ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର

ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ ହେବ ବୋଲି ଅନୁମାନ କରାଯାଉଛି। ମାରାମତ୍କ ତଥା ଅସାଧ୍ୟ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ବୟସ୍କ ରୋଗୀମାନେ ମରିବାକୁ ଚାହଁୁଥିଲେ ଡାକ୍ତରମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଏହି ଆଇନ ଅନୁମତି ଦେଇଛି। ଡାକ୍ତରମାନେ ରୋଗୀଙ୍କୁ ଘାତକ ଓ୍ୟଷଧ ଖାଇବାକୁ ପରାମର୍ଶ ଦେଇପାରିବେ। ଏହାକୁ ରୋଗୀମାନେ ନିଜେ ଖାଇପାରିବେ କିମ୍ବା ରୋଗୀଙ୍କୁ ଡାକ୍ତରମାନେ ଘାତକ ଇଞ୍ଜେକ୍‌ସନ ଦେଇପାରିବେ।
ଏହାକୁ ଇଚ୍ଛାମୃତ୍ୟୁ କୁହାଯାଏ। ଫେବୃୟାରୀରେ ପର୍ତ୍ତୁଗାଲ ପାର୍ଲାମେଣ୍ଟରେ ପାସ କରାଯାଇଥିବା ଆଇନରେ ଗୁରୁତର ଅସୁସ୍ଥ ତଥା ମରଣ ସହ ଲଢୁଥିବା ରୋଗୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇଛିି। କିନ୍ତୁ ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍କେଲୋ ରିବେଲୋ ଦେ ସୌସା ଏହି ଆଇନକୁ ସାମ୍ବିଧାନିକ କୋର୍ଟକୁ ପଠାଇଛନ୍ତି ଓ କୋର୍ଟ ଏହାକୁ ରଦ୍ଦ କରିଛନ୍ତି। ତେବେ ଏହାର ରିଭିଜନ ଭର୍ସନ ପାସ୍‌ ହେବ ବୋଲି ଅନୁମାନ କରାଯାଉଛି।
ଅନ୍ୟ ଦେଶଗୁଡ଼ିକ ଏ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିଛନ୍ତି। ୨୦୧୬ରୁ କାନାଡାରେ ପାସ୍‌ କରାଯାଇଥିବା ଆଇନ ମଧ୍ୟ ଡାକ୍ତରୀ ସହାୟତାରେ ଆମତ୍ହତ୍ୟା ଏବଂ ଇଚ୍ଛାମୃତ୍ୟୁକୁ ୍‌ଅନୁମତି ଦେଇଛି। ଯେଉଁ ରୋଗୀମାନଙ୍କ ସ୍ବାଭାବିକ ମୃତ୍ୟୁର ପୂର୍ବାଭାସ ମିଳିଥିବ ଓ ଯୁକ୍ତିଯୁକ୍ତ ମନେହେଉଥିତ୍ବ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଅନୁମତି ଦିଆଯାଇଛି। କିନ୍ତୁ ଏହି ଆଇନ ସେଠାକାର ନାଗରିକମାନଙ୍କ ଅଧ୍‌ତ୍କାର ଓ ସ୍ବାଧୀନତାର ଉଲ୍ଲଂଘନ କରୁଥିବା କାନାଡାର ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଥିଲେ। କାନାଡାର ଲୋକମାନେ ଏହି ଆଇନକୁ ସମର୍ଥନ କରିଥିଲେ। କିନ୍ତୁ ଏକ ଜନମତ ଅନୁଯାୟୀ ୧୦ ଜଣରେ ୮ ଜଣେ ଏହାକୁ ସ୍ବାଧୀନତା ଉପରେ କଠୋର କଟକଣା ବୋଲି ମତ ଦେଇଥିଲେ। କ୍ୟୁବେକରେ ଏକ କେସରେ ୨୦୧୯ରେ କାନାଡାର ସୁପ୍ରିମକୋର୍ଟ ସ୍ବାଭାବିକ ଭାବେ ମୃତ୍ୟୁର ପୂର୍ବାଭାସ ମିଳୁଥିବା ରୋଗୀମାନଙ୍କୁ ମତ୍ୟୁରେ ସହାୟତା କରିବା ନିୟମ ପ୍ରଦତ୍ତ ଅଧିକାରର ଉଲ୍ଲଂଘନ କରୁଛି ବୋଲି ରାୟ ଦେଇଥିତ୍ଲେ। କିନ୍ତୁ ମାର୍ଚ୍ଚରେ ସାଧାରଣରେ ବ୍ୟାପକ ବିଚାରବିମର୍ଶ ଓ ପାର୍ଲାମେଣ୍ଟରେ ଡିବେଟ୍‌ କରାଯିବା ପରେ କାନାଡା ପାର୍ଲାମେଣ୍ଟ ଏହି ଆଇନରେ ସଂଶୋଧନ ପାଇଁ ଅନୁମୋଦନ କରିଛି। ଯଦି ରୋଗୀମାନେ ଗମ୍ଭୀର ଓ ଅସାଧ୍ୟ ଅବସ୍ଥାରେ ଥାଆନ୍ତି ସେମାନେ ମୃତ୍ୟୁ ପାଇଁ ସହାୟତା ପାଇବା ଲାଗି ଯୋଗ୍ୟ ବୋଲି ଏହି ସଂଶୋଧିତ ଆଇନରେ କୁହାଯାଇଛି। ମାରାମତ୍କ ଏବଂ ଆରୋଗ୍ୟ ନ ହେବା ଭଳି ଅସୁସ୍ଥତା, ରୋଗ କିମ୍ବା ଅକ୍ଷମତା ଯାହା ବଦଳିବାର ସମ୍ଭାବନା କ୍ଷୀଣ ସେହି ରୋଗୀମାନେ ମୃତ୍ୟୁ ସହାୟତା ପାଇବା ଯୋଗ୍ୟ ବୋଲି କୁହାଯାଇଛି। ସ୍ଥାୟୀଭାବେ ଶାରୀରିକ ବା ମାନସିକ ସ୍ତରରେ ଭୋଗୁଥିତ୍ବା ଅସହ୍ୟ ଯନ୍ତ୍ରଣା ଯାହା ଚିକିତ୍ସା ମାଧ୍ୟମରେ କୌଣସି ପ୍ରକାରେ ଭଲ ହୋଇପାରିବ ନାହିଁ ସେହି ରୋଗୀମାନଙ୍କୁ ଏହି ସହାୟତା ଉପଲବ୍ଧ ହେବ। ଯେଉଁ ରୋଗୀମାନଙ୍କର ସ୍ବାଭାବିକ ମୃତ୍ୟୁର ଯଥାର୍ଥ ପୂର୍ବାଭାସ ମିଳୁ ନ ଥିବ ସେମାନେ ଏବେ ମୃତ୍ୟୁୁର ସହାୟତା ପାଇବା ପାଇଁ ଯୋଗ୍ୟ। ହେଲେ ଇଚ୍ଛାମୃତ୍ୟୁ ପାଇଁ ଏମାନଙ୍କ ଆବେଦନ ଉପରେ ଅଧିତ୍କ ଯାଞ୍ଚ ହେବା ସହ ରୋଗୀମାନେ ଇଚ୍ଛାମୃତ୍ୟୁ ପାଇଁ ଯୋଗ୍ୟ କି ନାହିଁ ତାହା ପରୀକ୍ଷା କରିବାର ସମୟ ଅବଧି ୯୦ ଦିନ ହେବା ଦରକାର ବୋଲି ପ୍ରକାଶ କରାଯାଇଛି।
ଦୀର୍ଘ ୫ ବର୍ଷ ପରେ ୨୦୧୬ରେ ପାସ୍‌ କରାଯାଇଥିବା ଆଇନର ପାର୍ଲାମେଣ୍ଟାରୀ ସମୀକ୍ଷା ଦରକାର ପଡ଼ିଲା। ଏହାସହ ଏହି ଆଇନ କିପରି କାର୍ଯ୍ୟ କରୁଛି ତା’ଉପରେ ଲୋକମାନଙ୍କ ମତକୁ ଆଧାର କରି ପାର୍ଲାମେଣ୍ଟାରୀ ସମୀକ୍ଷା ଦୁଇଟି ଘଟଣା ଉପରେ ବିଚାର କରିବ ବୋଲି ଜଣାଯାଏ, ଯାହା ମୃତ୍ୟୁ ପାଇଁ ସହାୟତାକୁ ନେଇ ସାଧାରଣରେ ହେଉଥିବା ଆଲୋଚେନାକୁ ଧ୍ୟାନରେ ରଖିତ୍ତ୍ ନୂଆ ରୂପ ଦେବାରେ ସାହାଯ୍ୟ କରିବ। ମୃତ୍ୟୁ ପାଇଁ ଆଗୁଆ ଅନୁରୋଧକୁ ଏହା ଅନୁମତି ଦେବା ଓ ମାନସିକ ଅସୁସ୍ଥତା ଯୋଗୁ ଭୋଗୁଥିତ୍ବା ଅସହ୍ୟ ଏବଂ ଅସାଧ୍ୟ ରୋଗୀଙ୍କୁ ମୃତ୍ୟୁ ପାଇଁ ସହାୟତା ଯୋଗାଇ ଦେବା ଉଚିତ ହେବ କି ନାହିଁ ତାହା ପାର୍ଲାମେଣ୍ଟାରୀ ସମୀକ୍ଷା ବିଚାର କରିବ ।
ଲୋକଙ୍କ ବୟସ ଏବଂ ଅଧିକ ଡିମେନସିଆରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ପାଇଁ ଆଗୁଆ ଅନୁରୋଧକୁ ଅନୁମତି ଦେବା ଘଟଣା ଜଟିଳ ହେବ । ଗତବର୍ଷ ଡଚ୍‌ ସୁପ୍ରିମକୋର୍ଟ ରାୟ ଦେଇଥିତ୍ଲେ ଯେ, ଯେଉଁ ରୋଗୀମାନେ ଇଚ୍ଛାମୃତ୍ୟୁ ପାଇଁ ଲଖିତ୍ତ୍ତ ଜଣାଇଥିତ୍ବେ ସେମାନଙ୍କ ଇଚ୍ଛାମୃତ୍ୟୁକୁ କାର୍ଯ୍ୟକାରୀ କରିବାରେ ସାହଯ୍ୟ କରିଥିବା ଡାକ୍ତରମାନଙ୍କ ଉପରେ କୌଣସି ମକଦ୍ଦମା କରାଯାଇପାରିବନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ସହମତି କ୍ଷମତା ହରାଇଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ,ଡିମେନସିଆର ପ୍ରାରମ୍ଭିକ ଅବସ୍ଥାରେ ଥିବା ରୋଗୀମାନଙ୍କୁ ବିନା ଭୟରେ ଜୀବନକୁ ଉପଭୋଗ କରିବାକୁ ଅନୁମତି ଦେଇଛି। କାନାଡାର ୨୦୨୧ ଆଇନ ମୃତ୍ୟୁ ପାଇଁ ସହାୟତା ପାଇବା ଯୋଗ୍ୟ ମାନସିକ ଅସୁସ୍ଥତାକୁ ସ୍ପଷ୍ଟ ଭାବେ ନିଷିଦ୍ଧ କରିଥିତ୍ଲେ ମଧ୍ୟ ଆଉ ଦୁଇ ବର୍ଷ ପରେ ଏହା ରହିବ ନାହିଁ। ପ୍ରକୃତରେ ଅସାଧ୍ୟ ମାନସିକ ରୋଗରେ ପୀଡ଼ିତ ଲୋକମାନଙ୍କ ଅନୁରୋଧକୁ ନିଶ୍ଚିତ କରିବାକୁ କେଉଁ ସୁରକ୍ଷାମତ୍କ ପଦକ୍ଷେପ ଦରକାର ତାହା ସ୍ଥିର କରିବା ପାଇଁ ପାର୍ଲାମେଣ୍ଟକୁ ଏହା ଏକ ସମୟ ସୀମା ଦେଇଛି। କିଛି ମାନସିକ ରୋଗୀ ଚିକିତ୍ସା ସୁବିଧା ପାଆନ୍ତି ନାହିଁ ଏବଂ ଅତ୍ୟଧିକ ଯନ୍ତ୍ରଣା ଭୋଗ କରିନ୍ତି। ଯଦି ଏକ ଅସାଧ୍ୟ ତଥା ଅସରନ୍ତି ଶାରିରୀକ ଯନ୍ତ୍ରଣା ଜଡ଼ିତ ରୋଗୀଙ୍କ ମୃତ୍ୟୁ ପାଇଁ ସହାୟତା କରାଯାଉଛିି, ତେବେ କାହିଁକି ଅସାଧ୍ୟ ମାନସିକ ରୋଗୀଙ୍କୁ ଏହା ଦିଆଯିବନାହିଁ। ତେବେ ଅସାଧ୍ୟ ମାନସିକ ଅସୁସ୍ଥତାରେ ଆକ୍ରାନ୍ତ ଲୋକେ, ଯେଉଁମାନଙ୍କୁ କୌଣସି ଚିକିତ୍ସା କାମ କରୁନାହିଁ ସେମାନଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଯୋଗ୍ୟ କରାଗଲେ ଏହା ସେମାନଙ୍କ ଜୀବନକୁ ସହଜ କରିପାରିବ ।
ମାନସିକ ରୋଗକୁ ବେଲ୍‌ଜିୟମ ଓ ନେଦର୍‌ଲାଣ୍ଡରେ ଇଚ୍ଛାମୃତ୍ୟୁ ପାଇଁ ଗ୍ରହଣ କରାଯାଇଛି। ବେଲଜିୟମରେ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଥିବା ୧୦୦ ଜଣ ମାନସିକ ରୋଗୀଙ୍କ ମଧ୍ୟରୁ ୪୮ ଜଣଙ୍କୁ ଅନୁମତି ଦିଆଯାଇଛି, କିନ୍ତୁ ୮ ଜଣ ରୋଗୀ ଏହି ପ୍ରକିୟାକୁ ବନ୍ଦ କଲେ, କାରଣ ଏହି ବିକଳ୍ପ ସେମାନଙ୍କୁ ବଞ୍ଚିବା ଲାଗି ମାନସିକ ସ୍ତରରେ ଅଧିକ ଶାନ୍ତି ଦେଲା। ଜଣେ ରୋଗୀର ମାନସିକ ଅସୁସ୍ଥତା ଅସାଧ୍ୟ କି ନାହିଁ ଏବଂ ତାହା ଜାରି ରହିବ କି ନାହିଁ ତାହା ଆକଳନ କରିବା କଷ୍ଟକର। ଶେଷରେ କେବଳ ରୋଗୀ ହିଁ ନିର୍ଣ୍ଣୟ କରିବେ ଯନ୍ତ୍ରଣା କେତେ ଅସହ୍ୟ । ଏଣୁ ଆଗକୁ ଚିକିତ୍ସା କରାଯିବ କି ତାଙ୍କ ଜୀବନ ଶେଷ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?