ପେଟ ପାଇଁ ନଦୀ ବାଲି ଭରସା

ମହାକାଳପଡ଼ା,୨୯ା୧୨( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ ବାଲି ବ୍ୟବସାୟୀ ବଡ଼ ବଡ଼ ଯନ୍ତ୍ର ଚାଳିତ ଡଙ୍ଗାରେ ଶ୍ରମିକମାନଙ୍କୁ ନିୟୋଜିତ କରି ଦିନରାତି ବାଲି ଚାଲାଣ କରୁଛନ୍ତି। ଫଳରେ ବର୍ଷାଦିନରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହେବା ସହ କୂଳମୁହାଁ ହୋଇ ଅତଡ଼ା ଖସୁଥିବା କୁହାଯାଇଛି। ତେବେ ବେଆଇନ ବାଲି ଚାଲାଣ କରୁଥିବା ବ୍ୟବସାୟୀଙ୍କ ପ୍ରତି ରାଜସ୍ବ ବିଭାଗର ନଜର ନାହିଁ। ଏହାଦ୍ୱାରା ବିଭାଗ ବିପୁଳ ପରିମାଣରେ ରାଜସ୍ବ ହରାଉଛି। ଅପରପକ୍ଷରେ କେତେଜଣ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନଦୀ ମଧ୍ୟରୁ ପାଣିରେ ବୁଡ଼ି ବାଲ୍ଟି ଦ୍ୱାରା ବାଲି ଉଠାଉଥିବା କହିଛନ୍ତି। ଅନ୍ୟ କିଛି ଉପାୟ ନ ପାଇ ପେଟ ପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ଏହି ବିପଦପୂର୍ଣ୍ଣ କାମ କରିବାକୁ ପଡୁଛି ବୋଲି ଶ୍ରମିକମାନେ କହିଛନ୍ତି। ଏହି ଅଞ୍ଚଳରୁ ଦୈନିକ ୧୦ରୁ ଅଧିକ ଡଙ୍ଗାରେ ବାଲି ଚାଲାଣ ହେଉଛି। ସଇରାତରୁ ବାଲି ଉଠାଇଲେ ବ୍ୟବସାୟୀଙ୍କୁ ଅର୍ଥ ଦେବାକୁ ପଡ଼ିବ। ବିନା ଅର୍ଥରେ ଏମାନେ ଏହି ବେଆଇନ ନୀତିକୁ ଆପଣେଇ ବିପୁଳ ପରିମାଣରେ ଅର୍ଥ ରୋଜଗାର କରୁଛନ୍ତି ବୋଲି କୁହାଯାଇଛି। ଏହି ବ୍ୟବସାୟୀମାନେ ନଦୀ କୂଳରେ ଡଙ୍ଗା ଲଙ୍ଗର ପକାଇ ବାଲିକୁ ଅନଲୋଡ କରି ଟ୍ରାକ୍ଟର ପିଛା ୨ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମହାନଦୀ, ଲୁଣା, ପାଇକା ଆଦି ନଦୀ କୂଳରେ ବେଇଅନ ବାଲି ଗଦାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମହାକାଳପଡା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଏଭଳି କାମ ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କୁ ଭେଟି ନିମନ୍ତ୍ରଣପତ୍ର ଦେଲେ ଯଜ୍ଞ ପରିଚାଳନା କମିଟି

ଗଞ୍ଜାମ,୧୯।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଶୁକ୍ରବାରଠୁ ଚବିଶି ପ୍ରହର ମହାଯଜ୍ଞ…

ସରକାରୀ ଡିଜିଟାଲ୍‌ ସମ୍ପତ୍ତିର ପରିଚାଳନାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରି ଦୁଇ ବର୍ଷ ପୂରଣ କରିଥିବା ବେଳେ ରାଜ୍ୟ ପ୍ରଶାସନରେ ନୂଆ ଏବଂ ଗମ୍ଭୀର ପ୍ରଶ୍ନବାଚୀ…

କ୍ରାଇମବ୍ରାଞ୍ଚ ରିପୋର୍ଟରେ ବଡ଼ ଖୁଲାସା: ୮ କନଷ୍ଟେବଳଙ୍କୁ ଏମିତି ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗଓ୍ବାର

ଭୁବନେଶ୍ୱର,୧୯ା୬: କ୍ରାଇମବ୍ରାଞ୍ଚ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ବାର ପଦର ଅବବ୍ୟବହାର କରୁଥିଲେ। ଏପରିକି ଜଣେ କି ଦୁଇ ଜଣ ନୁହେଁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଜଣଙ୍କୁ ହତ୍ୟା

ଝାରବନ୍ଧ, ୧୯।୬ (ଦେବେନ୍ଦ୍ର ସାହୁ ): ବରଗଡ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଠାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri