Posted inଖେଳ

କିଏ ସେ ଈଶା ନେଗୀ? ପନ୍ତଙ୍କ ଭଉଣୀଙ୍କ ସହ ଷ୍ଟାଡିୟମ୍‌ରେ…

ମୁମ୍ବାଇ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ଥିଲା। ମ୍ୟାଚ୍‌ରେ ଋଷଭ ପନ୍ତ ନେତୃତ୍ୱାଧିନ ଦିଲ୍ଲୀ ଟିମ୍‌ ୪ ଉଇକେଟରେ ବିଜେତା ହୋଇଥିଲା। କୁଲଦୀପ ଯାଦବ ଏଥିରେ ୪ ଉଇକେଟ ନେଇ ହିରୋ ପାଲଟିଥିଲେ।

କୁଲଦୀପଙ୍କ ଉପଲବ୍ଧି ମଧ୍ୟରେ ପ୍ରଶଂସକଙ୍କ ନଜରରେ ଆସିଥିଲେ ଜଣେ ଯୁବତୀ। ଷ୍ଟାଡିୟମରେ ସେ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କ ସହ ବସିଥିବା ନଜର ଆସିଥିଲେ। ଦିଲ୍ଲୀ ଟିମ୍‌ର ପ୍ରତିଟି ସଫଳତାକୁ ସେ ସେଲିବ୍ରେଟ୍‌ କରୁଥିବା ଦେଖାଯାଇଥିଲା। ସେ କିଏ ବୋଲି ଚର୍ଚ୍ଚା ବଢ଼ିବା ପରେ ଏବେ ତାହା ସ୍ପଷ୍ଟ ହୋଇଛି। ଯୁବତୀ ଜଣଙ୍କ ଈଶା ନେଗୀ ବୋଲି ଜଣାପଡ଼ିଛି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଭାଉଜ ବୋଲି ସମ୍ବୋଧନ କରୁଛନ୍ତି।

ଈଶା ଉତ୍ତରାଖଣ୍ଡର ବାସିନ୍ଦା। ପେସାରେ ସେ ଜଣେ ଇଣ୍ଟିରିଅର ଡିଜାଇନର। ୨୦୧୯ ବିଶ୍ୱକପ୍‌ ପୂର୍ବରୁ ପନ୍ତ ଇନଷ୍ଟାଗ୍ରାମରେ ଈଶାଙ୍କ ସହ ଫଟୋ ଶେୟାର କରି କେବଳ ତାଙ୍କୁ ଖୁସିରେ ରଖିବାକୁ ଚାହୁଁଥିବା ଲେଖିଥିଲେ। ସେବେଠାରୁ ଈଶା ପନ୍ତଙ୍କୁ ଡେଟ୍‌ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ...

୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ...

ରୋହିତ ଶର୍ମାଙ୍କୁ କୋଳାଗ୍ରତ କରି ସ୍ବାଗତ କଲେ ସାଥୀ ଖେଳାଳି, କିନ୍ତୁ କୋଚ୍‌ ମାରିଲେ ଏମିତି କମେଣ୍ଟ

ସିଡନୀ,୩୧।୧୨: ହିଟ୍‌ମ୍ୟାନ୍‌ ରୋହିତ୍‌ ଶର୍ମା ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ଭାରତୀୟ ଦଳ ସହ...

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦେହାନ୍ତ ହୋଇଛି। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ...

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି।...

ଭାଙ୍ଗିଲା ଅପରାଜେୟ ଧାରା

ଇଣ୍ଡିଆନ ଓ୍ବେଲ୍ସ,୨୧।୩: ଚଳିତ ବର୍ଷ ଲଗାତାର ୧୯ ମ୍ୟାଚ୍‌ ଜିତିବା ପରେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଛନ୍ତି।...

ପ୍ରଥମ ଓଭରରେ ଉନାଡକଟ୍‌ଙ୍କ ହାଟ୍ରିକ୍‌

ରାଜକୋଟ,୪।୧: ଭାରତୀୟ ଦଳ ପାଇଁ ୧୦ ବର୍ଷ ପରେ ଟେଷ୍ଟ ଖେଳିଥିବା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି।...

Advertisement
Archives

Model This Week