Posted inଖେଳ

୫ ମ୍ୟାଚ୍‌ରେ ଋତୁରାଜଙ୍କ ଚତୁର୍ଥ ଶତକ

ରାଜକୋଟ,୧୪।୧୨: ଚଳିତ ବିଜୟ ହଜାରେ ଟ୍ରଫିରେ ମହାରାଷ୍ଟ୍ର ଅଧିନାୟକ ତଥା ଓପନର ଋତୁରାଜ ଗାଏକ୍ୱାଡ ତାଙ୍କର ଦମ୍‌ଦାର ଫର୍ମ ଜାରି ରଖିଛନ୍ତି। ସେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୪ଟି ଶତକ ଅର୍ଜନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଛତିଶଗଡ଼ ବିପକ୍ଷ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ସେ ୧୬୮ ରନ (୧୩୨ ବଲ, ୧୨ ଚୌକା, ୬ ଛକା)ର ଶତକୀୟ ଇନିଂସ ଖେଳି ମହାରାଷ୍ଟ୍ରକୁ ଜିତାଇଛନ୍ତି। ଟସ୍‌ ହାରି ଛତିଶଗଡ଼ ଓପନର ତଥା ଅଧିନାୟକ ମନନ ଭୋରଙ୍କ ୧୪୧ ରନର ଶତକୀୟ ପାଳି ବଳରେ ୫୦ ଓଭରରେ ୭ ଉଇକେଟ ହରାଇ ୩୦୯ ରନ ସଂଗ୍ରହ କରିଥିଲା। ଜବାବରେ ମହାରାଷ୍ଟ୍ର ୪୮.୫ ଓଭରରେ ୫ ଉଇକେଟ ହରାଇ ୩୧୩ ରନ କରି ବିଜୟୀ ହୋଇଥିଲା। ଏହି ବିଜୟ ସତ୍ତ୍ୱେ ମହାରାଷ୍ଟ୍ର ନେଟ୍‌ ରନ୍‌ ରେଟ୍‌ରେ ପଛରେ ପଡି ତୃତୀୟ ସ୍ଥାନରେ ରହି ନକ୍‌ଆଉଟ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଋଜୁରାଜ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ପ୍ରତିନିଧିତ୍ୱ କରି ସର୍ବାଧିକ ୬୩୫ ରନ୍‌ କରି ଅରେଞ୍ଜ କ୍ୟାପ୍‌ ହାସଲ କରିଥିଲେ। ୨୪ ବର୍ଷୀୟ ଋତୁରାଜ ୯୫ ବଲରୁ ଶତକ ପୂରଣ କରିଥିଲେ। ଏହାପରେ ସେ ପରବର୍ତ୍ତୀ ୨୬ ବଲରୁ ସେ ୫୦ ରନ କରିଥିଲେ। ଏହାପୂର୍ବରୁ ସେ ଟୁର୍ନାମେଣ୍ଟରେ ୧୩୬, ଅପରାଜିତ ୧୫୪ ଓ ୧୨୪ ରନ ସଂଗ୍ରହ କରି ହ୍ୟାଟ୍ରିକ ଶତକ ଅର୍ଜନ କରିଥିଲେ। ୧୫୦.୭୫ ରନ ହାରରେ ସେ ୬୦୩ ରନ ସଂଗ୍ରହ କରିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଚଳିତ ଟୁର୍ନାମେଣ୍ଟରେ ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ପୂର୍ବରୁ ବିରାଟ କୋହଲି, ପୃଥ୍ବୀ ଶ, ଦେବଦତ୍ତ ପଡିକାଲ ମଧ୍ୟ ବିଜୟ ହଜାରେ ଟ୍ରଫିର ଗୋଟିଏ ସେସନରେ ୪ଟି ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri