ବଢୁଛି ଉତ୍ତାପ: କୂପ, ପୋଖରୀ, ଜଳ ନିମ୍ନଗାମୀ

ମହାକାଳପଡ଼ା,୧୨।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସମୁଦ୍ର ସଂଲଗ୍ନ ନଦୀ ନାଳଗୁଡ଼ିକ ଲୁଣିଆ ପାଣି ହୋଇଥିବାରୁ ସ୍ଥାନୀୟ ଜଳକ୍ଲିଷ୍ଟ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁନ୍ଦେ ଜଳ ପାଇଁ ନଦୀକୂଳିଆ ଲୋକମାନେ ଡହଳ ବିକଳ ହେଉଛନ୍ତି। ଅପରପକ୍ଷରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ଜଳକ୍ଲିଷ୍ଟ ଅଞ୍ଚଳରେ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଥିଲେ ମଧ୍ୟ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। କେବଳ ରୋଷେଇ ଓ ପିଇବା ପାଣି ବ୍ୟବହାର ଲାଗି ୨ଦିନରେ ଥରେ ମଧୁର ଜଳ ଯୋଗାଣ କରାଯାଉଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ମିଳିଥିବା ସୂଚନା ଅନୁସାରେ, ବ୍ଲକର ଲୁଣା ନଦୀ ଉପରେ ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ପାଇଁ ନର୍ଭର କରୁଥିବା ବେଳେ ନଦୀ ଜଳ ଲୁଣି ରହୁଛି। ସ୍ଥାନୀୟ ମଙ୍ଗଳପୁର ଓ ବରକନ୍ଧା ପଞ୍ଚାୟତର ୯ଟି ଗ୍ରାମର ୧୦ ହଜାରରୁ ଅଧିକ ଲୋକଙ୍କୁ ୫୦ ହଜାର ଲିଟର ଜଳ ଯୋଗାଣ ବିଭାଗ ପକ୍ଷରୁ ୨ଦିନରେ ଥରେ କରାଯାଉଛି ବୋଲି ମହାକାଳପଡ଼ା ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସୁବ୍ରତ କୁମାର ସାହୁ କହିଛନ୍ତି। ସ୍ଥାନୀୟ ମଙ୍ଗଳପୁର, ଦଧିପୁର, ତେନ୍ତୁଲି, କୁମାରପଡ଼ା, ବନ୍ଧପଡ଼ା, ଗୋଜାବନ୍ଧ, ଛେଡ଼ାକଣି, ଷାଠିଏ ବାଟି ଓ ବରକନ୍ଧା ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି। ହେଲେ ଅଧିକ ଟାଣ ଖରା ସାଙ୍ଗକୁ ଗରମ ହେଉଥିବାରୁ ଏହି ଗ୍ରାମର ଲୋକମାନଙ୍କୁ ଅଧିକ ଜଳ ଯୋଗାଣ ଲାଗି ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ପାଣି ଯୋଗାଣ ସମୟରେ ଗ୍ରାମର ଲୋକମାନେ ଧାଡ଼ି ହୋଇ ଗରା, ବାଲଟି, ପ୍ଲାଷ୍ଟିକ ଜାରକିନ୍‌ରେ ଜଳ ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ସୂଚନା ଅନୁସାରେ, ଅଞ୍ଚଳରେ ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ଲୋକମାନଙ୍କୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅଧିକ ଜଳ ଯୋଗାଇ ଦେବାକୁ ଲୋକମାନେ କହିଛନ୍ତି। ଦୈନିକ ମୁଣ୍ଡ ପିଛା ୫ ଲିଟର ଜଳ ଯୋଗାଣ କରାଯାଉଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ଖରାଦିନେ ଏହି ଅଞ୍ଚଳରେ ବିଭାଗ ପକ୍ଷରୁ ଜଳ ଯୋଗାଣ ଅବ୍ୟାହତ ରହିଛି। ଆଗାମୀଦିନରେ ଏହି ଅଞ୍ଚଳରେ ଅଧିକ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳର କୂଅ, ପୋଖରୀର ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଖାଲ ପାଟ ଶୁଖିଲା ପଡ଼ିଥିବା ବେଳେ ଗୋ, ପ୍ରାଣୀ, ପକ୍ଷୀ ଓ ଅନ୍ୟ ଜୀବଜନ୍ତୁ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri