ରୋଡ୍‌ ଶୋ’, ବାଇକ୍‌ ରାଲି ଉପରେ କଟକଣା

ପୁରୀ ଅଫିସ, ୭।୯: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପ୍ରାର୍ଥୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଜିଲାପାଳ କହିଛନ୍ତି, ଗତ ୪ ତାରିଖ ଠାରୁ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ୩୦ରେ ମତଦାନ, ଅକ୍ଟୋବର ୩ରେ ଭୋଟ ଗଣତି ଓ ୫ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇ ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଇନ୍‌ଡୋର ବୈଠକରେ ହଲ୍‌ କ୍ଷମତାର ୩୦ ପ୍ରତିଶତ ଅଥବା ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ରହିଛି। ଇନ୍‌ଡୋର ହଲ୍‌ କ୍ଷମତାର ୩୦ ପ୍ରତିଶତରୁ ଅଧିକ ହେଲେ ବି ୨ଶହରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ୨ଶହ ବ୍ୟକ୍ତିଙ୍କ ମଧ୍ୟରେ ରାଜନୈତିକ ବୈଠକ ସୀମିତ ରଖିବାକୁ ବାଧ୍ୟ। ଦଳଗୁଡ଼ିକ ଇନ୍‌ଡୋର ବୈଠକରେ ଯୋଗଦେଉଥିବା ବ୍ୟକ୍ତିଙ୍କ ନାମ ତାଲିକା ପ୍ରସ୍ତୁତ କରିବେ। ଯାହାଦ୍ୱାରା ସରକାରୀ ନିୟମ କଡ଼ାକଡ଼ି ଭାବେ ପାଳନ ହେଉଥିବା ନେଇ ଲୋକେ ଆଶ୍ୱସ୍ତ ହେବେ। ତାରକା ପ୍ରଚାରକଙ୍କ ସହ ସର୍ବାଧିକ ୧ ହଜାର ବ୍ୟକ୍ତି ବସିବା ଭଳି ବ୍ୟବସ୍ଥା କରାଯାଇ ପାରିବ। ବୈଠକ କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସଂଖ୍ୟା ୧ ହଜାରରୁ ଉର୍ଦ୍ଧ୍ୱ ହେଲେ ସମ୍ପୃକ୍ତ ରାଜନୈତିକ ଦଳ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ଓ ଆଞ୍ଚଳିକ ଦଳ ପାଇଁ ତାରକା ପ୍ରଚାରକ ୨୦ ଏବଂ ଅଣପଞ୍ଜୀକୃତ ଦଳ ପାଇଁ ୧୦ ଜଣ ରହିପାରିବେ। ଘରକୁ ଘର ବୁଲି ସର୍ବାଧିକ ୫ଜଣ ବ୍ୟକ୍ତି ଏକକାଳୀନ ଭାବେ ପ୍ରଚାର କରିପାରିବେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ପାଇଁ ଜିଲା ପ୍ରଶାସନ ଟୋଲ୍‌ ଫ୍ରି ନମ୍ବର ୧୯୫୦ ଜାରି କରିଛି। ବାଇକ ଓ ସାଇକେଲ ରାଲି, ରୋଡ୍‌ ଶୋ’ ଭଳି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ପ୍ରଚାର ବେଳେ ସର୍ବାଧିକ ୨୦ଟି ବାଇକ୍‌ ବ୍ୟବହାର ହୋଇପାରିବ। ରାଜନୈତିକ ଦଳର ବୈଠକ ଓ ପ୍ରଚାର ସମୟରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲାପାଳ ଅନୁରୋଧ କରିଛନ୍ତି। ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ କୋଭିଡ୍‌ ଡବଲ୍‌ ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ପୋଲିଂ ଏଜେଣ୍ଟମାନେ ମଧ୍ୟ ଡବଲ୍‌ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ମୋଟ ୩୪୮ଟି ପୋଲିଂ ଷ୍ଟେଶନରେ ଜଣେ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ୍‌ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତ କରାଯିବ। ଚଳିତ ଉପନିର୍ବାଚନରେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତଦାନ କରିବେ। ୩୨୧ ଜଣ ଚାକିରିଆ ଭୋଟର ମତ ଦେବେ। ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଦିବ୍ୟାଙ୍ଗ, କୋଭିଡ୍‌ ସଂକ୍ରମିତ ହୋଇଥିବା ୧୦୭୭ ଜଣଙ୍କ ମତ ଗ୍ରହଣ ସରିଛି। ପୋଷ୍ଟାଲ ବାଲଟ୍‌ ଯୋଗେ ୧୩୮ ଜଣ ମତଦାନ କରିଛନ୍ତି। ମୋଟ ୩୪୮ ବୁଥ୍‌ ମଧ୍ୟରୁ ୧୫ଟିକୁ ମଡେଲ୍‌ ବୁଥ୍‌ ଭାବେ ବିକଶିତ କରାଯାଇଛି। ୧୦୨ଟି ଅତିସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ଦିବ୍ୟାଙ୍ଗଙ୍କ ପାଇଁ ସବୁ ବୁଥରେ ବ୍ୟବସ୍ଥା ହୋଇଛି। ବୁଥ୍‌ଗୁଡ଼ିକରେ ସାନିଟାଇଜର ଓ ହ୍ୟାଣ୍ଡଗ୍ଲୋବ୍ସ ବ୍ୟବସ୍ଥା କରାଯାଇଛି। ୫୨୨ଟି ଭିଭିପାଟ୍‌ ମେଶିିନ କାର୍ଯ୍ୟକ୍ଷମ ହେବ। ବଳକା ୯୩୯ ଭୋଟରଙ୍କ ପାଖରେ ଜିଲା ପ୍ରଶାସନର ୭ଟି ଟିମ୍‌ ପହଞ୍ଚି ମତ ଗ୍ରହଣ କରିବ। ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର, ଭିଡିଓଗ୍ରାଫି ଟିମ୍‌, ୧୭୪୦ ଜଣ ପୋଲିଂ କର୍ମକର୍ତ୍ତା, ୨୩ ଜଣ ନିର୍ବାଚନ ନୋଡାଲ୍‌ ଅଫିସରଙ୍କ ସମେତ ଅନ୍ୟ କର୍ମଚାରୀ ଦାୟିତ୍ୱରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri