ଚାଉଳ ରାଜନୀତି: ୧୫ରେ ଆନ୍ଦୋଳନ କରିବ ବିଜେଡି

ଭଞ୍ଜନଗର,୧୧ା୨(ଡି.ଏନ.ଏ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି । ଏହାଦ୍ୱାରା ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍‌ଏସିର ପ୍ରାୟ ୯ ଲକ୍ଷ ହିତାଧିକାରୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଭଞ୍ଜନଗର ବ୍ଲକ ଏବଂ ଏନଏସି ବିଜେଡି ପକ୍ଷରୁ ଆସନ୍ତା ୧୫ ଓ ୧୬ ତାରିଖ ଦୁଇଦିନ ଧରି ଆନ୍ଦୋଳନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭଞ୍ଜନଗର ବ୍ଲକ ଏମ୍‌ପି ପ୍ରତିନିଧି ଦିବାକର ନାୟକ।
ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୫ କେଜି ଚାଉଳ କିମ୍ବା ଗହମ ୫ ଟଙ୍କାରେ ମିଳୁଥିଲା। କୋଭିଡ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କିମ୍ବା ଗହମ ହିତାଧିକାରୀଙ୍କୁ ମିଳୁଥିଲା। ଏହି ଯୋଜନା ପ୍ରାୟ ୨ ବର୍ଷ ଚାଲିଥିଲା। ଗତ ଡିସେମ୍ବରମାସରୁ କେନ୍ଦ୍ର ସରକାର ଏହି ଯୋଜନା ବନ୍ଦ କରିଦେଇଛନ୍ତି। ଏହି ଯୋଜନାରେ ଆସିଥିବା ଚାଉଳ ଶୁକ୍ରବାର ମଧ୍ୟରେ ବାଣ୍ଟିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା, ଯାହା ଶେଷ ହୋଇଛି। ଏବେ ହିତାଧିକାରୀ ପିଛା କେବଳ ୫ କେଜି ଚାଉଳ ଜାନୁୟାରୀ ମାସର କୋଟା ମିଳିବ । କିନ୍ତୁ ତାହା ୫ଟଙ୍କା ବଦଳରେ ମାଗଣା ମିଳିବ । ଏଥିସହ ଅନ୍ତଦ୍ୟୋୟ ଯୋଜନାରେ ୩୫ କେଜି ଚାଉଳ ମଧ୍ୟ ହିତାଧିକାରୀଙ୍କୁ ମାଗଣାରେ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିତ୍ବା ଗହମ ଗତ ଅଗଷ୍ଟ ମାସରୁ ୨୦୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଯୋଗାଣ ବନ୍ଦ ଅଛି। ଭଞ୍ଜନଗର ବ୍ଲକ ଓ ଏନଏସି, ବେଲଗୁଣ୍ଠା ବ୍ଲକ ଓ ଏନଏସି, ସୋରଡ଼ା ବ୍ଲକ ଓ ଏନଏସି, ବୁଗୁଡ଼ା ବ୍ଲକ ଓ ଏନଏସି, ଆସିକା ବ୍ଲକ ଓ ଏନଏସି, ଜଗନ୍ନାଥପ୍ରସାଦ, ଧରାକୋଟ, ଶେରଗଡ଼ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୪୭ ହଜାର ୮୮୫ କାର୍ଡ଼ ଅଛି । ତାହାର ସୁଫଳ ୮ଲକ୍ଷ ୬୫ ହଜାର ୪୧୮ ହିତାଧିକାରୀ ପାଉଛନ୍ତି। ଅନ୍ତଦ୍ୟୋୟ ଯୋଜନାରେ ୨୬ ହଜାର ୩୭୧ଟି କାର୍ଡ଼ ଥିବାବେଳେ ଏଥିରେ ୭୩ ହଜାର ୯୨୦ ହିତାଧିକାରୀ ଅଛନ୍ତି। ଅନ୍ୟପଟେ ବିଜୁଳି ପ୍ରାୟ ଅଧିକାଂଶ ଘରେ ଥିତ୍ବା ବେଳେ କିରାସିନି ଦର ଅଧିକ ଯୋଗୁ ହିତାଧିକାରୀମାନେ କିରାସିନି କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଅସିତ ମହାନ୍ତି କହିଛନ୍ତି, ସରକାରଙ୍କ ଯାହା ନିର୍ଦ୍ଦେଶ ଆସିଲା ତାହାକୁ ଆମେ କାର୍ଯ୍ୟକାରୀ କରୁଛୁ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଏଭଳି ଜନବିରୋଧି ନୀତି ବିରୋଧରେ ବିଜେଡି ଆସନ୍ତା ୧୫ ତାରିଖରେ ଭଞ୍ଜନଗର ବ୍ଲକର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଓ ୧୬ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଭଞ୍ଜନଗର ବ୍ଲକ ଏମପି ପ୍ରତିନିଧି ଦିବାକର ନାୟକ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?