ବଢୁଛି ଉତ୍ତାପ: କୂପ, ପୋଖରୀ, ଜଳ ନିମ୍ନଗାମୀ

ମହାକାଳପଡ଼ା,୧୨।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସମୁଦ୍ର ସଂଲଗ୍ନ ନଦୀ ନାଳଗୁଡ଼ିକ ଲୁଣିଆ ପାଣି ହୋଇଥିବାରୁ ସ୍ଥାନୀୟ ଜଳକ୍ଲିଷ୍ଟ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁନ୍ଦେ ଜଳ ପାଇଁ ନଦୀକୂଳିଆ ଲୋକମାନେ ଡହଳ ବିକଳ ହେଉଛନ୍ତି। ଅପରପକ୍ଷରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଜଳକ୍ଲିଷ୍ଟ ଅଞ୍ଚଳରେ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଥିଲେ ମଧ୍ୟ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। କେବଳ ରୋଷେଇ ଓ ପିଇବା ପାଣି ବ୍ୟବହାର ଲାଗି ୨ଦିନରେ ଥରେ ମଧୁର ଜଳ ଯୋଗାଣ କରାଯାଉଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁସାରେ, ବ୍ଲକର ଲୁଣା ନଦୀ ଉପରେ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ପାଇଁ ନର୍ଭର କରୁଥିବା ବେଳେ ନଦୀ ଜଳ ଲୁଣି ରହୁଛି। ସ୍ଥାନୀୟ ମଙ୍ଗଳପୁର ଓ ବରକନ୍ଧା ପଞ୍ଚାୟତର ୯ଟି ଗ୍ରାମର ୧୦ ହଜାରରୁ ଅଧିକ ଲୋକଙ୍କୁ ୫୦ ହଜାର ଲିଟର ଜଳ ଯୋଗାଣ ବିଭାଗ ପକ୍ଷରୁ ୨ଦିନରେ ଥରେ କରାଯାଉଛି ବୋଲି ମହାକାଳପଡ଼ା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସୁବ୍ରତ କୁମାର ସାହୁ କହିଛନ୍ତି। ସ୍ଥାନୀୟ ମଙ୍ଗଳପୁର, ଦଧିପୁର, ତେନ୍ତୁଲି, କୁମାରପଡ଼ା, ବନ୍ଧପଡ଼ା, ଗୋଜାବନ୍ଧ, ଛେଡ଼ାକଣି, ଷାଠିଏ ବାଟି ଓ ବରକନ୍ଧା ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି। ହେଲେ ଅଧିକ ଟାଣ ଖରା ସାଙ୍ଗକୁ ଗରମ ହେଉଥିବାରୁ ଏହି ଗ୍ରାମର ଲୋକମାନଙ୍କୁ ଅଧିକ ଜଳ ଯୋଗାଣ ଲାଗି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ପାଣି ଯୋଗାଣ ସମୟରେ ଗ୍ରାମର ଲୋକମାନେ ଧାଡ଼ି ହୋଇ ଗରା, ବାଲଟି, ପ୍ଲାଷ୍ଟିକ ଜାରକିନ୍‌ରେ ଜଳ ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ସୂଚନା ଅନୁସାରେ, ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ଲୋକମାନଙ୍କୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅଧିକ ଜଳ ଯୋଗାଇ ଦେବାକୁ ଲୋକମାନେ କହିଛନ୍ତି। ଦୈନିକ ମୁଣ୍ଡ ପିଛା ୫ ଲିଟର ଜଳ ଯୋଗାଣ କରାଯାଉଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ଖରାଦିନେ ଏହି ଅଞ୍ଚଳରେ ବିଭାଗ ପକ୍ଷରୁ ଜଳ ଯୋଗାଣ ଅବ୍ୟାହତ ରହିଛି। ଆଗାମୀଦିନରେ ଏହି ଅଞ୍ଚଳରେ ଅଧିକ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳର କୂଅ, ପୋଖରୀର ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଖାଲ ପାଟ ଶୁଖିଲା ପଡ଼ିଥିବା ବେଳେ ଗୋ, ପ୍ରାଣୀ, ପକ୍ଷୀ ଓ ଅନ୍ୟ ଜୀବଜନ୍ତୁ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri