ମାର୍ଚ୍ଚରୁ ମେ’ କରିବ କଲବଲ

ଭୁବନେଶ୍ୱର,୨ା୩(ବ୍ୟୁରୋ):ମାଡ଼ିଆସୁଛି ପ୍ରଚଣ୍ଡ ତାତି। ମାର୍ଚ୍ଚରୁ ମେ ଯାଏ ଓଡ଼ିଶାକୁ ଗ୍ରୀଷ୍ମ କଲବଲ କରିବ। ରାଜ୍ୟରେ ଦିନର ତାପମାତ୍ରା ୪୦ରୁ ୪୪ ଡିଗ୍ରୀକୁ ଚାଲିଯିବ। କେତେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିଯିବା ସମ୍ଭାବନା ରହିଛି। ସ୍ବାଭାବିକଠାରୁ ତାପମାତ୍ରା ପ୍ରାୟ ୧ ଡିଗ୍ରୀ ସେଲ୍‌ସିୟସ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ଓ ଛତିଶଡ଼ରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ। ଏହି ଦୁଇ ରାଜ୍ୟକୁ ପାଣିପାଗ ବିଭାଗ ରେଡ୍‌ ଜୋନ୍‌ ଘୋଷଣା କରିଛି। ଦେଶର ଅନ୍ୟାନ୍ୟ ଭାଗଠାରୁ ଏହି ଦୁଇ ରାଜ୍ୟରେ ଗ୍ରୀଷ୍ମର ଅଧିକ ପ୍ରଭାବ ଦେଖିବାକୁ ମିଳିବ।
ରାଜ୍ୟରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହର ରେକର୍ଡ କରିଛି। ଏଠାରେ ଫେବୃୟାରୀରେ ସ୍ବାଭାବିକ ଭାବେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ସେଲ୍‌ସିୟସ ରହୁଥିବା ବେଳେ ୪୦ ଡିଗ୍ରୀ ଛୁଇଁଛି। ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ୍‌ ରହିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ି ଚାଲିଛି। ଚଳିତ ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ମଧ୍ୟରେ ରହିବ। ତେବେ ଏପ୍ରିଲ ଓ ମେ’ରେ ଏହା ୪୫ ଡିଗ୍ରୀକୁ ବି ଛୁଇଁପାରେ ବୋଲି ଅନୁମାନ କରାଯାଉଛି।
ରାଜ୍ୟରେ ହଠାତ୍‌ ଗ୍ରୀଷ୍ମପ୍ରବାହ ବଢ଼ିବା ପଛରେ ଉତ୍ତର ପଶ୍ଚିମ ବାୟୁ ପ୍ରବାହର ଦିଗ ପରିବର୍ତ୍ତନକୁ ଦାୟୀ କରାଯାଇଛି। ଜାନୁୟାରୀରୁ ଉତ୍ତର ପଶ୍ଚିମ ଦିଗରୁ ଭୂପୃଷ୍ଠରୁ ୧୨ କି.ମି. ଉପରେ ଓଡ଼ିଶା ଓ ଛତିଶଗଡ଼ ଉପର ଦେଇ ବାୟୁ ପ୍ରବାହ ହେଉଥିଲା। ଏଥିଯୋଗୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ହେଉଥିଲା। ଦିନରେ ତାପମାତ୍ରା ସେତେଟା ବୃଦ୍ଧି ହେଉ ନ ଥିଲା। ମାତ୍ର ଫେବୃୟାରୀ ୨୦ରୁ ତାହା ପଶ୍ଚିମ ଦିଗକୁ ଗତିପଥ ପରିବର୍ତ୍ତନ କରିଛି। ଫଳରେ ରାଜ୍ୟରେ ହଠାତ୍‌ ତାତି ବଢିଯାଇଛି।
ଏହା ସତ୍ତ୍ୱେ ଉପକୂଳ ଓଡ଼ିଶାରେ ମଝିରେ ମଝିରେ କାଳବୈଶାଖୀ ଯୋଗୁ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ଚଳିତବର୍ଷ ତାତି କଲବଲ କରିବା ନେଇ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି, ଚଳିତ ଋତୁ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ରେ ଅଧିକ ଗ୍ରୀଷ୍ମପ୍ରବାହ ହୋଇ ପାରେ। ମାତ୍ର ଜଳବାୟୁ ପ୍ରତ୍ୟେକ ଦିନ ଉପରେ ନିର୍ଭର କରୁଛି। ବାୟୁମଣ୍ଡଳ ଅବସ୍ଥିତିକୁ ଦେଖି ପାଗରେ ପରିବର୍ତ୍ତନ ହୋଇଥାଏ।
ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବଢିଚାଲିଛି। ରାଜ୍ୟର ୬ଟି ସ୍ଥାନରେ ପାରଦ ୩୯ ଡିଗ୍ରୀକୁ ଟପି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବାରିପଦା ୩୯.୮, ଅନୁଗୋଳ ୩୯.୭, ଭୁବନେଶ୍ୱର ୩୯, ବଲାଙ୍ଗୀର ୩୯, ବୌଦ୍ଧ ୩୯.୫, କଟକ ୩୮, ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୮.୬, ହୀରାକୁଦ ୩୮.୫, ଟିଟିଲାଗଡ଼ ୩୮.୫, ମାଲକାନଗିରି ୩୮, ସୋନପୁର ୩୮ ଏବଂ ନୟାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪ରୁ ୫ ଡିଗ୍ରୀ ସେଲ୍‌ସିୟସ ବଢିବା ସମ୍ଭାବନା ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡ଼ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି...

ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର...

କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ...

CORONAVIRUS UPDATE: ରାଜ୍ୟରେ ୯୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଉଦ୍‌ବେଗଜନକ ହେବାରେ ଲାଗିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର...

ବାବୁଲିଙ୍କୁ ଗୁଳିମାଡ଼ ଘଟଣା: ୧୭ରେ ଜିଲା ବନ୍ଦ ଡାକରା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚିନ୍ତାରେ ପୋଲିସ

କେନ୍ଦ୍ରାପଡା ଅଫିସ, ୧୬ା୭- ଗତ ୧୩ ତାରିଖ ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ସହରର ଦଣ୍ଡାମୁଣ୍ଡ ଛକଠାରେ ଗୁଳିମାଡ଼ ଘଟଣା ଜିଲା ପୋଲିସ ପାଇଁ ମୁଣ୍ଡବିନ୍ଧାର...

ଯାଜପୁର ଜିଲାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସାନତ୍ରିଲୋଚନପୁର ଓ ସଇପୁର

ଯାଜପୁର ଅଫିସ,୧୪।୪: ରାଜ୍ୟରେ ଚିହ୍ନଟ ହୋଇଥିବା ୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲା ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର। ଏ ନେଇ...

ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି।...

୬ ଜିଲାକୁ ଛାଡ଼ି ସବୁଠି ମୌସୁମୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ଅଧିକାଂଶ ଜିଲାରେ ପ୍ରବେଶ କରିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର...

Advertisement

BGU

Archives

Model This Week

Why Dharitri