ପେଟ ପାଇଁ ନଦୀବାଲି ଭରସା, ବିପଦରେ ଜୀବନ: ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ନଦୀନାଳରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ଡଙ୍ଗାରେ ଚାଲାଣ କରି ବାଲି ବ୍ୟବସାୟୀମାନେ ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି। ଜିଲାର ମହାକାଳପଡ଼ା ଅଞ୍ଚଳ ମହାନଦୀ, ପାଇକା, ଲୁଣା, ଚିତ୍ରୋତ୍ପଳା ଆଦି ନଦୀରୁ ପ୍ରତିଦିନ ବଡ଼ ବଡ଼ ଡଙ୍ଗାରେ ବାଲି ବୋଝେଇ ହୋଇ ବିଭିନ୍ନ ଅଞ୍ଚଳର ନଦୀଘାଟ ତଥା ମହାନଦୀ କୂଳର ବାହାକୁଦ, ଚଉମୁହାଣି ଘାଟ ସମେତ ଲୁଣା ଓ ପାଇକା ନଦୀ ତିଖିରୀ ନଦୀଘାଟ ଆଦି ଅଞ୍ଚଳରେ ଖଲାସ କରାଯାଉଛି। ବାଲି ବ୍ୟବସାୟୀମାନେ ପ୍ରତି ଟ୍ରାକ୍ଟର ମୂଲ୍ୟ ୨ରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ ସଇରାତରୁ ବାଲି ଉଠାଇବା ପାଇଁ କଟକଣା ଜାରି କରାଯାଇଛି। ହେଲେ ରାତି ଅଧିଆ ବାଲି ବ୍ୟବସାୟୀମାନେ କେତେଜଣ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ରାତିରେ ସାମୁଦ୍ରିକ ଜୁଆର ଛାଡ଼ିଯିବା ପରେ ନଦୀରୁ ଜଳସ୍ତର ଖସିଯାଏ, ଅତି ସତର୍କତା ସହ ପାଣିରେ ବୁଡ଼ି ବାଲ୍‌ଟି ଯୋଗେ ବାଲି ଛାଣି ଡଙ୍ଗାକୁ ଉଠାଇଥାନ୍ତି। ଏହି ବାଲି ଉଠାଇବା ସମୟରେ ଅସାବଧାନତାବଶତଃ ଜୀବନ ପ୍ରତି ବିପଦ ସାବ୍ୟସ୍ତ ହୋଇଥାଏ ବୋଲି ନିୟୋଜିତ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ବିପଦପୂର୍ଣ୍ଣ ବାଲି ବୋଝେଇ ଡଙ୍ଗା ନଦୀରେ ଚାଲାଣ ହେଉଥିବା ବେଳେ ଟଳମଳ ହେଉଥିବା ଦେଖିବାକୁ ମିଳେ। ପରିବାର ଦାରିଦ୍ର୍ୟ ଯୋଗୁ ପ୍ରତିପୋଷଣ ପାଇଁ ଦୈନିକ ମଜୁରି ଲାଗିବାକୁ ପଡ଼େ। ଏକ ବଡ଼ ଡଙ୍ଗାରେ ବାଲି ବୋଝେଇ ହେବା ପାଇଁ ୫ରୁ ୬ ଘଣ୍ଟା ସମୟ ଲାଗେ। ଏହା ୬ ରୁ ୭ ଟ୍ରାକ୍ଟର ବାଲି ଚାଲାଣ ହୋଇଥାଏ ବୋଲି କୁହାଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ମୁରବି କହିଛନ୍ତି, ବିଶେଷକରି ନଦୀବାଲି ଲଘୁ ଖଣିଜ ସମ୍ପଦ ଅଧୀନ ହୋଇଥିବାରୁ ଜିଲା ଖଣି ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ପକ୍ଷରୁ ବେଆଇନ ବାଲିଘାଟ ଉପରେ ଏନ୍‌ଫୋର୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri