ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ

ଆଳି,୨୯ା୧୧(ଡି.ଏନ୍‌.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି ବ୍ୟବସାୟୀମାନେ ବନ୍ଧ କାଟି ନଦୀରୁ ଅହରହ ବାଲି ବୋଝେଇ ଗାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି l ନଦୀବନ୍ଧର ସୁରକ୍ଷାକୁ ଲକ୍ଷ୍ୟକରି ଏହି ବାଲି ଗାଡି ଚଳାଚଳ କରୁଥିବା ରାସ୍ତାରେ ବାଉଁଶ ବାନ୍ଧିଛନ୍ତି ଆଳି ତହସିଲ ଅନ୍ତର୍ଗତ ହଦୁଆ ଗ୍ରାମବାସୀ l ଏ ନେଇ ଗ୍ରାମବାସୀ ବାରମ୍ବାର ଆଳି ତହସିଲ ନିକଟରେ ଅଭିଯୋଗ କରୁଥିବା ବେଳେ ତହସିଲଦାର ଲୋକଦେଖାଣିଆ ଭାବେ ସେଠାକୁ ଆସି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚାଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହଦୁଆ ଗ୍ରାମ ନିକଟରେ ଖରସ୍ରୋତା ନଦୀ ପ୍ରବାହିତ ହେଉଛି। ଜୁଆଣିଆ ପଞ୍ଚାୟତ ଅନ୍ତର୍ଗତ ହଦୁଆ ନିକଟରୁ ବାଲି ଉଠାଇବା ଲାଗି ଆଳି ତହସିଲ ପକ୍ଷରୁ ଟେଣ୍ଡର ହୋଇଥିଲା। ଟେଣ୍ଡର ପାଇଥିବା ବ୍ୟକ୍ତି ଜଣକ ଯେଉଁ ପରିମାଣର ବାଲି ଉଠାଇବା କଥା ତାହାଠାରୁ ଢେର୍‌ ଅଧିକ ଉଠାଇ ସାରିଲଣି, ଯାହାକୁ ନେଇ ବର୍ଷେ ପୂର୍ବେ ଗ୍ରାମବାସୀ ଆଳି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲଦାର ଲୋକଦେଖାଣିଆ ଭାବେ ଘଟଣାସ୍ଥଳ ବୁଲି ପଳାଇବା ପରେ ପୁନର୍ବାର ଏହି କାରବାର ଚାଲୁ ରହିଥିଲା। ଦୈନିକ ଶହ ଶହ ଟ୍ରକ୍‌, ଟ୍ରାକ୍ଟର ନଦୀରୁ ବାଲି ବୋଝେଇ କରି ନେଉଥିବା ବେଳେ ତାହା ନଦୀବନ୍ଧ ଦେଇ ଯାତାୟାତ କରୁଥିବାରୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ତଟବନ୍ଧ ବିଭାଗ ପକ୍ଷରୁ କରାଯାଇଥିବା ପଥର ସ୍ପରକୁ ଜେସିବି ମେଶିନରେ ତାଢ଼ି ନଦୀରୁ ନଦୀବନ୍ଧକୁ ରାସ୍ତା କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଲି ବ୍ୟବସାୟୀମାନେ ନିଜର ସ୍ବାର୍ଥ ନିମନ୍ତେ ଅନେକ ବ୍ୟକ୍ତିଗତ ଲୋକଙ୍କ ଜମି ସମେତ ଗ୍ରାମ ଶ୍ମଶାନକୁ ମଧ୍ୟ ଛାଡ଼ିନାହାନ୍ତି। ଶ୍ମଶାନକୁ ଖୋଳି ବଡ଼ ବଡ଼ ଗାତ କରି ଦେଇଛନ୍ତି। ଦୀର୍ଘଦିନ ହେବ ଏହି ବାଲି ବୋଝେଇ ଗାଡ଼ିଗୁଡ଼ିକ ନଦୀବନ୍ଧ ଦେଇ ଗ୍ରାମ ଭିତରେ ସଂକୀର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଛି। ନଦୀବନ୍ଧ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଥିବା ବେଳେ ଗ୍ରାମ ଭିତରେ ଥିବା ଢଳେଇ ରାସ୍ତା ଫାଟି ଅଁା କରିଛି। ଏହି ଅଞ୍ଚଳ ବନ୍ୟାଞ୍ଚଳ ଭାବେ ପରିଚିତ ଥିବା ବେଳେ ବନ୍ୟା ଆସିଲେ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଯଦି ଏଭଳି ଭାବେ ନଦୀବନ୍ଧକୁ ଖୋଳି ବାଲି ଗାଡ଼ି ଯାତାୟାତ କରେ ତେବେ ବନ୍ୟା ଆସିଲେ ବନ୍ଧ ଭୁଶୁଡ଼ି ଧନଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଗଁାର ଗୌରାଙ୍ଗ ପ୍ରଧାନ, ଈଶ୍ୱର ଥାଟୋଇ, ସୁବ୍ରତ ଥାଟୋଇ, ଅମର ସେଠୀ, ପ୍ରମୋଦ ସେଠୀ, ପ୍ରହଲ୍ଲାଦ ପ୍ରଧାନ, ଦିଲୀପ ସାମଲ, ସରୋଜ ସାମଲ, ବିଦ୍ୟାଧର ସେଠୀ, ଆକୁଳି ଥାଟୋଇ ପ୍ରମୁଖ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ଆଳି ତହସିଲଦାର ତପନ ସେନାପତିଙ୍କୁ ପଚାରିବାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଆଳି ତଟବନ୍ଧ ବିଭାଗ କାର୍ଯ୍ୟାଳୟରେ ଜୁଆଣିଆ ସରପଞ୍ଚ ସୁବ୍ରତ ନାୟକ ଖରସ୍ରୋତା ନଦୀବନ୍ଧକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ କରିବା ପରେ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାସ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri