ପ୍ରତିବାଦ ଅଧିକାର

ଭାରତର ଉଚ୍ଚତମ ନ୍ୟାୟାଳୟ(ସୁପ୍ରିମକୋର୍ଟ) ଉଦାରତାପୂର୍ବକ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିବାଦ କରିବାର ଅଧିକାର ପ୍ରଦାନ କରିଛନ୍ତି। ଶାହିନବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜୀକରଣ ବିରୋଧୀ ପ୍ରତିବାଦକୁ ନିନ୍ଦା କରିବା ସହ କୋର୍ଟ ତାଙ୍କ ରାୟରେ ଏହା ପ୍ରକାଶ କରିଥିଲେ। କହିଥିଲେ ଯେ, ମତଭେଦ ଓ ଗଣତନ୍ତ୍ର ପରସ୍ପର ସହ ନିବିଡ଼ ଭାବେ ସମ୍ବନ୍ଧିତ, କିନ୍ତୁ ପ୍ରତିବାଦ ନିର୍ଦ୍ଦିଷ୍ଠ ଜାଗାରେ ହେବା ଦରକାର ଏବଂ ଶାହିନବାଗରେ ଯେଉଁଭଳି ପ୍ରତିବାଦ ଆରମ୍ଭ କରାଗଲା ତାହା ଯାତ୍ରୀମାନଙ୍କୁ ଅସୁବିଧାରେ ପକାଇବା ଦେଖାଗଲା। ନିର୍ଦ୍ଦିଷ୍ଟ ସ୍ଥାନ କ’ଣ ଅନେକେ ଅବଗତ ନ ଥିବେ। ତେବେ ଏହାର ଅର୍ଥ ହେଉଛି କୌଣସି ସହରରେ ପ୍ରତିବାଦ ଲାଗି ନିର୍ଦ୍ଧାରିତ ଜାଗା; ଯଥା ଦିଲ୍ଲୀର ଯନ୍ତରମନ୍ତର ଏବଂ ବେଙ୍ଗାଲୁରୁର ଫ୍ରିଡମ୍‌ ପାର୍କ। ଏହି ଜାଗା ଲାଗି ନାଗରିକମାନେ ପୋଲିସ ଓ ସରକାରଙ୍କଠାରୁ ଅନୁମତି ପାଇବାକୁ ଦରଖାସ୍ତ କରିବା ଦରକାର। କିନ୍ତୁ ୟୁରୋପ ଓ ଆମେରିକାରେ କିଭଳି କର୍ମସ୍ଥଳୀ ଏବଂ କର୍ପୋରେଟ ଅଫିସ ସାମ୍ନାରେ ସବୁବେଳେ ଧାରଣାରେ ବସି ଲୋକେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଛନ୍ତି ତାହା ଦେଖିଥିବେ। ହେଲେ ଭାରତରେ ଏହା ବେଆଇନ। ସମ୍ବିଧାନର ଅନୁଚ୍ଛେଦ ୧୯ କହେ, ବିନା ମାରଣାସ୍ତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ସମାବେଶ ହେବାର ଅଧିକାର ନାଗରିକମାନଙ୍କର ରହିଛି। ସମ୍ବିଧାନ ଅନୁଯାୟୀ, ଶାନ୍ତିପୂର୍ଣ୍ଣ ସମାବେଶ ମଧ୍ୟ ଏକ ମୌଳିକ ଅଧିକାର। କିନ୍ତୁ ଆମର ଏଭଳି ଅଧିକାର ନାହିଁ। ଦେଖିବାକୁ ଗଲେ,ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମାବେଶ ହେବା ପାଇଁ ପୋଲିସକୁ ଦରଖାସ୍ତ କରିବାର ମୌଳିକ ଅଧିକାର ରହିଛି। ଦରଖାସ୍ତକୁ ସ୍ବୀକୃତି ଦେବା, ଖାରଜ କରିବା କିମ୍ବା ଆଦୌ ନ ଶୁଣିବାର ଅଧିକାର ରହିଛି ପୋଲିସର। ଏଠାରେ ଶେଷ ବିକଳ୍ପଟି ବହୁ ସମୟରେ କାର୍ଯ୍ୟକାରୀ ହୋଇଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବେଆଇନ ଭାବେ ଅଟକ କଶ୍ମୀରୀମାନଙ୍କ ଆବେଦନକୁ ଲଗାତର ଅସ୍ବୀକାର ଏବଂ ଅଣଦେଖା କରି ନାଗରିକମାନଙ୍କ ଜୀବନ ଓ ସ୍ବାଧୀନତା ନିଶ୍ଚିତ କରୁଥିବା ଅନୁଚ୍ଛେଦ ୨୧କୁ ଆମ ନ୍ୟାୟପାଳିକା ସ୍ପଷ୍ଟତଃ ବଦଳେଇଦେଇଛି। ମୀରଓ୍ବେଜ ଉମର ଫାରୁକଙ୍କୁ ଅଟକ ରଖାଯାଇ ନ ଥିଲା ବୋଲି କିଛିଦିନ ପୂର୍ବେ କଶ୍ମୀର ରାଜ୍ୟପାଳ ଦେଇଥିବା ମନ୍ତବ୍ୟକୁ ବିବିସି ସାମ୍ନାକୁ ଆଣିଛି। ସେ ଅଟକଥିବାର ପ୍ରମାଣ ରହିଥିଲେ ମଧ୍ୟ ରାଜ୍ୟପାଳ ଏଭଳି କହିଥିଲେ। ଅବଶ୍ୟ କଶ୍ମୀରୀମାନଙ୍କର ପ୍ରତିବାଦ କରିବାର କୌଣସି ଅଧିକାର ନାହିଁ।
କଶ୍ମୀରକୁ ବାଦ୍‌ ଦେଲେ ଭାରତର ଅନ୍ୟ ଅଞ୍ଚଳରେ ପ୍ରତିବାଦର ନିର୍ଦ୍ଦିଷ୍ଟ ସ୍ଥାନସବୁକୁ ସରକାର ଚୟନ କରିଥାନ୍ତି, କାରଣ ସରକାର ସେଗୁଡ଼ିକୁ ସହଜରେ ଉପେକ୍ଷା କରିପାରିବେ। ଦିଲ୍ଲୀର ମଧ୍ୟଭାଗରେ ଥିବା ଯନ୍ତରମନ୍ତରକୁ ଯଦି କେବେ ବୁଲିବାକୁ ଯାଆନ୍ତି, ତେବେ ସେଠାରେ ବହୁ ସଂଖ୍ୟାରେ ପ୍ରତିବାଦ ସ୍ଥଳୀ ଦେଖିବେ। କେତେକରେ ବର୍ଷ ବର୍ଷ ଧରି ପ୍ରତିବାଦ ଚାଲିଛି। ସେଠାରେ ଲୋକେ କାହିଁକି ପ୍ରତିବାଦ କରୁଛନ୍ତି ତା’ପ୍ରତି ସରକାରଙ୍କର ଖାତିର ନ ଥାଏ। ସରକାର ପ୍ରତିବାଦ ଏବଂ ମୌଳିକ ଅଧିକାରକୁ ଏକ ବାଧା ଭାବେ ଦେଖନ୍ତି। ଏହା କାଗଜ ପତ୍ରରେ ରହୁ ଓ ସରକାରଙ୍କ ବିରୋଧରେ କାର୍ଯ୍ୟକାରୀ ନ ହେବା ଦରକାର ବୋଲି ଚାହାନ୍ତି। ଏମିତି କି ସବୁଠୁ ଶାନ୍ତିପୂର୍ଣ୍ଣ ଗାନ୍ଧିବାଦୀ ପ୍ରତିବାଦକୁ ଭାରତରେ ସହ୍ୟ କରାଯାଉ ନାହିଁ। ଗାନ୍ଧିଜୀ ଆମରଣ ଅନଶନରେ ଯାହା କରିଥିଲେ ତାହାକୁ ବିଚାର କଲେ ଏହାଠାରୁ ମାନବ ଜାତି ଲାଗି ଅଧିକ ଆଉ କିଛି ଭଲ ନାହିଁ। ନ୍ୟାୟ ଲାଗି ମଣିପୁରରେ ଇରମ ଶର୍ମିଳା ସେଭଳି ପ୍ରତିବାଦ କରିବାକୁ ପସନ୍ଦ କଲେ ବି ସରକାର ତାଙ୍କୁ ଶିକୁଳି ପକାଇ ୧୦ ବର୍ଷ ବଳପୂର୍ବକ ନାକବାଟେ ଖାଇବାକୁ ଦେଲେ। ଇଂରେଜମାନେ ଗାନ୍ଧିଜୀଙ୍କୁ ପ୍ରତିବାଦର ଯେଉଁ ଅଧିକାର ଦେଇଥିଲେ ତାହା ତାଙ୍କୁ ସରକାର ପ୍ରଦାନ କଲେ ନାହିଁ।
ଶାହିନ୍‌ବାଗ ଘଟଣାରେ ସୁପ୍ରିମ୍‌କୋର୍ଟ ଯାହା ଅନୁଧ୍ୟାନ କରିଛନ୍ତିି ଓ ନିର୍ଦ୍ଦେଶ ଦେଇଛନ୍ତି ତାହା ରାଜନୈତିକ ଦଳ ଏବଂ କୃଷକ ସଂଘ ଭଳି ସଂଗଠିତ ଶକ୍ତିି ଏବଂ ଜାତି ବର୍ଗ ଲାଗି କାର୍ଯ୍ୟକାରୀ ନୁହେଁ। ନିର୍ଦ୍ଧାରିତ ସ୍ଥାନ ବାହାରେ ସେମାନେ ବନ୍ଦ ଓ ହରତାଳ ଡାକରା ଦେଉଛନ୍ତି। ରେଳରୋକୋ ଓ ଚକାଜାମ ଆଦି କରୁଛନ୍ତି। ଏହାକୁ ରୋକିବାରେ ସରକାରଙ୍କ କ୍ଷମତା ନ ଥିବାରୁ ଏହାକୁ ଏଡ଼ାଇ ଯାଉଛନ୍ତି। ସୁପ୍ରମିକୋର୍ଟ ମଧ୍ୟ ଏହା ଉପରୁ ନଜର ହଟାଇ ନେଇଛନ୍ତି। ସୁପ୍ରିମ୍‌ କ୍ଷମତା ଚାହାନ୍ତି ଯେ, ଏକ କ୍ଷୁଦ୍ର ଗୋଷ୍ଠୀର ମହିଳାମାନେ ସେମାନଙ୍କ ବିରୋଧ ପ୍ରକାଶ ନ କରନ୍ତୁ, ଆଇନକୁ ଅବଜ୍ଞା ନ କରନ୍ତୁ, କାରଣ ଏହା ଆଇନର ଶାସନ ପାଇଁ ସେମାନଙ୍କ ସମ୍ବେଦନଶୀଳତା ଓ ଭାବନାକୁ କ୍ଷତି କରେ। ସେମାନଙ୍କ ପ୍ରତିବାଦ କେନ୍ଦ୍ରରେ କ’ଣ ଏଭଳି ଅବଜ୍ଞା ପରିଲକ୍ଷିତ ହୋଇଛି। ସରକାର ଯେତେବେଳେ ନିଜ ଆଇନକୁ ଅନୁସରଣ କରନ୍ତି ନାହିଁ, ସେତେବେଳେ ପ୍ରତିବାଦ ଆରମ୍ଭ ହୁଏ। ପ୍ରତିବାଦ ଏକ ବାଧା ଏବଂ ଏକ ଅଭିଯୋଗ; ନ ଶୁଣିଲେ ଏହା ଚାଲୁରହେ। ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରତିବାଦ ଚାଲିଲେ ବି ସରକାର ଶୁଣୁ ନାହାନ୍ତି। ବେଆଇନ ଅଟକକୁ ଯଦି ସୁପ୍ରିମକୋର୍ଟ ଅଣଦେଖା କରିବେ, ଯଦି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲକ୍ଷାଧିକ ଲୋକଙ୍କୁ ଅଟକ ରଖିବାକୁ ଘୋଷଣା କରିବେ ଏବଂ ସେମାନଙ୍କୁ ନାଗରିକତ୍ୱ ଦେବାକୁ ମନା କରିବେ, ସରକାର ଏହା ଉପରେ ଯଦି ନାଗରିକମାନଙ୍କୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ କହିବେ, ତେବେ ପ୍ରତିବାଦ ହେବ ନାହିଁ ବୋଲି ସରଳରେ ବୁଝିବାକୁ ହେବ। ଯଦି ବି ହେବ, ନିର୍ଦ୍ଧିଷ୍ଟ ସ୍ଥାନରେ ହିଁ ହେବ।
ପ୍ରତିବାଦ ସରକାରଙ୍କୁ ଚିନ୍ତାରେ ପକାଇବା ଦରକାର। ଏହା ନ ହେଲେ ସରକାର ପ୍ରତିବାଦକାରୀଙ୍କ ଦାବି ପୂରଣ କରିବାରେ କୌଣସି ଆନ୍ତରିକତା ଦେଖାଇବେ ନାହିଁ। ସରକାରଙ୍କ ନାଗରିକ ଅଧିକାରରେ ହସ୍ତକ୍ଷେପ ଏବଂ ନିର୍ଯାତନା ବିରୋଧରେ ସ୍ବର ଉଠାଉଥିବା ନାଗରିକମାନଙ୍କ ସପକ୍ଷରେ ନ୍ୟାୟପାଳିକା ରହିବାର ରେକର୍ଡ ମଧ୍ୟ ପୂରା ଦୁର୍ବଳ। ସାରା ବିଶ୍ୱରେ ଶାହିନବାଗକୁ ଭିନ୍ନ ଦୃଷ୍ଟିରେ ଦେଖାଯାଇଛି। ସରକାରଙ୍କୁ ବିରୋଧ କରିବାକୁ ଏକ ଗୋଷ୍ଠୀର ମହିଳାମାନେ ପସନ୍ଦ କରିଥିବାରୁ ଏହା ଅନେକଙ୍କ ପାଇଁ ପ୍ରେରଣାଦାୟକ। ଏହା ନିଶ୍ଚତ ଭାବେ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଶାହିନବାଗରେ ମହିଳାମାନଙ୍କ ପ୍ରତିବାଦ ପ୍ରଭାବୀ ରହିଥିଲା; ଯେଉଁଥିପାଇଁ ଏହା ଉପରେ କୋର୍ଟ ରାୟ ଦେବାକୁ ଚାହିଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?