ପେଟ ପାଇଁ ନଦୀ ବାଲି ଭରସା

ମହାକାଳପଡ଼ା,୨୯ା୧୨( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ମଧ୍ୟରୁ ବାଲି ଉତ୍ତୋଳନ କରି ବେଆଇନ ଭାବେ ଡଙ୍ଗାରେ ଚାଲାଣ ହେଉଛି। ଅପରପକ୍ଷରେ ନଦୀ ମଧ୍ୟରେ ଥିବା ବାଲିକୁ କେତେଜଣ ବାଲି ବ୍ୟବସାୟୀ ବଡ଼ ବଡ଼ ଯନ୍ତ୍ର ଚାଳିତ ଡଙ୍ଗାରେ ଶ୍ରମିକମାନଙ୍କୁ ନିୟୋଜିତ କରି ଦିନରାତି ବାଲି ଚାଲାଣ କରୁଛନ୍ତି। ଫଳରେ ବର୍ଷାଦିନରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତ୍ତନ ହେବା ସହ କୂଳମୁହାଁ ହୋଇ ଅତଡ଼ା ଖସୁଥିବା କୁହାଯାଇଛି। ତେବେ ବେଆଇନ ବାଲି ଚାଲାଣ କରୁଥିବା ବ୍ୟବସାୟୀଙ୍କ ପ୍ରତି ରାଜସ୍ବ ବିଭାଗର ନଜର ନାହିଁ। ଏହାଦ୍ୱାରା ବିଭାଗ ବିପୁଳ ପରିମାଣରେ ରାଜସ୍ବ ହରାଉଛି। ଅପରପକ୍ଷରେ କେତେଜଣ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନଦୀ ମଧ୍ୟରୁ ପାଣିରେ ବୁଡ଼ି ବାଲ୍ଟି ଦ୍ୱାରା ବାଲି ଉଠାଉଥିବା କହିଛନ୍ତି। ଅନ୍ୟ କିଛି ଉପାୟ ନ ପାଇ ପେଟ ପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ଏହି ବିପଦପୂର୍ଣ୍ଣ କାମ କରିବାକୁ ପଡୁଛି ବୋଲି ଶ୍ରମିକମାନେ କହିଛନ୍ତି। ଏହି ଅଞ୍ଚଳରୁ ଦୈନିକ ୧୦ରୁ ଅଧିକ ଡଙ୍ଗାରେ ବାଲି ଚାଲାଣ ହେଉଛି। ସଇରାତରୁ ବାଲି ଉଠାଇଲେ ବ୍ୟବସାୟୀଙ୍କୁ ଅର୍ଥ ଦେବାକୁ ପଡ଼ିବ। ବିନା ଅର୍ଥରେ ଏମାନେ ଏହି ବେଆଇନ ନୀତିକୁ ଆପଣେଇ ବିପୁଳ ପରିମାଣରେ ଅର୍ଥ ରୋଜଗାର କରୁଛନ୍ତି ବୋଲି କୁହାଯାଇଛି। ଏହି ବ୍ୟବସାୟୀମାନେ ନଦୀ କୂଳରେ ଡଙ୍ଗା ଲଙ୍ଗର ପକାଇ ବାଲିକୁ ଅନଲୋଡ କରି ଟ୍ରାକ୍ଟର ପିଛା ୨ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମହାନଦୀ, ଲୁଣା, ପାଇକା ଆଦି ନଦୀ କୂଳରେ ବେଇଅନ ବାଲି ଗଦାଇ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମହାକାଳପଡା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଏଭଳି କାମ ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ...

ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର...

୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ...

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା...

ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି।...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ...

ନୂଆବର୍ଷ ସରିବାକୁ ବସିଲାଣି, ହେଲେ ଦାରିଙ୍ଗବାଡ଼ିରେ କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): ନୂଆବର୍ଷ ଏବେ ସରିବାକୁ ବସିଲାଣି କିନ୍ତୁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ମଜା ନେବା ପାଇଁ ଜିଲା ତଥା ଜିଲା ବାହାରୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri