Advertisement

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ସୁନକ: ରୁଷିଆ କହିଲା…

ଲଣ୍ଡନ/କିଭ୍‌,୨୬।୧୦: ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ସେ ୟୁକ୍ରେନର ଲୋକଙ୍କ ପାଇଁ ବ୍ରିଟେନର ଏକତା ଏବଂ ସମର୍ଥନ ବିଷୟରେ କହିଛନ୍ତି। ବୁଧବାର ଏନେଇ ସୁନକ ଟୁଇଟ କରି ସୂଚନା ଦେଇଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ୟୁକ୍ରେନର ଲୋକମାନେ ବ୍ରିଟେନର ନିରନ୍ତର ଏକତା ଏବଂ ସମର୍ଥନ ଉପରେ ଭରସା କରିପାରିବେ। ବ୍ରିଟେନ ସବୁବେଳେ ୟୁକ୍ରେନ ସହ ରହିଛି ବୋଲି ସୁନକ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ବର୍ତ୍ତମାନ ରୁଷିଆ କ୍ଷୋଭ ପ୍ରକାଶ କରିଛି। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ରୁଷିଆର ଏକ ବୟାନ ସାମ୍ନାକୁ ଆସିଛି। ବର୍ତ୍ତମାନ ବ୍ରିଟେନ ସହ ଭଲ ସମ୍ପର୍କ ହେବାର କୌଣସି ଆଶା ନାହିଁ ବୋଲି ରୁଷିଆର ମୁଖପାତ୍ର ଡିମିଟ୍ରି ପେସ୍‌କଭ୍‌ କହିଛନ୍ତି। ରୁଷିଆର ଏହି ବୟାନ ଜେଲେନସ୍କି ଏବଂ ସୁନକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ପରେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀ ପାଇଁ ପୁଣି ସଙ୍କଟ,ଭାଙ୍ଗିଲା ବିରାଟକାୟ ହିମ ପାହାଡ଼…

ଓ୍ବାଶିଂଟନ, ୨୬।୩ : ପୃଥିବୀ ପାଇଁ ପୁଣି ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି ଆଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର...

ଓଲିଙ୍କ ଦାବିକୁ ଧର୍ମୀୟ ନେତାଙ୍କ ବିରୋଧ

ନୂଆଦିଲ୍ଲୀ, ୧୦।୮: ଭଗବାନ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଏହାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପୁଣିଥରେ ଦୋହରାଇଛନ୍ତି। ଏହାକୁ ନେଇ ଜାନକୀ ମନ୍ଦିରର ପୂଜକମାନଙ୍କ...

ପାକିସ୍ତାନରେ ପୋଲିଓ ଆତଙ୍କ

ଇସ୍‌ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି।...

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା...

ଏଲିଅନ୍‌ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଦାବି କଲେ ୩୦୦ରୁ ଅଧିକ ମହିଳା-ପୁରୁଷ…

ଲଣ୍ଡନ,୧୧।୭: ୟୁଏଫ୍‌ଓ ଏବଂ ଏଲିଅନ୍‌ଙ୍କ  ଉପସ୍ଥିତି ନେଇ ବହୁ ଲୋକଙ୍କ ମଧ୍ୟରେ ବିଶ୍ୱାସ ନାହିଁ। ତେବେ କେତେକ ଲୋକ ଏଲିଅନ୍‌ ଏବଂ ୟୁଏଫ୍‌ଓକୁ ଭେଟିଥିବା ସମ୍ପର୍କରେ...

ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…

କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ...

ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର,...

କରୋନା ଭାଇରସ: ରାଜ ପରିବାରର ପ୍ରଥମ ସଦସ୍ୟ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ...

Advertisement
Archives

Model This Week