ମୃତ୍ୟୁ ପାଇଁ ଅଧିତ୍କାର

ପିଟର ସିଙ୍ଗର

ମୃତ୍ୟୁ ପାଇଁ ସହାୟତାର ଅଧିକାର ଲଗାତର ମଜଭୁତ ହେବାରେ ଲାଗିଛି। ସ୍ପେନ ପାର୍ଲାମେଣ୍ଟ ଏକ ଆଇନ ପାସ୍‌ କରିଛି, ଯାହା ଜୁନ୍‌ରେ କାର୍ଯ୍ୟକାରୀ ହେବ ବୋଲି ଅନୁମାନ କରାଯାଉଛି। ମାରାମତ୍କ ତଥା ଅସାଧ୍ୟ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ବୟସ୍କ ରୋଗୀମାନେ ମରିବାକୁ ଚାହଁୁଥିଲେ ଡାକ୍ତରମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଏହି ଆଇନ ଅନୁମତି ଦେଇଛି। ଡାକ୍ତରମାନେ ରୋଗୀଙ୍କୁ ଘାତକ ଓ୍ୟଷଧ ଖାଇବାକୁ ପରାମର୍ଶ ଦେଇପାରିବେ। ଏହାକୁ ରୋଗୀମାନେ ନିଜେ ଖାଇପାରିବେ କିମ୍ବା ରୋଗୀଙ୍କୁ ଡାକ୍ତରମାନେ ଘାତକ ଇଞ୍ଜେକ୍‌ସନ ଦେଇପାରିବେ।
ଏହାକୁ ଇଚ୍ଛାମୃତ୍ୟୁ କୁହାଯାଏ। ଫେବୃୟାରୀରେ ପର୍ତ୍ତୁଗାଲ ପାର୍ଲାମେଣ୍ଟରେ ପାସ କରାଯାଇଥିବା ଆଇନରେ ଗୁରୁତର ଅସୁସ୍ଥ ତଥା ମରଣ ସହ ଲଢୁଥିବା ରୋଗୀଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଇଛିି। କିନ୍ତୁ ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍କେଲୋ ରିବେଲୋ ଦେ ସୌସା ଏହି ଆଇନକୁ ସାମ୍ବିଧାନିକ କୋର୍ଟକୁ ପଠାଇଛନ୍ତି ଓ କୋର୍ଟ ଏହାକୁ ରଦ୍ଦ କରିଛନ୍ତି। ତେବେ ଏହାର ରିଭିଜନ ଭର୍ସନ ପାସ୍‌ ହେବ ବୋଲି ଅନୁମାନ କରାଯାଉଛି।
ଅନ୍ୟ ଦେଶଗୁଡ଼ିକ ଏ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିଛନ୍ତି। ୨୦୧୬ରୁ କାନାଡାରେ ପାସ୍‌ କରାଯାଇଥିବା ଆଇନ ମଧ୍ୟ ଡାକ୍ତରୀ ସହାୟତାରେ ଆମତ୍ହତ୍ୟା ଏବଂ ଇଚ୍ଛାମୃତ୍ୟୁକୁ ୍‌ଅନୁମତି ଦେଇଛି। ଯେଉଁ ରୋଗୀମାନଙ୍କ ସ୍ବାଭାବିକ ମୃତ୍ୟୁର ପୂର୍ବାଭାସ ମିଳିଥିବ ଓ ଯୁକ୍ତିଯୁକ୍ତ ମନେହେଉଥିତ୍ବ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଅନୁମତି ଦିଆଯାଇଛି। କିନ୍ତୁ ଏହି ଆଇନ ସେଠାକାର ନାଗରିକମାନଙ୍କ ଅଧ୍‌ତ୍କାର ଓ ସ୍ବାଧୀନତାର ଉଲ୍ଲଂଘନ କରୁଥିବା କାନାଡାର ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଥିଲେ। କାନାଡାର ଲୋକମାନେ ଏହି ଆଇନକୁ ସମର୍ଥନ କରିଥିଲେ। କିନ୍ତୁ ଏକ ଜନମତ ଅନୁଯାୟୀ ୧୦ ଜଣରେ ୮ ଜଣେ ଏହାକୁ ସ୍ବାଧୀନତା ଉପରେ କଠୋର କଟକଣା ବୋଲି ମତ ଦେଇଥିଲେ। କ୍ୟୁବେକରେ ଏକ କେସରେ ୨୦୧୯ରେ କାନାଡାର ସୁପ୍ରିମକୋର୍ଟ ସ୍ବାଭାବିକ ଭାବେ ମୃତ୍ୟୁର ପୂର୍ବାଭାସ ମିଳୁଥିବା ରୋଗୀମାନଙ୍କୁ ମତ୍ୟୁରେ ସହାୟତା କରିବା ନିୟମ ପ୍ରଦତ୍ତ ଅଧିକାରର ଉଲ୍ଲଂଘନ କରୁଛି ବୋଲି ରାୟ ଦେଇଥିତ୍ଲେ। କିନ୍ତୁ ମାର୍ଚ୍ଚରେ ସାଧାରଣରେ ବ୍ୟାପକ ବିଚାରବିମର୍ଶ ଓ ପାର୍ଲାମେଣ୍ଟରେ ଡିବେଟ୍‌ କରାଯିବା ପରେ କାନାଡା ପାର୍ଲାମେଣ୍ଟ ଏହି ଆଇନରେ ସଂଶୋଧନ ପାଇଁ ଅନୁମୋଦନ କରିଛି। ଯଦି ରୋଗୀମାନେ ଗମ୍ଭୀର ଓ ଅସାଧ୍ୟ ଅବସ୍ଥାରେ ଥାଆନ୍ତି ସେମାନେ ମୃତ୍ୟୁ ପାଇଁ ସହାୟତା ପାଇବା ଲାଗି ଯୋଗ୍ୟ ବୋଲି ଏହି ସଂଶୋଧିତ ଆଇନରେ କୁହାଯାଇଛି। ମାରାମତ୍କ ଏବଂ ଆରୋଗ୍ୟ ନ ହେବା ଭଳି ଅସୁସ୍ଥତା, ରୋଗ କିମ୍ବା ଅକ୍ଷମତା ଯାହା ବଦଳିବାର ସମ୍ଭାବନା କ୍ଷୀଣ ସେହି ରୋଗୀମାନେ ମୃତ୍ୟୁ ସହାୟତା ପାଇବା ଯୋଗ୍ୟ ବୋଲି କୁହାଯାଇଛି। ସ୍ଥାୟୀଭାବେ ଶାରୀରିକ ବା ମାନସିକ ସ୍ତରରେ ଭୋଗୁଥିତ୍ବା ଅସହ୍ୟ ଯନ୍ତ୍ରଣା ଯାହା ଚିକିତ୍ସା ମାଧ୍ୟମରେ କୌଣସି ପ୍ରକାରେ ଭଲ ହୋଇପାରିବ ନାହିଁ ସେହି ରୋଗୀମାନଙ୍କୁ ଏହି ସହାୟତା ଉପଲବ୍ଧ ହେବ। ଯେଉଁ ରୋଗୀମାନଙ୍କର ସ୍ବାଭାବିକ ମୃତ୍ୟୁର ଯଥାର୍ଥ ପୂର୍ବାଭାସ ମିଳୁ ନ ଥିବ ସେମାନେ ଏବେ ମୃତ୍ୟୁୁର ସହାୟତା ପାଇବା ପାଇଁ ଯୋଗ୍ୟ। ହେଲେ ଇଚ୍ଛାମୃତ୍ୟୁ ପାଇଁ ଏମାନଙ୍କ ଆବେଦନ ଉପରେ ଅଧିତ୍କ ଯାଞ୍ଚ ହେବା ସହ ରୋଗୀମାନେ ଇଚ୍ଛାମୃତ୍ୟୁ ପାଇଁ ଯୋଗ୍ୟ କି ନାହିଁ ତାହା ପରୀକ୍ଷା କରିବାର ସମୟ ଅବଧି ୯୦ ଦିନ ହେବା ଦରକାର ବୋଲି ପ୍ରକାଶ କରାଯାଇଛି।
ଦୀର୍ଘ ୫ ବର୍ଷ ପରେ ୨୦୧୬ରେ ପାସ୍‌ କରାଯାଇଥିବା ଆଇନର ପାର୍ଲାମେଣ୍ଟାରୀ ସମୀକ୍ଷା ଦରକାର ପଡ଼ିଲା। ଏହାସହ ଏହି ଆଇନ କିପରି କାର୍ଯ୍ୟ କରୁଛି ତା’ଉପରେ ଲୋକମାନଙ୍କ ମତକୁ ଆଧାର କରି ପାର୍ଲାମେଣ୍ଟାରୀ ସମୀକ୍ଷା ଦୁଇଟି ଘଟଣା ଉପରେ ବିଚାର କରିବ ବୋଲି ଜଣାଯାଏ, ଯାହା ମୃତ୍ୟୁ ପାଇଁ ସହାୟତାକୁ ନେଇ ସାଧାରଣରେ ହେଉଥିବା ଆଲୋଚେନାକୁ ଧ୍ୟାନରେ ରଖିତ୍ତ୍ ନୂଆ ରୂପ ଦେବାରେ ସାହାଯ୍ୟ କରିବ। ମୃତ୍ୟୁ ପାଇଁ ଆଗୁଆ ଅନୁରୋଧକୁ ଏହା ଅନୁମତି ଦେବା ଓ ମାନସିକ ଅସୁସ୍ଥତା ଯୋଗୁ ଭୋଗୁଥିତ୍ବା ଅସହ୍ୟ ଏବଂ ଅସାଧ୍ୟ ରୋଗୀଙ୍କୁ ମୃତ୍ୟୁ ପାଇଁ ସହାୟତା ଯୋଗାଇ ଦେବା ଉଚିତ ହେବ କି ନାହିଁ ତାହା ପାର୍ଲାମେଣ୍ଟାରୀ ସମୀକ୍ଷା ବିଚାର କରିବ ।
ଲୋକଙ୍କ ବୟସ ଏବଂ ଅଧିକ ଡିମେନସିଆରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ପାଇଁ ଆଗୁଆ ଅନୁରୋଧକୁ ଅନୁମତି ଦେବା ଘଟଣା ଜଟିଳ ହେବ । ଗତବର୍ଷ ଡଚ୍‌ ସୁପ୍ରିମକୋର୍ଟ ରାୟ ଦେଇଥିତ୍ଲେ ଯେ, ଯେଉଁ ରୋଗୀମାନେ ଇଚ୍ଛାମୃତ୍ୟୁ ପାଇଁ ଲଖିତ୍ତ୍ତ ଜଣାଇଥିତ୍ବେ ସେମାନଙ୍କ ଇଚ୍ଛାମୃତ୍ୟୁକୁ କାର୍ଯ୍ୟକାରୀ କରିବାରେ ସାହଯ୍ୟ କରିଥିବା ଡାକ୍ତରମାନଙ୍କ ଉପରେ କୌଣସି ମକଦ୍ଦମା କରାଯାଇପାରିବନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ସହମତି କ୍ଷମତା ହରାଇଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ,ଡିମେନସିଆର ପ୍ରାରମ୍ଭିକ ଅବସ୍ଥାରେ ଥିବା ରୋଗୀମାନଙ୍କୁ ବିନା ଭୟରେ ଜୀବନକୁ ଉପଭୋଗ କରିବାକୁ ଅନୁମତି ଦେଇଛି। କାନାଡାର ୨୦୨୧ ଆଇନ ମୃତ୍ୟୁ ପାଇଁ ସହାୟତା ପାଇବା ଯୋଗ୍ୟ ମାନସିକ ଅସୁସ୍ଥତାକୁ ସ୍ପଷ୍ଟ ଭାବେ ନିଷିଦ୍ଧ କରିଥିତ୍ଲେ ମଧ୍ୟ ଆଉ ଦୁଇ ବର୍ଷ ପରେ ଏହା ରହିବ ନାହିଁ। ପ୍ରକୃତରେ ଅସାଧ୍ୟ ମାନସିକ ରୋଗରେ ପୀଡ଼ିତ ଲୋକମାନଙ୍କ ଅନୁରୋଧକୁ ନିଶ୍ଚିତ କରିବାକୁ କେଉଁ ସୁରକ୍ଷାମତ୍କ ପଦକ୍ଷେପ ଦରକାର ତାହା ସ୍ଥିର କରିବା ପାଇଁ ପାର୍ଲାମେଣ୍ଟକୁ ଏହା ଏକ ସମୟ ସୀମା ଦେଇଛି। କିଛି ମାନସିକ ରୋଗୀ ଚିକିତ୍ସା ସୁବିଧା ପାଆନ୍ତି ନାହିଁ ଏବଂ ଅତ୍ୟଧିକ ଯନ୍ତ୍ରଣା ଭୋଗ କରିନ୍ତି। ଯଦି ଏକ ଅସାଧ୍ୟ ତଥା ଅସରନ୍ତି ଶାରିରୀକ ଯନ୍ତ୍ରଣା ଜଡ଼ିତ ରୋଗୀଙ୍କ ମୃତ୍ୟୁ ପାଇଁ ସହାୟତା କରାଯାଉଛିି, ତେବେ କାହିଁକି ଅସାଧ୍ୟ ମାନସିକ ରୋଗୀଙ୍କୁ ଏହା ଦିଆଯିବନାହିଁ। ତେବେ ଅସାଧ୍ୟ ମାନସିକ ଅସୁସ୍ଥତାରେ ଆକ୍ରାନ୍ତ ଲୋକେ, ଯେଉଁମାନଙ୍କୁ କୌଣସି ଚିକିତ୍ସା କାମ କରୁନାହିଁ ସେମାନଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଯୋଗ୍ୟ କରାଗଲେ ଏହା ସେମାନଙ୍କ ଜୀବନକୁ ସହଜ କରିପାରିବ ।
ମାନସିକ ରୋଗକୁ ବେଲ୍‌ଜିୟମ ଓ ନେଦର୍‌ଲାଣ୍ଡରେ ଇଚ୍ଛାମୃତ୍ୟୁ ପାଇଁ ଗ୍ରହଣ କରାଯାଇଛି। ବେଲଜିୟମରେ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଥିବା ୧୦୦ ଜଣ ମାନସିକ ରୋଗୀଙ୍କ ମଧ୍ୟରୁ ୪୮ ଜଣଙ୍କୁ ଅନୁମତି ଦିଆଯାଇଛି, କିନ୍ତୁ ୮ ଜଣ ରୋଗୀ ଏହି ପ୍ରକିୟାକୁ ବନ୍ଦ କଲେ, କାରଣ ଏହି ବିକଳ୍ପ ସେମାନଙ୍କୁ ବଞ୍ଚିବା ଲାଗି ମାନସିକ ସ୍ତରରେ ଅଧିକ ଶାନ୍ତି ଦେଲା। ଜଣେ ରୋଗୀର ମାନସିକ ଅସୁସ୍ଥତା ଅସାଧ୍ୟ କି ନାହିଁ ଏବଂ ତାହା ଜାରି ରହିବ କି ନାହିଁ ତାହା ଆକଳନ କରିବା କଷ୍ଟକର। ଶେଷରେ କେବଳ ରୋଗୀ ହିଁ ନିର୍ଣ୍ଣୟ କରିବେ ଯନ୍ତ୍ରଣା କେତେ ଅସହ୍ୟ । ଏଣୁ ଆଗକୁ ଚିକିତ୍ସା କରାଯିବ କି ତାଙ୍କ ଜୀବନ ଶେଷ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri