Posted inଜାତୀୟ

ସାକ୍ଷୀଙ୍କୁ ହତ୍ୟା ଆଶଙ୍କା

ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େଙ୍କୁ ୮ କୋଟି ଟଙ୍କା ଦିଆଯିବ ବୋଲି ନିଖୋଜ ଥିବା ସାକ୍ଷୀ କେ.ପି. ଗୋସାଭିଙ୍କଠାରୁ ଜଣାପଡ଼ିବା ପରେ ଡ୍ରଗ୍ସ ନିରୋଧୀ ସଂସ୍ଥା ଅଡ଼ୁଆରେ ଫସିଛି। ଗୋସାଭିଙ୍କ ଏହି ବାର୍ତ୍ତାଳାପ ତାଙ୍କ ଅଙ୍ଗରକ୍ଷୀ ପ୍ରଭାକର ରଘୁଜୀ ସୈଲ ଶୁଣିଥିବା କହିଛନ୍ତି। ଏବେ ସାକ୍ଷୀ ସୈଲଙ୍କୁ ହତ୍ୟା କରାଯାଇପାରେ ବୋଲି ସେ ନିଜେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତାଙ୍କର ଏହି ବୟାନକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଛି। ଏଥିସହ ଏନ୍‌ସିବି ମଧ୍ୟ ସନ୍ଦେହ ଘେରକୁ ଚାଲିଆସିଛି।
ମାମଲାର ସାକ୍ଷୀ ସୈଲ ଅଭିଯୋଗ ଆଣିଛନ୍ତି ଯେ, କ୍ରୁଜ୍‌ ଜାହାଜରେ ଚଢ଼ାଉ ଦିନ ଏନ୍‌ସିବି ଅଫିସରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ୧୦ ପୃଷ୍ଠାର ସାଦା କାଗଜରେ ସ୍ବାକ୍ଷର କରିବାକୁ କହିଥିଲେ। ଏହା ପୂର୍ବରୁ ଚଢ଼ାଉ ବେଳେ ଏନ୍‌ସିବି ସହିତ ସେଠାକୁ ଯାଇଥିବା ପ୍ରାଇଭେଟ ଡିଟେକ୍ଟିଭ୍‌ (ଘରୋଇ ତଦନ୍ତକାରୀ) ଗୋସାଭି ୮ କୋଟି ଟଙ୍କା ରାନ୍‌ସମ୍‌ ଦେବାକୁ ପଡ଼ିବ ବୋଲି ଓ୍ବାଙ୍ଖଡ଼େଙ୍କୁ କହିଥିଲେ। ସାକ୍ଷୀ ପ୍ରଭାକର ସୈଲ ଏହି କଥା ଶୁଣିଥିବା ରବିବାର ଦାବି କରିଥିଲେ। ଆର୍ୟନ ଓ ଅନ୍ୟମାନଙ୍କ ଗିରଫଦାରି ମାମଲାରେ ଏନ୍‌ସିବି ଗୋସାଭିଙ୍କୁ ମଧ୍ୟ ସାକ୍ଷୀ କରିଛି। ସେ ଏବେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଥିବା ଜଣାପଡ଼ିଛି। ସୈଲ କହିଛନ୍ତି, ସେ ଏହି ବିଷୟ ପ୍ରଘଟ କରିଥିବାରୁ ଏନ୍‌ସିବି ତାଙ୍କୁ ହତ୍ୟା କରିପାରେ। ଅନ୍ୟପକ୍ଷେ ଏନ୍‌ସିବି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଆବଶ୍ୟକ ପଦକ୍ଷେପ ପାଇଁ ଏହି ବିଷୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦିଆଯାଇଛି। ଏନ୍‌ସିବି ଅଫିସର ଓ୍ବାଙ୍ଖଡ଼େ ତାଙ୍କୁ ମିଛ ମାମଲାରେ ଫସାଇବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ରବିବାର ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗ୍‌ରାଲେଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିବାବେଳେ ତାଙ୍କ ଭୂମିକାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ହେଉଛନ୍ତି ମୁମ୍ବାଇର ଅନ୍ଧେରୀ ବାସିନ୍ଦା, ଯିଏକି ବ୍ୟକ୍ତିଗତ ବଡିଗାର୍ଡ ସର୍ଭିସ ଦେଇଥାଆନ୍ତି। ସୈଲ ଜୁଲାଇ ୨୨ରେ ଗୋସାଭିଙ୍କ ପାଇଁ କାମ କରିଥିବା କହିଛନ୍ତି। ସୈଲଙ୍କ ମତରେ କୋର୍ଡେଲିଆ କ୍ରୁଜ୍‌ରେ ରାତିରେ ପାର୍ଟି ଆୟୋଜନ ସମୟରେ ଏନ୍‌ସିବି ଅଧିକାରୀମାନେ ତାଙ୍କୁ ମୁମ୍ବାଇସ୍ଥିତ କ୍ରୁଜ୍‌ ଟର୍ମିନାଲର ଗ୍ରୀନ୍‌ ଗେଟ୍‌ରେ ଅପେକ୍ଷା କରିବାକୁ କହିଥିଲେ। ରାତି ପ୍ରାୟ ୧ଟା ୨୩ରେ କିରନ ଗୋସାଭି ସୈଲଙ୍କ ହ୍ବାଟ୍ସଆପ୍‌କୁ କେତେକ ଫଟୋ ପଠାଇ ସେଥିରେ ଥିବା ଲୋକଙ୍କୁ ଚିହ୍ନିବା ପାଇଁ କହିଥିଲେ। ଏଥିସହ ଗ୍ରୀନ୍‌ ଗେଟ୍‌ ଦେଇ କେହି ଆସୁଥିଲେ ତାଙ୍କୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସେ ସେଠାରେ ଅପେକ୍ଷା କରିଥିବା ବିଷୟ ସୈଲ ନିଜ ବିବୃତିରେ କହିଛନ୍ତି। ସେ ଆହୁରି କହିଛନ୍ତି, ଫଟୋ ଦେଖି ବସ୍‌ ନଂ ୨୭୦୦ରେ ଥିବା ଜଣେ ବ୍ୟକ୍ତିଙ୍କୁ ମୁଁ ଚିହ୍ନିବା ପରେ ଗୋସାଭିଙ୍କୁ ହ୍ବାଟ୍ସଆପ୍‌ରେ ଅପରାହ୍ନ ୪ଟା ୨୩ରେ ଜଣାଇଥିଲି। ଏହାର ଜବାବରେ ଗୋସାଭି କହିଥିଲେ, ଯାହାଙ୍କୁ ସେ ଚିହ୍ନଟ କରିଛନ୍ତି ସେ ଅନ୍ୟ ୧୨ ଜଣଙ୍କ ସହ ଧରାପଡ଼ିଛନ୍ତି। ସୈଲ ଦାବି କରିଛନ୍ତି ଯେ, ଗୋସାଭି ତାଙ୍କୁ ଫୋନ୍‌ କରିବା ସମୟରେ ଜାହାଜର କ୍ୟାବିନରେ ଆର୍ୟନଙ୍କ ସହ ତାଙ୍କୁ ସେ ଦେଖିଥିଲେ। ଫ୍ୟାଶନ ମଡେଲ ମୁନ୍‌ମୁନ୍‌ ଧମେଚା ସେହି ସମୟରେ ଏନ୍‌ସିବି ଅଧିକାରୀମାନଙ୍କ ସହ ଥିଲେ। ଆର୍ୟନଙ୍କୁ ଏନ୍‌ସିବି ଅଫିସକୁ ନିଆଯାଇଥିଲା। ତାଙ୍କ ସହ ଗୋସାଭି ମଧ୍ୟ ଯାଇଥିଲେ। କିଛି ସମୟ ପରେ ଗୋସାଭି ସୈଲଙ୍କୁ ଫୋନ୍‌ କରି ଭିତରକୁ ଡାକିଥିଲେ ଏବଂ ଏହି ମାମଲାରେ ପଞ୍ଚ ବା ନିରପେକ୍ଷ ସାକ୍ଷୀ ହେବା ପାଇଁ କହିଥିଲେ। ଏନ୍‌ସିବି ଅଧିକାରୀମାନେ ତାଙ୍କଠାରୁ ସାଦା କାଗଜରେ ଦସ୍ତଖତ କରାଇ ନେଇଥିଲେ। ସାକ୍ଷୀଙ୍କ ପକ୍ଷରୁ ପ୍ରସ୍ତୁତ ଦସ୍ତାବିଜକୁ ପଞ୍ଚନାମା କୁହାଯାଏ, ଯାହାକି ଅଭିଯୋଜନକାରୀ ପକ୍ଷକୁ ଯୁକ୍ତି ବାଢ଼ିବା ବେଳେ ସହାୟକ ହୋଇଥାଏ। ଅନ୍ୟପକ୍ଷେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଏହି ପ୍ରସଙ୍ଗର ଶୁଣାଣି କରି କହିଛନ୍ତି, ସ୍ବାଧୀନ ସାକ୍ଷୀଙ୍କ ଏକ ସତ୍ୟପାଠକୁ ନେଇ ଆଖିବୁଜି ରାୟ ଦିଆଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟରେ ମଙ୍ଗଳବାର ଆର୍ୟନ ଓ ମୁନ୍‌ମୁନ୍‌ଙ୍କ ଜାମିନ ଆବେଦନର ଶୁଣାଣି ହେବ।

ମୋ ମା’ ମୁସଲମାନ

ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ତାଙ୍କ ପୂରା ନାଁ ଏବଂ ଧର୍ମକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ କରିଥିବା ଟୁଇଟ୍‌ର ଜବାବ ରଖିଛନ୍ତି। ଜନ୍ମ ପ୍ରମାଣ ପତ୍ରରେ ଓ୍ବାଙ୍ଖଡେଙ୍କ ନାଁ ସମୀର ଦାଉଦ ଓ୍ବାଙ୍ଖଡେ ରହିଛି ବୋଲି କହିବା ସହ ସେ ଶବାନା କ୍ୟୁରେସୀଙ୍କ ସହ ନିକାହ(ବିବାହ) କରିଥିଲେ ବୋଲି ନଓ୍ବାବ ଏକ ଟୁଇଟ କରିଥିଲେ। ଏଥିରେ ଓ୍ବାଙ୍ଖଡେଙ୍କ ନିକାହ ବେଳର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ପ୍ରତିକ୍ରିୟାରେ ଓ୍ବାଙ୍ଖଡେ କହିଛନ୍ତି, ତାଙ୍କ ବାପା ଦ୍ୟାନଦେବ କର୍ଚୁଜୀ ଓ୍ବାଙ୍ଖଡେ ଜଣେ ହିନ୍ଦୁ ଏବଂ ରାଜ୍ୟ ରାଜସ୍ବ ବିଭାଗର ଜଣେ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର। ମା’ ସ୍ବର୍ଗତ ଜାହିଦା ଜଣେ ମୁସଲମାନ। ସେ ଜଣେ ବହୁଧର୍ମୀୟ ଏବଂ ଧର୍ମନିରପେକ୍ଷ ପରିବାରର। ଏଥିପାଇଁ ସେ ଗର୍ବିତ। ଏହାବାଦ୍‌ ୨୦୦୬ରେ ସେ ଆଇନ ଅନୁଯାୟୀ ଶବାନାଙ୍କୁ ବିବାହ କରିଥିଲେ। ୨୦୧୬ରେ ଉଭୟେ ସ୍ବତନ୍ତ୍ର ବିବାହ ଆଇନ,୧୯୫୪ ଅନୁଯାୟୀ ଛାଡ଼ପତ୍ର ନେଇଥିଲେ। ୨୦୧୭ରେ କ୍ରାନ୍ତି ଦିନନାଥ ରେଡ୍‌କରଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବ୍ୟଶକ ଭାବେ ଟୁଇଟରରେ ଅପ୍‌ଲୋଡ୍‌ କରି ନଓ୍ବାବ ତାଙ୍କ ପରିବାରର ପ୍ରିଭେସିରେ ହସ୍ତକ୍ଷେପ କରିଛନ୍ତି ବୋଲି ଓ୍ବାଙ୍ଖଡେ କହିଛନ୍ତି। ଏପରି କରି ନଓ୍ବାବ ତାଙ୍କ ମାନହାନି କରୁଥିବା ସେ ଅଭିଯୋଗ ଆଣିଛନ୍ତି।

 

ଏନ୍‌ସିବିର ଭିନ୍ନ ଅଭିସନ୍ଧି

ଅକ୍ଟୋବର ୨ ତାରିଖ। ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କୋର୍ଡେଲିଆ କ୍ରୁଜ୍‌ରେ ରେଭ୍‌ ପାର୍ଟି କରୁଥିଲେ କେତେଜଣ କିଶୋର। କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଡ୍ରଗ୍ସ ନିରୋଧୀ ସଂସ୍ଥା ଏନ୍‌ସିବି ପୂର୍ବ ଯୋଜନା ମୁତାବକ ଜାହାଜରେ ଚଢ଼ାଉ କରିଥିଲା। ପ୍ରଥମେ ଅଟକ ଓ ପରେ ଗିରଫ ହୋଇଥିଲେ ୮ ଜଣ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ି ୨୦ରେ ପହଞ୍ଚିଥିଲା। ତେବେ ଏହି ମାମଲା ଯାହାଙ୍କୁ ନେଇ ସର୍ବାଧିକ ଶିରୋନାମା ସାଉଣ୍ଟିଛି ସେ ହେଲେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ। ଏହା ପୂର୍ବରୁ ଶିଳ୍ପପତି ଗୌତମ ଆଦାନୀଙ୍କ ଦ୍ୱାରା ପରିଚାଳିତ ଗୁଜରାଟର କୁନ୍ଦ୍ରା ବନ୍ଦରରେ ବିପୁଳ ଡ୍ରଗ୍ସ ଜବତ ହୋଇଥିବାବେଳେ ତାକୁ ନେଇ ସରକାରୀ ସ୍ତରରେ କିଛି ସ୍ପଷ୍ଟ କରାଯାଇ ନ ଥିଲା। ଏଥିଯୋଗୁ ବିବାଦୀୟ ହୋଇଥିବା ଏନ୍‌ସିବି କୋର୍ଡେଲିଆ କ୍ରୁଜ୍‌କୁ ଟାର୍ଗେଟ କରି ବାହାବା ନେବାପାଇଁ ଉଦ୍ୟମ କରିଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଥିଲେ। ବିରୋଧୀଙ୍କ ଏହି ଅଭିଯୋଗକୁ କେନ୍ଦ୍ର ସରକାର ଅଦ୍ୟାବଧି ଖଣ୍ଡନ କରି ନ ଥିବାବେଳେ ଆର୍ୟନ ଖାନ୍‌ଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଥିବା ଏବଂ ଷ୍ଟାର କିଡ୍‌ ବୋଲି ଫସାଇ ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ବ୍ୟକ୍ତିଗତ ଅଙ୍ଗରକ୍ଷୀ ସେବା ପ୍ରଦାନ କରୁଥିବା ପ୍ରଭାକର ସୈଲଙ୍କ ମତରେ ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖଡେ ମାମଲାର ରଫାଦଫା କରିବା ପାଇଁ କିଙ୍ଗ୍‌ ଖାନ୍‌ଙ୍କଠାରୁ ୨୫ କୋଟି ଟଙ୍କା ରାନ୍‌ସମ୍‌ (ମୁକ୍ତି ଅର୍ଥ) ଦାବି କରିଥିଲେ। ସୈଲଙ୍କୁ ମାମଲାରେ ସାକ୍ଷୀ କରାଯାଇଛି। ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଥିବାରୁ ନିଜ ଜୀବନ ପ୍ରତି ସେ ବିପଦ ଆଶଙ୍କା କରିଥିଲେ। ତାଙ୍କୁ ପୋଲିସ ସୁରକ୍ଷା ଦିଆଯାଇଛି। ଅନ୍ୟପକ୍ଷେ ଚଢ଼ାଉବେଳେ ଏନ୍‌ସିବି ସାଙ୍ଗରେ ଥିବା କିରଣ ଗୋସାଭିଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଥମୁନାହିଁ। ସବୁ ଭିତିରି କଥା ଜାଣିଥିବା ଏହି ପ୍ରାଇଭେଟ ଡିଟେକ୍ଟିଭ୍‌ ଫେରାର ଥିବାବେଳେ ଏବେ ଲକ୍ଷ୍ନୌରେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି। ପୂରା ଘଟଣାକୁ ଅନୁଧ୍ୟାନ କଲେ ଏନ୍‌ସିବିର ଭିନ୍ନ ଅଭିସନ୍ଧି ଆପେ ଧରାପଡ଼ିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri