Posted inଜାତୀୟ

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା। ନଦୀ ନିକଟରେ ରହୁଥିବା ଉଲହାସନଗର ଏବଂ ଅମ୍ବରନାଥ ଟାଉନଶିପ୍‌ର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଭାଲଧୁନି ନଦୀରେ ବିଷାକ୍ତ ରାୟାସନିକ ପଦାର୍ଥ ମିଶାଯାଉଛି, ଯାହା କେବଳ ଜଳକୁ ଲାଲ୍‌ କରିନାହିଁ, ବରଂ ଲୋକଙ୍କ ଜୀବନ ପାଇଁ ମଧ୍ୟ କାଳ ସାଜିଛି।
ରାଜ୍ୟ ପ୍ରଦୂଷଣ ବୋର୍ଡ (ଏମ୍‌ପିସିବି)ରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ଏବଂ ପୌରପାଳିକା ଅଧିକାରୀମାନେ କର୍ଣ୍ଣପାତ କଲେ ନାହିଁ। ଟାଉନଶିପ୍‌ ଦେଇ ଯାଇଥିବା ନଦୀରେ ବିଶୋଧିତ ଶିଳ୍ପର ବର୍ଜ୍ୟବସ୍ତୁଗୁଡ଼ିକ ଫିଙ୍ଗାଯାଉଛି। ତେଣୁ ଏପରି କିଏ କରୁଛି ଏ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି ଉଲହସନଗରର କାଉନସିଲର।
ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବରରେ ସେହି ନଦୀ ଚତୁଃପାର୍ଶ୍ୱରେ ରହୁଥିବା ୬୦୦ ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନଦୀକୂଳିଆବାସୀଙ୍କୁ ବାନ୍ତି ଲାଗିବା ସହ ଅଶାନ୍ତ ଅନୁଭବ କରୁଥିଲେ। ଏପରିକି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସେହି ସମୟରେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।
କାଉନସିଲର କହିଛନ୍ତି, କିଛି ଲୋକ ବର୍ତ୍ତମାନ ନଦୀରେ ବର୍ଜ୍ୟବସ୍ତୁ ଫିଙ୍ଗିବାସହ ବିପଜ୍ଜନକ ରାସାୟନିକ ପଦାର୍ଥ ପକାଉଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଆଖି ଜଳପୋଡ଼ା ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ବାନ୍ତି ଲାଗିବା ଆଦି ସମସ୍ୟା ଦେଖାଦେଇଛି। ତେଣୁ ଦୋଷୀଙ୍କୁ ଧରିବା ପାଇଁ ଏପରି ପୁରସ୍କାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ସିଦ୍ଧୁ

ଚଣ୍ଡିଗଡ଼,୨୩।୭: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି ହୋଇଥିବା କନ୍ଦଳ ଏବେ କିଛି ମାତ୍ରାରେ ଦୂର ହୋଇଛି। ଶୁକ୍ରବାର...

ଡି-ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଏନ୍‌ଆଇଏ, ଟାର୍ଗେଟ୍‌ରେ ରାଜନେତା…

ନୂଆଦିଲ୍ଲୀ,୧୯।୨ : ଡି-ଗ୍ୟାଙ୍ଗର ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଏସମ୍ପର୍କରେ ବହୁ ଗୁପ୍ତ ସୂଚନା ମିଳିଛି। ଏନଆଇଏ ଅନୁଯାୟୀ, ଡି-ଗ୍ୟାଙ୍ଗ ମୁଖ୍ୟ...

ମାଡିଆସୁଛି ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ

ଚେନ୍ନାଇ,୨୫।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ନିଭାର’ ମାଡିଆସୁଛି। ବୁଧବାର ସକାଳେ ‘ନିଭାର’ ସ୍ଥଳ ଭାଗ ଛୁଇଁବ। ଏହାକୁକୁ ନଜରରେ ରଖି ତାମିଲନାଡୁରେ ଆର୍ଲଟ ଜାରି...

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ...

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କଲେ ଜଗନ ରେଡ୍ଡୀ, କହିଲେ ମୋର ବି ଅଛନ୍ତି ଦୁଇଟି ଝିଅ

ହାଇଦ୍ରାବାଦ,୯।୧୨:ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ରେଡ୍ଡୀ ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ପୋଲିସକୁ ପ୍ରଶଂସା କରିଛନ୍ତି।...

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ...

ଯୋଧପୁର ଆଇଆଇଟି ତିଆରି କଲା ଏମିତି ମେଶିନ, ଯାହା ଯେକୌଣସି ଜିନିଷର ଭିତର ପର୍ଯ୍ୟନ୍ତ କରିବ ସାନିଟାଇଜ୍‌

ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week