କଳିଙ୍ଗା ଘାଟି ମନ୍ଦିରରେ ପଡ଼ିଲା ବୋଦା ବଳି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ)-ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥରରେ ଥିବା କଳିଙ୍ଗା ଘାଟିରେ ଗତ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବା ସହ ବଡ ବଡ ପଥର ଖସିଥିଲା। ଫଳରେ ଉକ୍ତ ଘାଟି ରାସ୍ତା ଧୋଇ ହୋଇଯାଇଥିଲା। ବଡ଼ ବଡ଼ ପଥର ମଧ୍ୟ ଖସିଥିବାରୁ ଗମନାଗମନରେ ବାଧା ଉପୁଜଛି। ଜାତୀୟ ରାଜପଥ କତ୍ତୃୃପକ୍ଷ ଉକ୍ତ ଗୁରୁତ୍ତ୍ୱପୁର୍ଣ ରାସ୍ତାକୁ ମରାମତି କରିବା ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ କାମ ମନ୍ଥର ଗତିରେ ଚାଲିଛି। ୧୫ ଦିନ ହେଲା ଉକ୍ତ ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇପାରିନାହିଁ। ଲୋକେ ଅନ୍ୟ ରାସ୍ତାରେ ଯାଇ ଅଧିକ ଖର୍ଚ୍ଚାନ୍ତ ସହ ସମୟ ମଧ୍ୟ ନଷ୍ଟ ହେଉଛି। ଉକ୍ତ ରାସ୍ତାରେ ଗମନାଗମନ ବାରଣ କରାଯାଇଛି। ଘାଟିର ଉଭୟ ମୁଣ୍ଡରେ ପୋଲିସ ମୁତୟନ ହୋଇଛି। ରାସ୍ତା ସ୍ବାଭାବିକ ହେବା ଓ ଭାରିଯାନ ଏବଂ ବସ ଚଳାଚଳ କରିବାକୁ ଆହୁରି ବହୁଦିନ ଲାଗିଯିବ। ବର୍ଷା ଯଦି ନ ହେବ ତେବେ ଚାରିଚକିଆ ଏବଂ ଦୁଇ ଚକିଆ ଗାଡ଼ି ସପ୍ତାହେ ମଧ୍ୟରେ ଚାଲିବା ସମ୍ଭାବନା ରହିଛି। ଅପରପକ୍ଷେ ଘାଟିରେ ଥିବା ଠାକୁରାଣୀଙ୍କ ମନ୍ଦିରରେ ମଙ୍ଗଳବାର ବୋଦା ବଳି ଦିଆଯାଇଛି। ଏହାପରେ ସେଠାରେ ଭୋଜିଭାତ ହୋଇଥିଲା। ଶ୍ରମିକ, ଜାତୀୟ ରାଜପଥ କର୍ମଚାରୀ, ଠିକାଦାର ପ୍ରମୁଖ ଭୋଜି ଖାଇଥିଲେ। ବୋଦା ବଳି ପଡିବା ପରେ ରାସ୍ତା କାମରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କାମ କରୁଥିବା ଶ୍ରମିକ ମାନଙ୍କ ବିଶ୍ୱାସ। କାମ ବିଳମ୍ବ ନେଇ ଜାତୀୟ ରାଜପଥ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି, ଶ୍ରମିକ ଅଭାବ ଯୋଗୁଁ କାମ ବିଳମ୍ବ ହେଉଛି। ତଥାପି ପୂଜା ପରେ ଦ୍ରୁତ ଗତିରେ କାମ କରିବା ଯୋଜନା ଅଛି। ପ୍ରଶାସନ ନିଷ୍ପତ୍ତି ପରେ ଛୋଟ ଯାନବାହାନ ଚଳାଚଳ ପାଇଁ ରାସ୍ତା ଖୋଲିବ ବୋଲି କହିଥିଲେ। କଳିଙ୍ଗା ଘାଟି ଏବେବି ଯାନବାହାନ ଚଳାଚଳ ପାଇଁ ବିପଦପୂର୍ଣ୍ଣ ଅଛି । ତେଣୁ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବଳି ବୋଦା ସମ୍ପର୍କରେ ଜଣେ ବ୍ୟକ୍ତି କହିଛନ୍ତି ଘାଟି କାମ ମରାମତି ସମୟରେ ଏକ ଗାଡି ଏବଂ ଚାଳକ ବିପଦରେ ପଡ଼ି ଯାଇଥିଲେ। ମା’ଙ୍କ କୃପାରୁ ଚାଳକ ଜଣଙ୍କ ବଞ୍ଚିଯାଇଥିବା ଯୋଗୁ ସେ ବୋଦା ବଳି ପକାଇଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ସରିବାକୁ ବସିଲା, ହେଉନି ବର୍ଷା: ଚାଷ କାମରେ ବାଧା

ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍‌ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

କଟ୍‌ନି ନାଁରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର

ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri