ଗାର୍ଡୱାଲରେ ଅଟକିଛି ଚିଲିକା ରିଙ୍ଗ୍‌ ବନ୍ଧ

ବ୍ରହ୍ମଗିରି,୨୭ା୯(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଅରଖକୁଦା ଓ ଗୋପୀନାଥପୁର ପଞ୍ଚାୟତର ଅନେକ ଗାଁ ଚିଲିକା ଉପକୂଳରେ ରହିଛି। ବନ୍ୟା, ବାତ୍ୟା, ଲଗାଣ ବର୍ଷା ହେଲେ ପ୍ରାୟ ସମୟ ଏହି ଗାଁରେ ଚିଲିକାର ଜୁଆର ପାଣି ପଶିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳସମ୍ପଦ ବିଭାଗ ପକ୍ଷରୁ ରିଙ୍ଗ ବନ୍ଧ ବା ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଯୋଜନା କରିଥିଲେ। ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ ସରି ନ ଥିବାବେଳେ ନେଇଥିବା ଠିକା ସଂସ୍ଥା କେବଳ ଗାର୍ଡ ଓ୍ବାଲ କାମ କରି ରହିଯାଇଛି। ଏହା ଯୋଗୁ କେତେକ ସ୍ଥାନରେ ଗାର୍ଡଓ୍ବାଲ ଡେଇଁ ମଧ୍ୟ ଗ୍ରାମ ମଧ୍ୟକୁ ପାଣି ପଶୁଥିବାରୁ ଲୋକେ ଭୟଭୀତ ହୋଇରହିଛନ୍ତି। ଏହି ୨ ପଞ୍ଚାୟତର ଅରଖକୁଦା, ଜେନାପୁର, ସାନପାଟଣା, ଗବକୁଣ୍ଡ, ମିର୍ଜାପୁର ଭଳି ଅନେକ ମତ୍ସ୍ୟଜୀବୀ ଗାଁ ଚିଲିକା କୂଳରେ ରହିଥିବାରୁ ଉକ୍ତ ଗାଁ ପ୍ରତି ଚିଲିକା ଓ ସମୁଦ୍ରର ସୁଉଚ୍ଚ ଜୁଆର ସଦାସର୍ବଦା ବିପଦ ସାଜୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି ବୋଲି ଅରଖକୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଭଦ୍ର ନାୟକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦୋରା କୁହନ୍ତି ସମ୍ପୃକ୍ତ ଠିକା ସଂସ୍ଥାକୁ ପୂଜା ଛୁଟି ପରେ କାର୍ଯ୍ୟ କରିବା ପାଇଁ ନୋଟିସ୍‌ ଦିଆଯାଇଛି। ଯଦି ଏହି କାର୍ଯ୍ୟ କରା ନ ଯାଏ ତେବେ ସାନି ଟେଣ୍ଡର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri