲ ଓ ପଲିଥିନ ଟାଣି ସୁରକ୍ଷିତ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ପାଟଣା ପୋଲିସ ପକ୍ଷରୁ ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ, ଏସଆଇ ଶିବଶଙ୍କର ଆଲଦା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ଫଳରେ ଅପରାହ୍ନରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକାଠି ହେଲେ ୧୩ ବ୍ଲକର ସରପଞ୍ଚ, ୪ ବର୍ଷର ବିକାଶ…

ପାଟଣା,୨୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସରପଞ୍ଚ ମହାସଂଘର ରବିବାର ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ଘାଟ ବାଲି ଯୋଡ଼ି ସ୍ଥିତ ଭୀମ କୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?