ରାସ୍ତା କାର୍ଯ୍ୟ ନ ସରୁଣୁ ଉଠିଲାଣି ପିଚୁ: ପଞ୍ଚାୟତବାସୀଙ୍କ ଆଶା ମଉଳିଲା

ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍‌ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍‌ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍‌ ମିଛାପାଲି ପଞ୍ଚାୟତ ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ୮.୧୦ କି.ମି. ପାହାଡ଼ିଆ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୮୮୦.୧୭ ଲକ୍ଷ ଟଙ୍କା ମଞ୍ଜୁର ହୋଇ ରାସ୍ତା କାମ ଚାଲିଛି। କାର୍ଯ୍ୟ ଆରମ୍ଭ ୨୦୨୩ ସେପ୍ଟେମ୍ବର ୨୭ ଥିବାବେଳେ ଶେଷ ୨୦୨୪ ମାର୍ଚ୍ଚ ୨୬ ବୋଲି ନାମଫଳକରେ ଉଲ୍ଲେଖ ରହିଛି ା ହେଲେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଗୋଟେ ପଟେ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ରାସ୍ତାରୁ ପିଚୁ ଉଠିବାରେ ଲାଗିଛି। ରାସ୍ତା କାମ ଆରମ୍ଭ ସମୟରେ ସୁନାବେଡ଼ା ଓ ସୋସେଙ୍ଗ ପଞ୍ଚାୟତବାସୀ ସୁବିଧାରେ ଯିବାଆସିବା କରିବେ ବୋଲି ଖୁସି ହେଉଥିଲେ। ବର୍ତ୍ତମାନ ରାସ୍ତା ଅବସ୍ଥା ଦେଖି ଖୁସି ମଉଳି ଯାଇଛି। ଚେରେଚୁଆଁଠାରୁ ଜାମଗାଁ ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତା କଂକ୍ରିଟ ହୋଇଥିବାବେଳେ ତଳ ରାସ୍ତା ପିଚୁ ହୋଇଛି। ହେଲେ ପିଚୁ ଏବେ ଉଠିବାରେ ଲାଗିଲାଣି ା ପୁଣି କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ୱରେ ଗାର୍ଡୱାଲ ଓ ଡ୍ରେନ୍‌ ନିର୍ମାଣ କରା ନ ଯିବାରୁ ବର୍ଷାରେ ପାହାଡର ପାଣି ଓ ପଥର ଖସି ରାସ୍ତାରେ ଜମା ହେଉଛି। ବର୍ଷାପାଣିରେ କଂକ୍ରିଟ ତଳୁ ମାଟି ଧୋଇହୋଇ ଘାଇ ସୃଷ୍ଟି ହେଉଛି। ଫଳରେ ରାସ୍ତାରେ ଗଛ ପଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ମା’ ସୁନାଦେଡ଼ଙ୍କୁ ଦର୍ଶନ ପାଇଁ ପ୍ରତି ଦିନ ଶତାଧିକ ଲୋକ ଯିବାଆସିବା କରିବା ସହ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଲୋକେ ବ୍ଲକ କିମ୍ବା ଜିଲା ମୁଖ୍ୟାଳୟକୁ ଯିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ରାସ୍ତା ଶୋଚନୀୟ ଯୋଗୁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି। ରାସ୍ତା ନିମ୍ନମାନର ନେଇ ସୁନାବେଡ଼ାବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପକରି ସମସ୍ୟା ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ରାସ୍ତା କାମର ତଦନ୍ତ କରାଯିବ। ବହୁ ଶୀଘ୍ର ପିଚୁ କେମିତି ଉଠିଲା ତା’ର ଅନୁଧ୍ୟାନ କରାଯିବ। ଯେଉଁ ସ୍ଥାନରେ ଗାଡୱାଲ ଆବଶ୍ୟକ ଅଛି ନିର୍ମାଣ କରାଯିବ। ରାସ୍ତା ମରାମତି ପାଇଁ ସମୟ ଅଛି। ଶୀଘ୍ର ଏହାର ସମାଧାନ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ହସ୍ପିଟାଲ ICUରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ରୋଗୀ ଜୀବନ୍ତ ଦଗ୍ଧ

ପାଟନା,୪।୬: ଦିଲ୍ଲୀର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡର ମାତ୍ର ଗୋଟିଏ ଦିନ ପରେ, ବିହାରର ମୁଜାଫରପୁରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ଆସିଛି। ଗୁରୁବାର ପ୍ରାୟ…

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri