ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି

ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଜିଲାପାଳଙ୍କ ପ୍ର୍ରତିଶ୍ରୁତିକୁ ଭରସା ନ କରି ଜାଗ୍ରତ ନାରୀ ସଙ୍ଗଠନ ପକ୍ଷରୁ ଆସନ୍ତା ଜୁଲାଇ ୩ରୁ ହିତାଧିକାରୀଙ୍କୁ ନେଇ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭୂମିହୀନ ଗରିବ ପରିବାରଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନରେ ଜିଲା ପ୍ରଶାସନର କାଳକ୍ଷେପଣନୀତି ଗ୍ରହଣ କରୁଛି। ଜାଗ୍ରତ ନାରୀ ସଙ୍ଗଠନ ସମ୍ପାଦିକା ମମତା ଦାସଙ୍କ ନେତୃତ୍ୱରେ ସଙ୍ଗଠନ ସଦସ୍ୟାଙ୍କ ସମେତ ବହୁ ଗରିବ ପରିବାର ସୋମବାର ଜିଲାପାଳଙ୍କୁ ସାକ୍ଷାତ୍‌ ସହ ଜମିପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁ ଭୂମିହୀନ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସରକାରୀ ନିୟମ ଭିତ୍ତିରେ ଭୂମିହୀନ ପରିବାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ତହସିଲରେ ଘରବାଡ଼ି ପଟ୍ଟା ଆବେଦନ କରାଯାଇଥିଲା। ମାତ୍ର ତହସିଲଦାର ତଥା ତାଙ୍କ ଅଧୀନ କର୍ମଚାରୀ ଏବଂ ଅଧିକାରୀଙ୍କ ଉଦାସୀନତା ଯୋଗୁ ଲୋକେ ଦୀର୍ଘଦିନ ପରେ ବି ପଟ୍ଟା ପାଇପାରିନାହାନ୍ତି। ଏହାକୁ ନେଇ ସଙ୍ଗଠନ ଗତ ୨୦୨୨ ଜୁଲାଇ ୨୬ତାରିଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ଖୁବ୍‌ଶୀଘ୍ର ଆବେଦନକାରୀ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ନେଇ ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସଙ୍ଗଠନ ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିଲେ। ମାତ୍ର ଜିଲାପାଳଙ୍କ ପ୍ରତିଶ୍ରୁତିକୁ ଦୀର୍ଘଦିନ ବିତିଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ବାବଦରେ କାର୍ଯ୍ୟ ଆଗକୁ ନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ସଙ୍ଗଠନ ସମ୍ପାଦିକା ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ୍‌ ପଦକ୍ଷେପ ନିଆ ନ ଗଲେ ଆସନ୍ତା ଜୁଲାଇ ୩ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ହିତାଧିକାରୀଙ୍କୁ ନେଇ ଅନଶନ ଆରମ୍ଭ କରିବେ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।
ସେହିପରି ସଦର ବ୍ଲକ ଅଧୀନ ପରିଖୀ ପଞ୍ଚାୟତର ଭୂମିହୀନମାନେ ସୋମବାର ସଦର ତହସିଲଦାରଙ୍କୁ ଭେଟି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଭୂମିହୀନ ପରିବାର ଏକ ଶୋଭାଯାତ୍ରା ମାଧ୍ୟମରେ ସଦର ତହସିଲରେ ପହଞ୍ଚତ୍ ତହସିଲଦାରଙ୍କ ମାଧ୍ୟମରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘରବାଡ଼ି ପଟ୍ଟା ନ ରହିବା ଯୋଗୁ ଆବାସ ଯୋଜନାରେ ସେମାନେ ସାମିଲ ହୋଇପାରୁ ନ ଥିବା ବେଳେ ଆବଶ୍ୟକ ପ୍ରମାଣପତ୍ର ଅଭାବରୁ ସେମାନଙ୍କ ପୁଅ ଝିଅ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?