ଇଟାଭାଟି, ହୋଟେଲ, ଦୋକାନରେ ଚଢ଼ାଉ

କଟକ ଅଫିସ, ୨୪।୫: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ, ନର୍ସିଂହୋମ୍‌ ଓ ଅନ୍ୟାନ୍ୟ ଦୋକାନରେ କିଛିଦିନ ହେବ ଚଢ଼ାଉ ଜାରି ରହିଛି। ଦୋକାନରେ ଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ଥିବା ଜଣାପଡ଼ିବା ପରେ ତାହାକୁ ନଷ୍ଟ କରାଯାଉଛି। ଏଥିସହ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବା ସହିତ ତାଗିଦ୍‌ ମଧ୍ୟ କରାଯାଉଛି। ଏହି କ୍ରମରେ ମଙ୍ଗଳବାର ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ କଟକର ସାର୍ତ୍ତୋଳ ମଲ୍ଲିକ ଲେନ୍‌ରେ ଥିବା ଏକ ଫ୍ଲାଏ ଆଶ୍‌ ଇଟାଭାଟିରେ ଚଢ଼ାଉ କରାଯାଇଥିଲା। ଯାଞ୍ଚବେଳେ ଉକ୍ତ ଇଟାଭାଟିର ଲାଇସେନ୍ସ ନ ଥିବା ଜଣାପଡ଼ିଥିଲା। ଫଳରେ ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରାଯିବା ସହ ଇଟାଭାଟିକୁ ସିଲ୍‌ କରାଯାଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନୋଟିସ୍‌ ଜାରି କରାଯାଇଛି। ଉକ୍ତ ଇଟାଭାଟି ଜନବସତି ଅଞ୍ଚଳରେ ରହିଥିଲା। ସେଠାରୁ ନିର୍ଗତ ଧୂଅଁା ଯୋଗୁ ପରିବେଶ ପ୍ରଦୂଷିତ ହେଉଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ସିଏମ୍‌ସି ନିକଟରେ ଅଭିଯୋଗ କରିଥିଲେ। ଫଳରେ ସହକାରୀ କମିଶନର ତ୍ରିଶୂଳ ମାର୍ଦ୍ଦିଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ପ୍ରଫୁଲ୍ଲ ମଙ୍ଗଲ ଓ ସିଏମ୍‌ସିର ଦୁଇଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ସେହିପରି ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚୌଧୁରୀବଜାର, ନୟାସଡ଼କ, ଚାନ୍ଦିନୀଚୌକ ଅଞ୍ଚଳରେ ଥିବା ଏକାଧିକ ହୋଟେଲ ଓ ତେଜରାତି ଦୋକାନରେ ଚଢ଼ାଉ କରାଯାଇଥିଲା। ହୋଟେଲରେ ଖାଦ୍ୟର ମାନ, ଫୁଡ୍‌ ଲାଇସେନ୍ସ ସହିତ ଅନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସଦ୍ୟ ଓ ସତେଜ ଖାଦ୍ୟ ବିକ୍ରି ପାଇଁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯିବା ସହିତ ବିକ୍ରି ପାଇଁ ଲାଇସେନ୍ସ କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?