ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ

ଆଳି,୨୯ା୧୧(ଡି.ଏନ୍‌.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି ବ୍ୟବସାୟୀମାନେ ବନ୍ଧ କାଟି ନଦୀରୁ ଅହରହ ବାଲି ବୋଝେଇ ଗାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି l ନଦୀବନ୍ଧର ସୁରକ୍ଷାକୁ ଲକ୍ଷ୍ୟକରି ଏହି ବାଲି ଗାଡି ଚଳାଚଳ କରୁଥିବା ରାସ୍ତାରେ ବାଉଁଶ ବାନ୍ଧିଛନ୍ତି ଆଳି ତହସିଲ ଅନ୍ତର୍ଗତ ହଦୁଆ ଗ୍ରାମବାସୀ l ଏ ନେଇ ଗ୍ରାମବାସୀ ବାରମ୍ବାର ଆଳି ତହସିଲ ନିକଟରେ ଅଭିଯୋଗ କରୁଥିବା ବେଳେ ତହସିଲଦାର ଲୋକଦେଖାଣିଆ ଭାବେ ସେଠାକୁ ଆସି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚାଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ହଦୁଆ ଗ୍ରାମ ନିକଟରେ ଖରସ୍ରୋତା ନଦୀ ପ୍ରବାହିତ ହେଉଛି। ଜୁଆଣିଆ ପଞ୍ଚାୟତ ଅନ୍ତର୍ଗତ ହଦୁଆ ନିକଟରୁ ବାଲି ଉଠାଇବା ଲାଗି ଆଳି ତହସିଲ ପକ୍ଷରୁ ଟେଣ୍ଡର ହୋଇଥିଲା। ଟେଣ୍ଡର ପାଇଥିବା ବ୍ୟକ୍ତି ଜଣକ ଯେଉଁ ପରିମାଣର ବାଲି ଉଠାଇବା କଥା ତାହାଠାରୁ ଢେର୍‌ ଅଧିକ ଉଠାଇ ସାରିଲଣି, ଯାହାକୁ ନେଇ ବର୍ଷେ ପୂର୍ବେ ଗ୍ରାମବାସୀ ଆଳି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲଦାର ଲୋକଦେଖାଣିଆ ଭାବେ ଘଟଣାସ୍ଥଳ ବୁଲି ପଳାଇବା ପରେ ପୁନର୍ବାର ଏହି କାରବାର ଚାଲୁ ରହିଥିଲା। ଦୈନିକ ଶହ ଶହ ଟ୍ରକ୍‌, ଟ୍ରାକ୍ଟର ନଦୀରୁ ବାଲି ବୋଝେଇ କରି ନେଉଥିବା ବେଳେ ତାହା ନଦୀବନ୍ଧ ଦେଇ ଯାତାୟାତ କରୁଥିବାରୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ତଟବନ୍ଧ ବିଭାଗ ପକ୍ଷରୁ କରାଯାଇଥିବା ପଥର ସ୍ପରକୁ ଜେସିବି ମେଶିନରେ ତାଢ଼ି ନଦୀରୁ ନଦୀବନ୍ଧକୁ ରାସ୍ତା କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଲି ବ୍ୟବସାୟୀମାନେ ନିଜର ସ୍ବାର୍ଥ ନିମନ୍ତେ ଅନେକ ବ୍ୟକ୍ତିଗତ ଲୋକଙ୍କ ଜମି ସମେତ ଗ୍ରାମ ଶ୍ମଶାନକୁ ମଧ୍ୟ ଛାଡ଼ିନାହାନ୍ତି। ଶ୍ମଶାନକୁ ଖୋଳି ବଡ଼ ବଡ଼ ଗାତ କରି ଦେଇଛନ୍ତି। ଦୀର୍ଘଦିନ ହେବ ଏହି ବାଲି ବୋଝେଇ ଗାଡ଼ିଗୁଡ଼ିକ ନଦୀବନ୍ଧ ଦେଇ ଗ୍ରାମ ଭିତରେ ସଂକୀର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଛି। ନଦୀବନ୍ଧ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଥିବା ବେଳେ ଗ୍ରାମ ଭିତରେ ଥିବା ଢଳେଇ ରାସ୍ତା ଫାଟି ଅଁା କରିଛି। ଏହି ଅଞ୍ଚଳ ବନ୍ୟାଞ୍ଚଳ ଭାବେ ପରିଚିତ ଥିବା ବେଳେ ବନ୍ୟା ଆସିଲେ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ୁଛନ୍ତି। ଯଦି ଏଭଳି ଭାବେ ନଦୀବନ୍ଧକୁ ଖୋଳି ବାଲି ଗାଡ଼ି ଯାତାୟାତ କରେ ତେବେ ବନ୍ୟା ଆସିଲେ ବନ୍ଧ ଭୁଶୁଡ଼ି ଧନଜୀବନ ହାନି ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଗଁାର ଗୌରାଙ୍ଗ ପ୍ରଧାନ, ଈଶ୍ୱର ଥାଟୋଇ, ସୁବ୍ରତ ଥାଟୋଇ, ଅମର ସେଠୀ, ପ୍ରମୋଦ ସେଠୀ, ପ୍ରହଲ୍ଲାଦ ପ୍ରଧାନ, ଦିଲୀପ ସାମଲ, ସରୋଜ ସାମଲ, ବିଦ୍ୟାଧର ସେଠୀ, ଆକୁଳି ଥାଟୋଇ ପ୍ରମୁଖ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ଆଳି ତହସିଲଦାର ତପନ ସେନାପତିଙ୍କୁ ପଚାରିବାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଆଳି ତଟବନ୍ଧ ବିଭାଗ କାର୍ଯ୍ୟାଳୟରେ ଜୁଆଣିଆ ସରପଞ୍ଚ ସୁବ୍ରତ ନାୟକ ଖରସ୍ରୋତା ନଦୀବନ୍ଧକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ କରିବା ପରେ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାସ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri