ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ

ଜଗତ୍‌ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ ବ୍ୟକ୍ତି ଭାରତ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଉଚ୍ଚ ନ୍ୟାୟାଳୟ ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାମାନଙ୍କୁ ଶୁଖିଲା ରାଶନ ଓ ଶିକ୍ଷଣୀୟ ସାମଗ୍ରୀ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍‌ ଆୟର ପ୍ରତି ଜିଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ନିଷ୍ପତ୍ତି ପାଳନ କରିବାକୁ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି, ୮ା୬ା୨୩ରେ ମୁଖ୍ୟ ଶାସନ ସଚିବଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଥିଲା କି, ଯେଉଁ ପିଲାମାନେ (୬ରୁ ୧୪ ବର୍ଷ) ବିଦ୍ୟାଳୟ ଯିବାକୁ ଅକ୍ଷମ ସେମାନଙ୍କୁ ଘରେ ପିଏମ୍‌ ପୋଷଣ (ଏମ୍‌ଡିଏମ୍‌), ଶୁଖିଲା ରାଶନ (ଚାଉଳ), ରୋଷେଇ ମୂଲ୍ୟ ସାଙ୍ଗକୁ ପାଠ୍ୟ ପୁସ୍ତକ ଆଦି (ଲର୍ନିଂ ମ୍ୟାଟେରିଆଲ) ପହଞ୍ଚାଯିବ। ଏହାର ଉଦ୍ଦେଶ୍ୟ ହେଉଛି କୌଣସି ପିଲା ଯେପରି ପାଠ ପଢା ବୟସରେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ନ ହୁଅନ୍ତି। ଏହା ଉପରେ ଜିଲା ଶିକ୍ଷା ବିଭାଗକୁ ଆସିଥିବା ଚିଠିରେ ଏକଥା ମଧ୍ୟ ଉଲ୍ଲେଖ ଅଛି, ଭିନ୍ନକ୍ଷମ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ଚିହ୍ନଟ ସହ ତାଲିକାଭୁକ୍ତ ପାଇଁ ବ୍ଲକ ରିସୋର୍ସ ପର୍ସନ୍ସ (ବିଆର୍‌ପିଏସ୍‌) ଏବଂ ଇନକ୍ଲୁସିଭ୍‌ ଏଜୁକେଶନ ଭଲ୍ୟୁଣ୍ଟିୟର୍ସ (ଆଇଇଭିଏସ୍‌) ବିଦ୍ୟାଳୟ ଉପସ୍ଥାନ ରେଜିଷ୍ଟର ବ୍ୟବହାର କରି ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ସେମାନେ ଏନେଇ ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌, ଆର୍‌ବିଏସ୍‌କେ ଓ ଆଶାକର୍ମୀଙ୍କ ସହାୟତା ନେଇପାରିବେ। ଏହି ପିଲାମାନଙ୍କୁ ୨ଟି ଶ୍ରେଣୀରେ ବିଭକ୍ତ କରାଯିବ। କେତେକ ପିଲା ବିଦ୍ୟାଳୟରେ ନାମ ଲେଖାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟଗତ କାରଣରୁ ଶିକ୍ଷାନୁଷ୍ଠାନ ଯାଇପାରୁ ନାହାନ୍ତି । ଅନ୍ୟପଟେ କେତେକ ଭିନ୍ନକ୍ଷମ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟରେ ନାମ ଲେଖାଇପାରିନାହାନ୍ତି। ସେମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଚିହ୍ନଟ କରିବାକୁ ପଡ଼ିବ। ବିଆର୍‌ପି ଓ ଆଇଇଭିମାନେ ସେମାନଙ୍କୁ ଦିଆଯାଇଥିବା ଫର୍ମାଟ୍‌ ଅନୁସାରେ ପିଲାଙ୍କ ପୂର୍ଣ୍ଣ ତଥ୍ୟ ପୂରଣ କରିବେ। ତା ପରେ ସେମାନେ ବିଇଓଙ୍କ ପାଖରେ ଏହା ଦାଖଲ କରିବେ। ବିଇଓମାନେ ମଧ୍ୟ ଅନୁରୂପ ଭାବେ ଡିଇଓଙ୍କ ନିକଟରେ ସେମାନଙ୍କ ତଥ୍ୟ ପହଞ୍ଚାଇବେ। ଡିଇଓମାନେ ଏହି ତାଲିକା ଆସନ୍ତା ୨୦ ତାରିଖ ସୁଦ୍ଧା ବିଭାଗରେ ପହଞ୍ଚାଇବେ। ତା’ପରେ ଏହି ପିଲାମାନଙ୍କୁ ଚାଉଳ, ରୋଷେଇ ମୂଲ୍ୟ ଓ ପାଠ୍ୟ ପୁସ୍ତକ ଆଦି ଯୋଗାଯିବ। ଏହାପରେ ପିଲାମାନଙ୍କର କ’ଣ ଅଗ୍ରଗତି ହେଉଛି ତାହା ଅନୁଧ୍ୟାନ ପାଇଁ ପ୍ରକ୍ରିୟା ଚାଲିବ। ବିଆର୍‌ପି ଓ ଆଇଇଭିମାନେ ପ୍ରତି ମାସରେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ଅଗ୍ରଗତି ସମ୍ପର୍କରେ ମାସର ୧୫ ତାରିଖ ଭିତରେ ବିଇଓଙ୍କୁ ଦେବେ। ତା’ପରେ ଡିଇଓମାନେ ବିଭାଗକୁ ରିପୋର୍ଟ ପଠାଇବେ। କେବଳ ଏତିକି ନୁହେଁ, ବିଆର୍‌ପି ଓ ଆଇଇଭିମାନେ ବ୍ୟାପକ ସଚେତନତା ସୃଷ୍ଟି କରିବେ। ବିଶେଷକରି ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବୁଝାଇବେ। ଏହା ସଫଳ ହେଲେ କୌଣସି ପିଲା ଶିକ୍ଷାଦାନରୁ ବଞ୍ଚତ୍ତ ହେବେନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଅନୁଯାୟୀ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?