୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା

ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌) ପକ୍ଷରୁ ସୋମବାର ସତର୍କ କରାଯାଇଛି।
୨୦୨୨ରେ ବୈଶ୍ୱିକ ଅର୍ଥନୀତି ପ୍ରଥମ ଥର ପାଇଁ ୧୦୦ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିଛି। କିନ୍ତୁ ନୀତି ନିର୍ଦ୍ଧାରକମାନେ ଦରଦାମ୍‌ ବୃଦ୍ଧି ବିରୋଧରେ ଲଢ଼େଇ ଜାରି ରଖିଥିବାରୁ ନୂଆବର୍ଷରେ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ନେଇ ବ୍ରିଟିଶ୍‌ କନ୍‌ସଲ୍ଟାନ୍ସି ଏହାର ବାର୍ଷିକ ଓ୍ବାଲର୍‌ଡ ଇକୋନୋମିକ୍‌ ଲିଗ୍‌ ଟେବୁଲରେ ପ୍ରକାଶ କରିଛି। ସିଇବିଆର୍‌ ନିର୍ଦ୍ଦେଶକ କେୟ ଡାନିଏଲ୍‌ ନେଉଫେଲ୍ଡ କହିଛନ୍ତି, ଉଚ୍ଚ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ବଢ଼ାଯାଉଥିବା ସୁଧହାର ହେତୁ ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାକୁ ସାମ୍ନା କରିପାରେ। ସେ ଆହୁରି କହିଛନ୍ତି, ମୁଦ୍ରାସ୍ଫୀତି ବିରୋଧରେ ଚାଲିଥିବା ଯୁଦ୍ଧ ଶେଷ ହୋଇନାହିଁ। ୨୦୨୩ରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସକାଶେ କଡ଼ା ପଦକ୍ଷେପ ନେଇପାରନ୍ତି। ଏପରି ହେଲେ ଆଗାମୀ କିଛି ବର୍ଷ ଧରି ଅଭିବୃଦ୍ଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିପାରେ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସଦ୍ୟତମ ଆକଳନ ତୁଳନାରେ ଏବେ ଆହୁରି ନକାରାମତ୍କ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ୨୦୨୩ରେ ଏକ-ତୃତୀୟାଂଶ ବିଶ୍ୱ ଅର୍ଥନୀତି ସଙ୍କୁଚିତ ହେବ ଏବଂ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨%ରୁ କମ୍‌ ଅଭିବୃଦ୍ଧି ଘଟିବା ନେଇ ୨୫ ପ୍ରତିଶତ ଆଶଙ୍କା ଥିବା ଗତ ଅକ୍ଟୋବରରେ ଆଇଏମ୍‌ଏଫ୍‌ ସତର୍କ କରାଇଥିଲା। ତେବେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ଧନୀ ରାଷ୍ଟ୍ରଗୁଡ଼ିକ ସହ ତାଳ ଦେଇ ଆଗକୁ ବଢ଼ୁଥିବାରୁ ୨୦୩୭ ସୁଦ୍ଧା ବିଶ୍ୱର ଜିଡିପି ଦ୍ୱିଗୁଣିତ ହେବ। ଏହି ଅବଧି ମଧ୍ୟରେ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କ୍ଷମତା ସନ୍ତୁଳନରେ ପରିବର୍ତ୍ତନ ହେତୁ ବୈଶ୍ୱିକ ଉତ୍ପାଦନର ପରିମାଣରେ ଏକ-ତୃତୀୟାଂଶ ଅଭିବୃଦ୍ଧି ଘଟିବ। ଅନ୍ୟପକ୍ଷେ ୟୁରୋପର ଉତ୍ପାଦନ କ୍ଷମତା ଏକ-ପଞ୍ଚମାଂଶକୁ ସଙ୍କୁଚିତ ହୋଇଯିବ।
ଆଇଏମ୍‌ଏଫ୍‌ର ଓ୍ବାଲର୍‌ଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ଠାରୁ ତଥ୍ୟ ସଂଗ୍ରହ କରି ସିଇବିଆର୍‌ ଏହାକୁ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଓ ବିନିମୟ ହାର (ଏକ୍ସଚେଞ୍ଜ ରେଟ୍ସ) ଆକଳନ ସକାଶେ ଏକ ଆଭ୍ୟନ୍ତରୀଣ ମଡେଲ ରୂପେ ବ୍ୟବହାର କରିଛି। ଚାଇନା ୨୦୩୬ ବେଳକୁ ଆମେରିକାକୁ ପଛରେ ପକାଇ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ରୂପେ ଉଭା ହେବ। ପୂର୍ବରୁ ୨୦୩୦ ସୁଦ୍ଧା ଆମେରିକାକୁ ଚାଇନା ଅତିକ୍ରମ କରିବା ନେଇ ଭବିଷ୍ୟବାଣୀ କରାଯାଇଥିଲା। ସିଇବିଆର୍‌ର ପୂର୍ବ ଆକଳନ ଅନୁସାରେ ୨୦୨୮ରେ ଏପରି ହେବା ନେଇ ଆକଳନ କରାଯାଇଥିବାବେଳେ ଗତବର୍ଷର ଲିଗ୍‌ ଟେବୁଲରେ ଏହାକୁ ୨୦୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଯଦି ବେଜିଂ ତାଇଓ୍ବାନକୁ ଦଖଲ ପାଇଁ ଉଦ୍ୟମ କରେ ଏବଂ ଏହାର ଜବାବରେ ବାଣିଜି୍ୟକ କଟକଣାକୁ ସାମ୍ନା କରେ ତେବେ ଆମେରିକାକୁ ଅତିକ୍ରମ କରିବା ଆହୁରି ବିଳମ୍ବିତ ହୋଇପାରେ ବୋଲି ସିଇବିଆର୍‌ ମନେକରୁଛି। ଚାଇନା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ପ୍ରତିଯୋଗିତାର ପରିଣାମ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଦେଖିବାକୁ ମିଳିଥିବା ଦୁଃସ୍ଥିତିଠାରୁ ଆହୁରି ଭୟଙ୍କର ହେବ। ଫଳରେ ଦରଦାମ୍‌ ଆହୁରି ଆକାଶଛୁଅଁା ହେବ ଏବଂ ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ ବୋଲି ସିଇବିଆର୍‌ ପକ୍ଷରୁ କୁହାଯାଇଛି। ଭାରତ ୨୦୩୨ ସୁଦ୍ଧା ତୃତୀୟ ଅର୍ଥ ବ୍ୟବସ୍ଥା ପାଲଟିବ ଏବଂ ୨୦୩୫ ବେଳକୁ ଏହାର ଅର୍ଥନୀତି ୧୦ ଟ୍ରିଲିୟନ୍‌ ଡଲାରରେ ପହଞ୍ଚତ୍ବ। ବ୍ରିଟେନ୍‌ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତି ପାଲଟିବାକୁ ଥିବାବେଳେ ପରବର୍ତ୍ତୀ ୧୫ ବର୍ଷ ପର୍ଯ୍ୟନ୍ତ ଫ୍ରାନ୍ସ ସପ୍ତମ ସ୍ଥାନରେ ରହିବ। ନବୀକରଣୀୟ ଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଗଲେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ନିଜ ପ୍ରାକୃତିକ ସମ୍ବଳରୁ ବଳ ପାଇବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri