ବିନା ପଦବୀରେ ବଦଳି

Dillip Cherian

ମହାରାଷ୍ଟ୍ର ସରକାର ବରିଷ୍ଠ ବାବୁମାନଙ୍କ ନିଯୁକ୍ତିରେ ବିଳମ୍ବ କରୁଥିବାରୁ ତାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ସମ୍ଭବତଃ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁ ଏଭଳି ବିଳମ୍ବ ଘଟୁଛି। କ୍ଷମତା ହାସଲ କରିବା ପାଇଁ ଏକ ‘ଅବାସ୍ତବ’ ରାଜନୈତିକ ମେଣ୍ଟ ଗଢ଼ିଥିଲେ ବି ସରକାରରେ ଦୁହଁିଙ୍କର ଭୂମିକା କ’ଣ ରହିବ ସେ ସମ୍ପର୍କରେ ସେମାନେ ଏଯାବତ ସ୍ଥିର କରିପାରିିନାହାନ୍ତି। ମହାରାଷ୍ଟ୍ର ସରକାରରେ ଫଡ୍‌ନାବିସ ଦ୍ୱିତୀୟ କ୍ଷମତା କେନ୍ଦ୍ର ହୋଇପାରନ୍ତି, କିନ୍ତୁ ଏହା ସ୍ପଷ୍ଟ ଯେ ସେ ସମସ୍ତ ବିଷୟରେ ନିଷ୍ପତ୍ତି ନେଉଛନ୍ତି ଓ ସବୁକିଛି ନିୟନ୍ତ୍ରଣ କରୁଛନ୍ତି। ଫଡ୍‌ନବିସ ଲଗାତର ଭାବେ ଶିନ୍ଦେଙ୍କଠାରୁ ନିଜକୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିଆସୁଛନ୍ତି, ଯେଉଁଥିପାଇଁ ସବୁ କାର୍ଯ୍ୟରେ ବିଭ୍ରାଟ ପରିଲକ୍ଷିତ ହେଉଛିି ଏବଂ ଏହାର ଏକ ପରିଣାମ ହେଉଛି ନିଯୁକ୍ତିରେ ବିଳମ୍ବ। ସୂତ୍ରରୁ ପ୍ରକାଶ, ଗତ ସପ୍ତାହରେ ୧୯୯୨ ବ୍ୟାଚ୍‌ ୬ ଜଣ ଆଇଏଏସ୍‌ ଅଧିକାରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀକୁ ପଦୋନ୍ନତି ପାଇଥିଲେ। ଏହା ପୂର୍ବରୁ ଆଇଏଏସ୍‌ ଅଧିକାରୀଙ୍କର ଏକ ପ୍ରତିନିଧିମଣ୍ଡଳୀ କ୍ରମାନ୍ବୟରେ ମୁଖ୍ୟ ସଚିବ ମନୁ କୁମାର ଶ୍ରୀବାସ୍ତବ, ଫଡ୍‌ନବିସ ଏବଂ ଶିନ୍ଦେଙ୍କୁ ଭେଟି ଏହି ଅଧିକାରୀମାନଙ୍କୁ ତୁରନ୍ତ ପଦୋନ୍ନତି ଦେବକୁ ଚାପ ପକାଇଥିଲେ। ଅନ୍ୟ ରାଜ୍ୟରେ ଏହିି ଅଧିକାରୀମାନଙ୍କ ବ୍ୟାଚ୍‌ମେଟମାନଙ୍କୁ ପଦୋନ୍ନତି ଦିଆଯାଇଥିବାରୁ ପ୍ରତିନିଧିମଣ୍ଡଳୀ ପଦୋନ୍ନତି ଲାଗି ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ରାଜ୍ୟରେ ୫ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବିନା ପଦବୀରେ ବଦଳି କରାଯାଇଥିଲା। ସେଥିପାଇଁ ଡିସେମ୍ବର ମଧ୍ୟଭାଗରୁ ସେମାନଙ୍କ ପାଖରେ କୌଣସି ପଦବୀ ନାହିଁ। ସେବେଠୁ ସେମାନେ ବିନା କାମରେ ବସିରହିଛନ୍ତି ଓ ପରବର୍ତ୍ତୀ ନିଯୁକ୍ତିର ଦାୟିତ୍ୱକୁ ଚାହଁି ରହିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନ ପାଖେଇ ଆସୁଥିବାରୁ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସମ୍ପ୍ରସାରଣକୁ ନେଇ ନିଯୁକ୍ତିରେ ଆହୁରି ବିଳମ୍ବ ଘଟିବାର ସମ୍ଭାବନା ରହିଛି।
ଡିଜିଟାଲ ବିଭେଦ
ଆପ୍‌ ଆଧାରିତ ଉପସ୍ଥାନକୁ ଗ୍ରହଣୀୟ କରିବା ସରକାରଙ୍କ ପାଇଁ କଠିନ ହୋଇଯାଉଛି। ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ଶ୍ରମିକମାନଙ୍କ ଉପସ୍ଥାନ ବାଧ୍ୟତାମୂଳକ କରିବା ପରେ କେନ୍ଦ୍ର ସରକାର ଏହା ଜାଣିପାରୁଛନ୍ତି। ଗତବର୍ଷ ମେ’ରେ ମୋବାଇଲ ଆପ୍‌କୁ ଏକ ସ୍ବେଚ୍ଛାକୃତ ସେବା ଭାବେ ଆରମ୍ଭ କରାଯାଇଥିଲା। କିନ୍ତୁ ଗତ ମାସରେ ପଞ୍ଚାୟତ ସ୍ତରରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ପାଇଁ ଏହାକୁ ବାଧ୍ୟତାମୂଳକ କରାଯାଇ କାର୍ଯ୍ୟରତ ଶ୍ରମିକମାନଙ୍କ ଫଟୋ ଦିନକୁ ଦୁଇଥର ଅପ୍‌ଲୋଡ୍‌ କରିବାକୁ କୁହାଯାଇଥିଲା। ଯୋଜନାରେ ଅଧିକ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ଦକ୍ଷତା ନିଶ୍ଚିତ କରି ଦୁର୍ନୀତି ଲୋପ କରିବା ଏହାର ମହତ ଲକ୍ଷ୍ୟ । କିନ୍ତୁ ଯୋଜନାରେ ଥିବା ଦୋଷତ୍ରୁଟି ଓ ସମସ୍ୟାକୁ ବାହାର କରିବା ପଦକ୍ଷେପକୁ କେତେକେ ଭୟ କରୁଛନ୍ତି। ଏବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ କେଉଁଠି କାମ ହେଉଛି ଓ ସେଠାରେ କେଉଁ କର୍ମଚାରୀ ଉପସ୍ଥିତ ଅଛନ୍ତି ତାହା ଜାଣିବାକୁ ମୁଖ ଦର୍ଶାଉଥିବା ସଫ୍ଟଓ୍ବେର ଭିତ୍ତିକ ଏକ ଆପ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ କର୍ମଚାରୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ବାବୁମାନେ ସେମାନଙ୍କ ଉପସ୍ଥିତି ସାବ୍ୟସ୍ତ କରିବା ଲାଗି ଆଧାର ସମର୍ଥ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ବ୍ୟବହାର କରୁଛନ୍ତି। ଗତବର୍ଷ ମଧ୍ୟ ରେଡ୍ଡୀ ସରକାର ସ୍କୁଲରେ ଶିକ୍ଷକମାନଙ୍କ ଉପସ୍ଥିତି ଜାଣିବା ଲାଗି ମୁଖ ସୂଚିତ କରୁଥିବା ବାୟୋମେଟ୍ରିକ ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ତାହା ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଦେଖିବାକୁ ଗଲେ ଯୋଜନାକୁ ନେଇ ବାସ୍ତବରେ ସମସ୍ୟା ରହିଛି । ଅନେକ ବାବୁଙ୍କର ନିଜର ସ୍ମାର୍ଟ ଫୋନ ନାହିଁ ଏବଂ ତାହାକୁ କିଭଳି ବ୍ୟବହାର କରାଯାଏ ତାହା ବି ସେମାନେ ଜାଣିନାହାନ୍ତି। ଏହାବାଦ୍‌ ଗୋପନୀୟତା ପ୍ରକାଶ ପାଇବା ଭୟ ବି ଅଛି। ସ୍ପଷ୍ଟତଃ ସରକାରଙ୍କ ଲକ୍ଷ୍ୟ ଏବଂ ତୃଣମୂଳସ୍ତରର ବାସ୍ତବତା ମଧ୍ୟରେ ଏକ ବିରାଟ ଅନ୍ତର ଅଛି। ସୁଧାର ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସରକାର ଡିଜିଟାଲ ବିଭେଦ ଦୂରକରିବା ଦରକାର।
ଜମି କାହାର?
ଜଳନ୍ଧର ଟେବୁଲ ଟେନିସ୍‌ ଷ୍ଟାଡିୟମ ପରିସରରେ ଥିବା ଏକ ଛୋଟ ଜମି ପଞ୍ଜାବର ଜଣେ ଆଇପିଏସ୍‌ ଅଧିକାରୀ ଏବଂ ଜଣେ ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ବିବାଦର କାରଣ ହୋଇଛି। ବିବାଦୀୟ ଜମି ଷ୍ଟାଡିୟମର ଅଂଶ ବିଶେଷ। କିନ୍ତୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ପଞ୍ଜାବ ଆର୍ମଡ ପୋଲିସ-କମ୍‌୍‌ ଆଡମିନିଷ୍ଟ୍ରେଟର ଅଫ୍‌ ପଞ୍ଜାବ ଓ୍ବାକଫବୋର୍ଡ ଏମ୍‌.ଏଫ୍‌ ଫାରୁକ୍ୱି ତାହାକୁ ଓ୍ବାକଫ୍‌ ଜମି ବୋଲି ଦାବି କରିବା ସହ ତାହାର ପରିସୀମା ଚିହ୍ନଟ କରିବା ଲାଗି ପାଚେରି ନିର୍ମାଣ କରିଥିଲେ। ତେବେ ପାଚେରି ନିର୍ମାଣ ଦିନ ମହାନଗର ନିଗମ କର୍ମଚାରୀମାନେ ସେଠାରେ ପହଞ୍ଚି ତାହାକୁ ଜବରଦଖଲ ଦର୍ଶାଇ ଭାଙ୍ଗିଦେଇଥିଲେ। ମହାନଗର ନିଗମ କମିଶନର ଅଭିଜିତ କାପ୍‌ଲିସ ତାଙ୍କ କର୍ମଚାରୀମାନଙ୍କ ଏଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଏହାବ୍ୟତୀତ ସେଠାରେ ଓ୍ବାକଫ୍‌ ବୋର୍ଡ ଜମି ଦଖଲ କରିବାକୁ ତହସିଲଦାର କିମ୍ବା ଏସ୍‌ଡିଏମ୍‌ଙ୍କ କୌଣସି ନିର୍ଦ୍ଦେଶ ନ ଥିଲା ବୋଲି ସେ ଦାବି କରିଥିଲେ। ଉକ୍ତ ଘଟଣା ତୀବ୍ର ହେବା ପରେ ତାହା ପଞ୍ଜାବ କ୍ରୀଡ଼ାମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି। ଏବେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ବାବୁମାନେ ରେକର୍ଡ ପତ୍ର ଅନୁଧ୍ୟାନ କାର୍ଯ୍ୟରେ ଲାଗିପଡ଼ିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri