ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି। ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ଓ ଶିଳ୍ପପତିମାନେ ଏହି ବେସାହାରା ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆରଆଇଏଲ୍‌) ସାମିଲ ହୋଇଯାଇଛି। ନିଜ ମୃତ କର୍ମଚାରୀଙ୍କ ପରିବାରଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି ରିଲାଏନ୍ସ। ରିଲାଏନ୍ସ ଫ୍ୟାମିଲି ସପୋର୍ଟ ଆଣ୍ଡ ଓ୍ବେଲଫେୟାର ସ୍କିମ ଅନୁସାରେ କରୋନା ଯୋଗୁ ନିଜର ଜୀବନ ହରାଇଥିବା କର୍ମଚାରୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରିଲାଏନ୍ସ ଘୋଷଣା କରିଛି। ଏହା ଦ୍ୱାରା ସେମାନଙ୍କ ପରିବାରର ଆର୍ଥିକ ସଙ୍କଟ ଦୂର ହେବା ସହ ଭବିଷ୍ୟତ ସଜାଡିବାରେ ସହାୟକ ହେବ। ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ମୃତୁ ଘଟିଥିବା କର୍ମଚାରୀଙ୍କ ପରିବାର ଲୋକଙ୍କୁ ୫ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦରମା ଦିଆଯିବ। ଏଥିସହ ପିଲାଙ୍କ ସ୍କୁଲରୁ ସ୍ନାତକ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ଉଠାଇବ। କେବଳ ସେତିକି ନୁହେଁ, ଯେଉଁ ମୃତ କର୍ମଚାରୀମାନେ ବେତନରେ ନ ଥିଲେ ସେମାନଙ୍କର ପରିବାରଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦିଆଯିବ। ଏତଦ୍‌ ବ୍ୟତୀତ ମୃତ କର୍ମଚାରୀଙ୍କ ଜୀବନସାଥୀ, ବାପା ମା’ ଓ ପିଲାମାନଙ୍କୁ ମାଗଣାରେ ଆଜୀବନ ସ୍ବାସ୍ଥ୍ୟ ସେବା ଯୋଗାଇଦିଆଯିବ। ସେହିପରି ଯେଉଁ କର୍ମଚାରୀ ବା ତାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିବେ ସେପର୍ଯ୍ୟନ୍ତ ଡ୍ୟୁଟିରେ ଯୋଗଦେବେ ନାହିଁ ଯେପର୍ଯ୍ୟନ୍ତ ସେମାନେ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ ନାହିଁ। ଆଉ ଏହି ସମୟର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ଜୀବନ ପ୍ରତି ବିପଦ ଥିବା କହିଲେ ମୁଖତାର ଅଂସାରୀ

ଲକ୍ଷ୍ନୌ,୧୭ ।୮: ଜେଲରେ ବନ୍ଦଥିବା ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଧାୟକ ମୁଖତାର ଅଂସାରୀ କୋର୍ଟଙ୍କୁ କହିଛନ୍ତି କି ଜେଲ ଭିତରେ ତାଙ୍କ ଜୀବନ ପ୍ରତି ବିପଦ...

ଟୁର୍ନାମେଣ୍ଟ ବେଳେ କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୫।୩: ପଞ୍ଜାବର ଜଳନ୍ଧରରେ ସୋମବାର ଆୟୋଜିତ କବାଡ଼ି ଟୁର୍ନାମେଣ୍ଟରେ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଅନ୍ତର୍ଜାତୀୟ ସ୍ତରର କବାଡି ଖେଳାଳି...

ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା

ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ...

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ,୨୪।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଶନିବାର...

ବିଦ୍ୟୁତ୍‌ ନାହିଁ, ବିଲ୍‌ ୬୦ ହଜାର

ଶାମ୍‌ଲି,୨୩।୧୧: ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍‌ ଆସୁଛି। ଉତ୍ତର ପ୍ରଦେଶର ଶାମ୍‌ଲି...

ଦେଶର ସବୁଠୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍‌-୩୦ ଉତ୍‌କ୍ଷେପଣ: ବଢିବ ଇଣ୍ଟରନେଟ୍‌ ସ୍ପିଡ୍‌

ବେଙ୍ଗାଲୁରୁ,୧୭।୧:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ପୁଣି ଇତିହାସ ରଚିଛି। ଦେଶର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ ଜିସାଟ୍‌-୩୦ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଫ୍ରେଞ୍ଚ ଗୁଏନାର...

ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର

ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି ।...

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ...

Advertisement
Archives

Model This Week