Posted inଖେଳ

ଲଦାଖରେ କ୍ରୀଡ଼ା ସୁବିଧାର ଶିଳାନ୍ୟାସ କଲେ ରିଜିଜୁ

ଲେହ (ଲଦାଖ),୧୫ା୯ (ପି.ଟି.)-ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ସୁବିଧା ଲାଗି ସୋମବାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ତନ୍ମଧ୍ୟରେ ଏକ ସିନ୍ଥେଟିକ୍‌ ଟ୍ରାକ୍‌, ଫୁଟ୍‌ବଲ ପାଇଁ ଆଷ୍ଟ୍ରୋଟର୍ଫ ରହିଛି। ଏହି ଅବସରରେ ରାଜ୍ୟପାଳ ତଥା ଲ୍ୟୁଟ୍‌ନାଣ୍ଟ ଗଭର୍ନର ଆର.କେ. ମାଥୁର ଉପସ୍ଥିତ ଥିଲେ। ଲେହସ୍ଥିତି ଲେହତ୍‌ ଓପନ ଷ୍ଟାଡିୟମରେ ସିନ୍ଥେଟିକ୍‌ ଟ୍ରାକ୍‌ ଓ ଫୁଟ୍‌ବଲ ପାଇଁ ଆଷ୍ଟ୍ରୋଟର୍ଫ ବିଛାଯିବ। ଏବାବଦରେ ୧୦.୬୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଏହା କାର୍ଯ୍ୟ ୨୦୨୧ ଜାନୁୟାରୀ ସୁଦ୍ଧା ଶେଷ ହେବ ବୋଲି ସ୍ଥିର ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି। ଏନଡିଏସ୍‌ ଇନ୍‌ଡୋର ଷ୍ଟାଡିୟମରେ ୧.୫୨ କୋଟି ଟଙ୍କା ବ୍ୟୟରେ ଏକ ଜିମ୍ନାସିୟମ ହଲ୍‌ ନିର୍ମାଣ ହେବ। ୨୦୨୧ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ କ୍ଷେତ୍ରରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ଉଦ୍‌ବୋଧନ ଦେଇ ରିଜିଜୁ କହିଥିଲେ। ସ୍ଥାନୀୟ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲାଗି ଲଦାଖ ୟୁଟି ପ୍ରଶାସନ ତରଫରୁ ପୁରସ୍କାର ଏବଂ ଚାକିରି ବ୍ୟବସ୍ଥା କରିବା ଉଚିତ୍‌ ବୋଲି ସେ କହିଥିଲେ। ଲ୍ୟୁଟନାଣ୍ଟ ଗଭର୍ନର ମାଥୁର କହିଥିଲେ, ଏଠାରେ ଶୀତକାଳୀନ କ୍ରୀଡ଼ାର ଅଭିଜ୍ଞତା ହାସଲ କରିବା ଲାଗି ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ଲୋକେ ଏଠାକୁ ଆସିବା ଉଚିତ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ଦୁଇ ଦିନରେ ଜିମ୍ବାଓ୍ବେ ଜିତିଲା

ଆବୁଧାବି,୪।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ମାତ୍ର ୨ ଦିନ ମଧ୍ୟରେ ୧୦ ଉଇକେଟରେ ବିଜୟୀ ହୋଇଛି।...

ଆଇପିଏଲ୍‌: ବିଦେଶୀ ଖେଳାଳିଙ୍କୁ ଆଶଙ୍କା

ନୂଆଦିଲ୍ଲୀ, ୧୨।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ।...

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ...

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌...

ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଲେ ମୋଦି

ଦୋହା,୧୯।୧୨: କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଏହା ସହିତ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ...

‘ବ୍ରଜଭୂଷଣ ବିଦେଶ ଲୁଚି ପଳାଇବାର ରହିଛି ସମ୍ଭାବନା’

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ୩୦ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ...

ମାଞ୍ଚେଷ୍ଟର ଟେଷ୍ଟ ହେବ ନା ନାହିଁ

ମାଞ୍ଚେଷ୍ଟର,୯।୯: ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ଅନିଶ୍ଚିତତାରେ ଘେରି ହୋଇଯାଇଛି। ଏହା...

Advertisement
Archives

Model This Week