କଳିଙ୍ଗା ଘାଟି ମନ୍ଦିରରେ ପଡ଼ିଲା ବୋଦା ବଳି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ)-ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥରରେ ଥିବା କଳିଙ୍ଗା ଘାଟିରେ ଗତ ୧୬ ତାରିଖରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବା ସହ ବଡ ବଡ ପଥର ଖସିଥିଲା। ଫଳରେ ଉକ୍ତ ଘାଟି ରାସ୍ତା ଧୋଇ ହୋଇଯାଇଥିଲା। ବଡ଼ ବଡ଼ ପଥର ମଧ୍ୟ ଖସିଥିବାରୁ ଗମନାଗମନରେ ବାଧା ଉପୁଜଛି। ଜାତୀୟ ରାଜପଥ କତ୍ତୃୃପକ୍ଷ ଉକ୍ତ ଗୁରୁତ୍ତ୍ୱପୁର୍ଣ ରାସ୍ତାକୁ ମରାମତି କରିବା ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ କାମ ମନ୍ଥର ଗତିରେ ଚାଲିଛି। ୧୫ ଦିନ ହେଲା ଉକ୍ତ ରାସ୍ତାରେ ଗମନାଗମନ ସ୍ବାଭାବିକ ହୋଇପାରିନାହିଁ। ଲୋକେ ଅନ୍ୟ ରାସ୍ତାରେ ଯାଇ ଅଧିକ ଖର୍ଚ୍ଚାନ୍ତ ସହ ସମୟ ମଧ୍ୟ ନଷ୍ଟ ହେଉଛି। ଉକ୍ତ ରାସ୍ତାରେ ଗମନାଗମନ ବାରଣ କରାଯାଇଛି। ଘାଟିର ଉଭୟ ମୁଣ୍ଡରେ ପୋଲିସ ମୁତୟନ ହୋଇଛି। ରାସ୍ତା ସ୍ବାଭାବିକ ହେବା ଓ ଭାରିଯାନ ଏବଂ ବସ ଚଳାଚଳ କରିବାକୁ ଆହୁରି ବହୁଦିନ ଲାଗିଯିବ। ବର୍ଷା ଯଦି ନ ହେବ ତେବେ ଚାରିଚକିଆ ଏବଂ ଦୁଇ ଚକିଆ ଗାଡ଼ି ସପ୍ତାହେ ମଧ୍ୟରେ ଚାଲିବା ସମ୍ଭାବନା ରହିଛି। ଅପରପକ୍ଷେ ଘାଟିରେ ଥିବା ଠାକୁରାଣୀଙ୍କ ମନ୍ଦିରରେ ମଙ୍ଗଳବାର ବୋଦା ବଳି ଦିଆଯାଇଛି। ଏହାପରେ ସେଠାରେ ଭୋଜିଭାତ ହୋଇଥିଲା। ଶ୍ରମିକ, ଜାତୀୟ ରାଜପଥ କର୍ମଚାରୀ, ଠିକାଦାର ପ୍ରମୁଖ ଭୋଜି ଖାଇଥିଲେ। ବୋଦା ବଳି ପଡିବା ପରେ ରାସ୍ତା କାମରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କାମ କରୁଥିବା ଶ୍ରମିକ ମାନଙ୍କ ବିଶ୍ୱାସ। କାମ ବିଳମ୍ବ ନେଇ ଜାତୀୟ ରାଜପଥ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି, ଶ୍ରମିକ ଅଭାବ ଯୋଗୁଁ କାମ ବିଳମ୍ବ ହେଉଛି। ତଥାପି ପୂଜା ପରେ ଦ୍ରୁତ ଗତିରେ କାମ କରିବା ଯୋଜନା ଅଛି। ପ୍ରଶାସନ ନିଷ୍ପତ୍ତି ପରେ ଛୋଟ ଯାନବାହାନ ଚଳାଚଳ ପାଇଁ ରାସ୍ତା ଖୋଲିବ ବୋଲି କହିଥିଲେ। କଳିଙ୍ଗା ଘାଟି ଏବେବି ଯାନବାହାନ ଚଳାଚଳ ପାଇଁ ବିପଦପୂର୍ଣ୍ଣ ଅଛି । ତେଣୁ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବଳି ବୋଦା ସମ୍ପର୍କରେ ଜଣେ ବ୍ୟକ୍ତି କହିଛନ୍ତି ଘାଟି କାମ ମରାମତି ସମୟରେ ଏକ ଗାଡି ଏବଂ ଚାଳକ ବିପଦରେ ପଡ଼ି ଯାଇଥିଲେ। ମା’ଙ୍କ କୃପାରୁ ଚାଳକ ଜଣଙ୍କ ବଞ୍ଚିଯାଇଥିବା ଯୋଗୁ ସେ ବୋଦା ବଳି ପକାଇଥିଲେ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri