ଆଜି ରାଜଧାନୀରେ ନଡ୍ଡା, ଫୁଲବାଣୀରେ ଖାର୍ଗେଙ୍କ ରୋଡ୍‌ ଶୋ

ଭୁବନେଶ୍ୱର,୧୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ଭାଜପା ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବୁଧବାର ସା ସମୟରେ ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି। ଏହାପରେ ସେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ କର୍ମଶାଳାରେ ଯୋଗଦେଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ରୋଡ୍‌ ଶୋ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲିଙ୍ଗରାଜଙ୍କ ଦର୍ଶନ କରିବେ। ନଡ୍ଡା ମାଉସୀମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ଶୋ କରିବେ। ଏହାପରେ ନଡ୍ଡା ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଅନ୍ୟପଟେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଫୁଲବାଣୀଠାରେ ଏକ ରୋଡ୍‌ ଶୋ ରେ ଯୋଗ ଦେବାକୁ ଥିବାବେଳେ ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ କରିବେ। ଏହାପରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ସେହିପରି ଏହାର ୨ଦିନ ପରେ କଂଗ୍ରେସ ନେତା ପଓ୍ବନ ଖେରା ଏବଂ ଆସନ୍ତା ୪ ଦିନ ପରେ ସଚିନ ପାଇଲଟଙ୍କ ବାଲେଶ୍ୱର ଓ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଓଡ଼ିଶା ଗସ୍ତରେ ଥିବା ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଗୁରୁବାର ଝାରସୁଗୁଡ଼ା ଏବଂ ସମ୍ବଲପୁରଠାରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର, ବଣାଇ ଏବଂ ବରଗଡ଼ର ଅତାବିରାଠାରେ ଏବଂ ସନ୍ଧ୍ୟାରେ ଜଟଣୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ୧୭ ତାରିଖରେ କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର, କଣ୍ଟାବାଞ୍ଜି, ଲୋଇସିଂହା ଏବଂ ସାରେ ଡେଲାଙ୍ଗ-କଣାସଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗୁରୁବାର ବିଜେପୁର, ବୀରମହାରାଜପୁର ଏବଂ ୧୭ରେ ତଳସରା, ସୁନ୍ଦରଗଡ଼ ଓ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ହିଞ୍ଜିଳିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ସେହିପରି ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ୧୭ରେ ଭୁବନେଶ୍ୱରର ସାଲିଆସାହି, କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗର ଏବଂ ପିପିଲିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାସହ ଏମ୍‌ପି ନବନୀତ ରାଣା ୧୭ରେ ରଘୁନାଥପଲୀ, କଣ୍ଟାମାଳଠାରେ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ସେହିଦିନ ସାନଖେମୁଣ୍ଡି, ଦଶପଲ୍ଲା ଏବଂ ଜି.ଉଦୟଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ରେଳମନ୍ତ୍ରୀ ଅଶି୍ବନୀ ବୈଷ୍ଣବ ଆସନ୍ତା ୧୭ରେ କଟକର ନରସିଂହପୁର, ଆଠଗଡ଼ ଏବଂ ୧୮ରେ ବଣାଇ ଓ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ଜନସଭାରେ ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri