ଗୁଜରନଓ୍ବାଲା,୨୭ା୧୦(ପି.ଟି.): ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ଯେତିକି ଭାରତୀୟ ସେତିକି ପାକିସ୍ତାନୀ। ସ୍ବାଧୀନତା ପୂର୍ବରୁ ତାଙ୍କ ପୂର୍ବପୁରୁଷ ପାକିସ୍ତାନର ଗୁଜରନଓ୍ବାଲାରେ ରହୁଥିଲେ। ଋଷିଙ୍କ ଜେଜେବାପା ରାମଦାସ ସୁନକ ଓ ଜେଜେମା’ ସୁହାଗ ରାଣୀ ୧୯୩୫ ପର୍ଯ୍ୟନ୍ତ ଗୁଜରନଓ୍ବାଲରେ ବସବାସ କରୁଥିଲେ। ୧୯୪୭ରେ ବ୍ରିଟିଶ ଶାସକଙ୍କ କବଳରୁ ସ୍ବାଧୀନତା ମିଳିବା ପରେ ଦେଶ ବିଭାଜନ ହୋଇ ପାକିସ୍ତାନ ଜନ୍ମ ନେଇଥିଲା।
ବର୍ତ୍ତମାନ ସୀମାନ୍ତ ଗୁଜରନଓ୍ବାଲାର ପଞ୍ଜାବ ପ୍ରଦେଶ ଏକ ଶିଳ୍ପାଞ୍ଚଳରେ ପରିଣତ ହୋଇଛି। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ମଧ୍ୟରେ ବିବାଦର ମଞ୍ଜି ସାଜିଥିବା କଶ୍ମୀର ସମସ୍ୟାର ସମାଧାନ କରିପାରିବେ ବୋଲି ଗୁଜରନଓ୍ବାଲାର ଅନେକ ଲୋକ ଆଶା ବାନ୍ଧିଛନ୍ତି।