ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ ଅର୍ଜନ କରିଥିଲେ। ରୋହିତଙ୍କ ଏହି ଶତକ ଟିମ ଇଣ୍ଡିଆର ବିଜୟର ଆଶା ବଢାଇ ଦେଇଛି। ସେ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ୨୫୬ ବଲରେ ୧୨୭ ରନ ସଂଗ୍ରହ କରିଥିଲେ। ସେ ଛକା ମାରି ଶତକ ପୂରଣ କରିଥିଲେ। ଓଭାଲଙ୍କ ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ରିତିକା ସଜଦେହ ସ୍ବାମୀଙ୍କ ସଫଳତା ଦେଖି ଖୁସିରେ ଝୁମି ଉଠିବା ସହ ଫ୍ଲାଇଙ୍ଗ୍ କିସ୍ ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ପ୍ରତ୍ୟେକ ପରିସ୍ଥିତିରେ ରିତିକା ସ୍ବାମୀଙ୍କ ଛାଇ ପରି ଛିଡା ଥାନ୍ତି। ଅନେକ ଥର ରୋହିତଙ୍କ ଇନିଂସ ଦେଖିବା ପରେ ରିତିକାଙ୍କ ଆଖିରୁ ଲୁହ ମଧ୍ୟ ଆସିଯାଏ।
Ritika Bhabhi ji always Supported Rohit in Bad Phases
Please everyone just like for this Great Lady ❤️❤️❤️🙏🙏🙏 pic.twitter.com/EkQx83JGJp
— 𝗛𝗜𝗧𝗠𝗔𝗡 ♥ LOVER ♥ (@ILoveYouJanu143) September 5, 2021