ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୪ ଦିନରେ ଏହି ସଂଖ୍ୟା ସର୍ବନିମ୍ନ। ଦୈନିକ ସଂକ୍ରମଣ ହାର ୬.୬୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଦିନକରେ ୨,୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖି ରାଜ୍ୟଗୁଡ଼ିକ ଲକ୍‌ଡାଉନ୍‌ ନିୟମକୁ କୋହଳ କରିଛନ୍ତି। ତେବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଲୋକେ ସାମାଜିକ ଦୂରତ୍ୱ ସମେତ କୋଭିଡ୍‌ ଗାଇଡଲାଇନକୁ ଯେଭଳି ଖୋଲାଖୋଲି ଉଲ୍ଲଂଘନ କରୁୁଛନ୍ତି ସେଥିରୁ ଆଗକୁ ସଂକ୍ରମଣ ପୁଣି ବୃଦ୍ଧିିପାଇବାର ଆଶଙ୍କା କରାଯାଉଛି।
ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୧,୭୫,୦୦୪ରେ ପହଞ୍ଚତ୍ଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୩,୩୧,୮୯୫କୁ ବୃଦ୍ଧି ପାଇଛି। ଗତ ୩୫ ଦିନରେ ଦୈନିକ ମୃତ୍ୟୁସଂଖ୍ୟା ସର୍ବନିମ୍ନ ରହିଛି। ସେହିପରି ୪୩ ଦିନ ପରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଅପ୍‌ଡେଟ୍‌ କରାଯାଇଛି। ଏବେ ଆକ୍ଟିଭ୍‌ କେସ୍‌ ୧୮,୯୫,୫୨୦ ରହିଛି, ଯାହା କି ମୋଟ ସଂକ୍ରମଣର ୬.୭୩%। ସୋମବାର ୧୯,୨୫,୩୭୪ ନମୁନା ଟେଷ୍ଟ କରାଯାଇଥିଲା। କ୍ରମାଗତ ୮ ଦିନ ଧରି ପଜିଟିଭ୍‌ ହାର ୧୦ ପ୍ରତିଶତ ତଳେ ରହିଛି। ଆରୋଗ୍ୟ ହାର ୯୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତର ୧୯ ଦିନ ଧରି ସଂକ୍ରମଣ ଅପେକ୍ଷା ଅଧିକ ଲୋକ କରୋନାରୁ ସୁସ୍ଥ ହେଉଛନ୍ତି। ତେବେ ମୃତ୍ୟୁହାର ୧.୧୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ଲକ୍‌ଡାଉନ ଅବଧି ଜୁନ୍‌ ୧୦କୁ ବଢ଼ାଯାଇଥିବାବେଳେ କେତେକ ନିୟମ କୋହଳ କରାଯାଇଛି। ସେହିପରି ବିହାରରେ ମଧ୍ୟ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଢ଼ାଯିବା ସହ ବ୍ୟବସାୟିକ ଗତିବିଧି ଉପରୁ କେତେକ କଟକଣା ହଟାଯାଇଛି। ନିୟମ କୋହଳ କରିଥିବା ଅନ୍ୟରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ସିକିମ୍‌, ଓଡ଼ିଶା, କେରଳ, ତାମିଲନାଡ଼ୁ ଓ ଗୋଆ ଭଳି ରାଜ୍ୟ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନ ଥିବାରୁ ଯୁବକଙ୍କୁ ମିଳୁନି କନ୍ୟା:ପାଓ୍ବାର

ମୁମ୍ବାଇ,୫।୧: ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ଏବଂ ମହାରାଷ୍ଟ୍ରର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ...

ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୧।୧(ପି.ଟି.): ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ...

କୃଷି ବିଲ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର କୃଷକଙ୍କୁ ଆଶ୍ୱାସନା ଦେଇଛନ୍ତି । ଲୋକ ସଭାରେ ପାସ୍ ହୋଇଥିବା କୃଷି ସୁଧାର ସମ୍ପର୍କିତ ବିଲ୍...

ବିରୋଧୀ ଏକତାକୁ ନେଇ କଥା ହେବାକୁ ନୀତୀଶ ଡାକିଥିବା ବୈଠକରେ ଯୋଗ ଦେବ କଂଗ୍ରେସ, ହେଲେ…

ନୂଆଦିଲ୍ଲୀ,୧।୬: ଆସନ୍ତା ବର୍ଷରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା ଜାରି ରହିଛି। ବିରୋଧୀ...

ମାସ୍କ ନ ପିନ୍ଧି ୮୯,୪୦୦ ଟଙ୍କା ଜରିମାନା ଦେଲେ ଅମାନିଆ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଧି ନ ଥିବା କିଛି ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବାରମ୍ବାର ସଚେତନ...

ଏଲ୍‌ଏସିରେ ଚାଇନାର ସମରସଜ୍ଜା: ୩ ଏୟାର ବେସ୍‌, ୫ ହେଲିପୋର୍ଟ ନିର୍ମାଣ

ନୂଆଦିଲ୍ଲୀ, ୨୩।୯: ଏଲ୍‌ଏସିରେ ଚାଇନା ସମରସଜ୍ଜା ଜାରି ରଖିଛି। ଏଠାରେ ଚାଇନା ୩ଟି ଏୟାର ବେସ୍‌ ଏବଂ ୫ଟି ହେଲିପୋର୍ଟ ନିର୍ମାଣ କରିଛି। ଏସମ୍ପର୍କିତ ରିପୋର୍ଟ...

ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କରଙ୍କ ସୁରକ୍ଷା ହଟାଇଲା ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୫।୧୨: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କରଙ୍କ ଏକ୍ସ କାଟାଗୋରୀ ସୁରକ୍ଷା ହଟାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏହାସହ ୪୫ ଜଣ ନାମୀଦାମୀ...

ଦେଶର ୮ ସହରରେ ପ୍ରଦୂଷଣ ଯୋଗୁ ଅସମୟରେ ଯାଇଛି ୧ ଲକ୍ଷରୁ ଅଧିକ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୪: ଦେଶର କିଛି ସହରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଏକ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡିଛି କି ୨୦୦୫ରୁ...

Advertisement
Archives

Model This Week