ଗଞ୍ଜାମରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୧୮ା୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ସଚେତନତାଠାରୁ ଆରମ୍ଭ କରି ଏନଫୋର୍ସମେଣ୍ଟ, ସଡକ ସୁରକ୍ଷା କମିଟି ବୈଠକ ନିୟମିତ ହେଉଥିଲେ ମଧ୍ୟ ସୁଧାର ଆସୁନି। ଏ ନେଇ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ମଧ୍ୟ ଚିନ୍ତା ପ୍ରକଟ କରିଛି। ଏପରିକି ନୂଆଦିଲ୍ଳୀ ସ୍ଥିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ସେକ୍ରେଟାରୀ ଗଞ୍ଜାମ ଜିଲାରେ ଚଳିତ ମାସ ପ୍ରଥମ ସପ୍ତାହରେ ସମୀକ୍ଷା ବୈଠକ କରି ଜିଲାରେ ସଡକ ଦୁର୍ଘଟଣା ସହ ଏଥିଜନିତ ମୃତ୍ୟୁସଂଖ୍ୟା ଯେଭଳି କମିବ ସେ ନେଇ କେତେକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲାରେ ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ୍‌ ମଧ୍ୟରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ୧.୩୧ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଗତବର୍ଷ ତୁଳନାରେ ଚଳିତବର୍ଷ ଜୁନ୍‌ ମଧ୍ୟରେ ସଡ଼କ ଦୁର୍ଘଟଣା ୧୨.୨୭ ପ୍ରତିଶତ କମିଥିବା କୁହାଯାଇଛି। ଦୁର୍ଘଟଣା କମୁଥିଲେ ମଧ୍ୟ ଏଥିଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ବଢାଇଛି। ଜିଲା ସଡ଼କ ସୁରକ୍ଷା କମିଟିରେ ହୋଇଥିବା ନିଷ୍ପତ୍ତିି ଓ ନିର୍ଦ୍ଦେଶକୁ ଏନଏଚ୍‌ଏଆଇ କତ୍ତୃର୍ର୍ପକ୍ଷ ମାନୁନି ଏବଂ ଏଗୁଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛି। ଗଞ୍ଜାମ ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଖଲ୍ଲିକୋଟ ଘାଟିରେ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଆବଶ୍ୟକ ସାଇନେଜ୍‌ ଲଗାଇବାକୁ ଗତ ଫେବ୍ରୃୟାରୀ ୨୭ ତାରିଖରେ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ନିଷ୍ପିତି ହୋଇଥିଲା। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ ସରିବ ବୋଲି ଉକ୍ତ ବୈଠକରେ ଏନଏଚଏଆଇ କତ୍ତୃର୍ର୍ପକ୍ଷ କହିଥିବା ଜଣାପଡିଛି। ଆସନ୍ତା ୩ ମାସ ମଧ୍ୟରେ ତୃତୀୟ ପକ୍ଷ ଦ୍ୱାରା ଜାତୀୟ ରାଜପଥ-୧୬ର ଅଡିଟ୍‌ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁଠି ଇଞ୍ଜିିନିୟରିଂ ତ୍ରୁଟି ଅଛି କି ନାହିଁ, ସାଇନେଜ୍‌ ଲାଗିବା ଆଦି ସମ୍ପର୍କରେ ଅଡିଟ୍‌ରେ ସ୍ଥାନ ପାଇବ। ବିଶେଷକରି ଖଲ୍ଲିକୋଟ ଘାଟିର ଅଡିଟ୍‌ ସୁନିଶ୍ଚିତ କରିବାକୁ ପଡିବ। ଏଥିସହ ତୁରନ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଆବଶ୍ୟକୀୟ ସାଇନେଜ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ବ୍ଲାକ୍‌ ସ୍ପଟ ଭାବେ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଜାତୀୟ ରାଜପଥ-୧୬ ର ପାର୍ଶ୍ୱରେ ଚାରାରୋପଣ କାର୍ଯ୍ୟ ବହୁତ ଖରାପ ଥିବା ଉକ୍ତ ସମୀକ୍ଷାରୁ ଜଣାଯାଇଥିଲା। ଜନବହୁଳ ଓ ଘାଟିରେ ଆବଶ୍ୟକ ଲାଇଟ୍‌ ଲଗାଇବାକୁ ଏନଏଚଏଆଇ ଓ ପିଡବ୍ଲ୍ୟୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ଓ ଏଜନିତ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଏସଓପି ପ୍ରସ୍ତୁତ କରାଯିବ ଏବଂ ଏହାକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଦୁଇ ଚକିଆ ଯାନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉପରେ ଏନଫୋର୍ସମେଣ୍ଟ ଆହୁରି ଅଧିକ କରାଯିବାକୁ ନିଷ୍ପତ୍ତିି ହୋଇଛି। ଏଥିସହ ଏନଏଚ୍‌ ଓ ଅନ୍ୟ ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଦୃଢ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?