୭୫ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ଇସ୍‌ଲାମାବାଦ,୧୧ା୯: ଦେଶ ବିଭାଜନର ୭୫ ବର୍ଷ ପରେ ଜଳନ୍ଧରର ଅମରଜିତ ସିଂ କର୍‌ତାରପୁରର ଗୁରୁଦ୍ୱାରା ଦର୍‌ବାର ସାହିବରେ ତାଙ୍କ ପାକିସ୍ତାନୀ ଭଉଣୀଙ୍କୁ ଭେଟିବା ପରେ ଭାବବିହ୍ବଳ ହୋଇପଡ଼ିଥିଲେ। ୧୯୪୭ରେ ପାକିସ୍ତାନ ଭାରତରୁ ଅଲଗା ହୋଇଯିବା ସହ ତାଙ୍କ ପରିବାର ମଧ୍ୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ଶିଖ୍‌ ଧର୍ମ ଗ୍ରହଣ କରିଥିବା ଅମରଜିତ ଓ ତାଙ୍କର ଜଣେ ଭଉଣୀ ଭାରତରେ ରହିଥିବାବେଳେ ସେମାନଙ୍କ ମୁସଲମାନ ମାତାପିତା ପାକିସ୍ତାନ ଚାଲିଯାଇଥିଲେ। ଗତ ବୁଧବାର କର୍‌ତାରପୁର ଗୁରୁଦ୍ୱାରା ଯାଇଥିବା ଅମରଜିତ୍‌ ପାକିସ୍ତାନରେ ରହୁଥିବା ତାଙ୍କ ମୁସଲମାନ ଭଉଣୀ କୁଲ୍‌ସୁମ୍‌ ଅଖ୍‌ତର(୬୫)ଙ୍କୁ ଭେଟିବା ସମୟରେ ଉଭୟଙ୍କ ଆଖିରେ ଲୋତକ ଭରିଯାଇଥିଲା। ଅମରଜିତ ତାଙ୍କ ଭଉଣୀଙ୍କୁ ଭେଟିବା ଲାଗି ଭିଜା ବଳରେ ଓ୍ବାଘା ସୀମା ଦେଇ ପାକିସ୍ତାନ ଯାଇଥିଲେ। କୁଲ୍‌ସୁମ୍‌ ଫୈସଲାବାଦରୁ ତାଙ୍କ ପୁଅ ଶାହଜାଦ ଅହମଦ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଆସିଥିଲେ। କୁଲ୍‌ସୁମ୍‌ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ତେବେ ଭାରତରେ ତାଙ୍କର ଭଉଣୀଭାଇ ରହିଥିବା କଥା ସେ ପିଲାବେଳୁ ଶୁଣିଆସୁଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍‌ ଅଛି’

ନୂଆଦିଲ୍ଲୀ,୨୫।୮: ତାଲିବାନ୍‌ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ...

ଗୁପ୍ତା ଭ୍ରାତାଙ୍କ ଗୁମର ଖୋଲିଲେ ରାମାଫୋସା

ଜୋହାନ୍ସବର୍ଗ,୧୪ା୮: ଦକ୍ଷିଣ ଆଫ୍ରିକାର ଶାସକ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ ଭିତରେ ମତଭେଦ କାରଣରୁ ଦୁର୍ନୀତିରେ ଲିପ୍ତ ପ୍ରଭାବଶାଳୀ ଗୁପ୍ତା ପରିବାର ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରି...

ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ଲେଖିଥିଲେ ଜଣେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ ସେ କିଏ

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦ରେ ଶପଥ ନେବାପରେ ପ୍ରଥମ ଥର ପାଇଁ ଦେଶକୁ ସମ୍ବୋଧିତ କରିଥିଲେ। ବାଇଡେନଙ୍କ ଭାଷଣ ସମଗ୍ର ବିଶ୍ୱରେ...

ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ...

ଛେଳିକୁ ବିବାହ କଲେ ଯୁବକ

ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ...

କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ...

ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ...

Advertisement
Archives

Model This Week