Posted inଖେଳ

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ଉଇକେଟ ବ୍ୟାଟର ଋଷଭ ପନ୍ତ ନିଲାମୀରେ ସାମିଲ ହୋଇପାରନ୍ତି। ଋଷଭ ତାଙ୍କର ସମ୍ପୂର୍ଣ୍ଣ ଆଇପିଏଲ କ୍ୟାରିୟର ଦିଲ୍ଲୀ ପାଇଁ ଖେଳିଥିଲେ ମଧ୍ୟ ଦଳ ଆଗକୁ ତାଙ୍କୁ ଆଉ ଅଧିନାୟକ ଭାବେ ଦଳରେ ରଖିବାକୁ ଚାହୁଁନାହିଁ।

ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲି ଦଳ ଛାଡ଼ିବା ପରେ ଫ୍ରାଞ୍ଚାଇଜ କିଛି ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଋଷଭ ମେଗା ନିଲାମୀରେ ସାମିଲ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ଦିଲ୍ଲୀ ଛାଡିବା ପରେ ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପନ୍ତଙ୍କୁ ଦଳରେ ସାମିଲ କରିବା ଲାଗି ରେସରେ ସବୁଠୁ ଆଗରେ ଥିବା କୁହାଯାଉଛି। ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ପଞ୍ଜାବ ପଞ୍ଜାବ କିଙ୍ଗସ୍ ମଧ୍ୟ ପନ୍ତଙ୍କୁ ଅଧିନାୟକ ଭାବେ ଦଳରେ ସାମିଲ କରିବାକୁ ଚାହୁଁଛନ୍ତି।

ଏହାପୂର୍ବରୁ, ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲ ୨୦୨୫ ସିଜିନ ପୂର୍ବରୁ ଫ୍ରାଞ୍ଚାଇଜ୍ ରିଟେନ ରଖିବାକୁ ଆଗ୍ରହୀ ଥିବା କିଛି ଖେଳାଳିଙ୍କ ନାଁ କହିଥିଲେ। ଏଥିରେ ସେ ଋଷଭଙ୍କ ବ୍ୟତୀତ ଟ୍ରିଷ୍ଟନ ଷ୍ଟବ୍ସ, ଜାକ ଫ୍ରାସାର ମ୍ୟାକଗ୍ରୁକ୍ ମଧ୍ୟ ଦଳରେ ରଖିବା କଥା କହିଥିଲେ।, କୁଲଦୀପ ଯାଦବ, ଅଭିଷେକ ପୋରେଲ, ମୁକେଶ କୁମାର, ଖାଲିଲ ଅହମ୍ମଦଙ୍କ ନାଁ ସେ କହିଥିଲେ।

ତେବେ କିଛି ଦିନ ପୂର୍ବେ ଜେଏସଡବ୍ଲୁ-ଜିଏମଆର ସହ-ମାଲିକାନା ଦିଲ୍ଲୀ କ୍ୟାପିଟାଲ୍ସ ହେମାଙ୍ଗ ବଦାନି ଏବଂ ଭେଣୁଗୋପାଲ ରାଓଙ୍କୁ ଯଥାକ୍ରମେ ଫ୍ରାଞ୍ଚାଇଜର ମୁଖ୍ୟ ପ୍ରଶିକ୍ଷକ (ଆଇପିଏଲ) ଏବଂ କ୍ରିକେଟ୍ ନିର୍ଦ୍ଦେଶକ (ଆଇପିଏଲ) ଭାବରେ ନିଯୁକ୍ତି ଘୋଷଣା କରିଥିଲେ। ଫ୍ରାଞ୍ଚାଇଜ୍ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କର ରିଟେନ ତାଲିକା ଚୂଡାନ୍ତ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?