ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ସେ ହଠାତ୍‌ ସିବିଆଇ ତଦନ୍ତ ଦାବି କରିଥିଲେ। ଏପରିକି ସୁଶାନ୍ତଙ୍କ ପ୍ରେମିକା ଭାବେ ସେ ଏହା ଚାହୁଁଥିବା କହିଥିଲେ। କଥାକୁ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଯାହାକୁ ନେଇ ତାଙ୍କୁ ଚାରିଆଡ଼ୁ ଟ୍ରୋଲ କରାଯାଇଥିଲା। ଏବେ ପୁଣି ଥରେ ସେଭଳି କିଛି ଦେଖିବାକୁ ମିଳିଛି। ହେଲେ ପ୍ରସଙ୍ଗ ଅଲଗା ରହିଛି।

ଶୁକ୍ରବାର ସନ୍ଧ୍ୟା ୭ଟାରେ ସୁଶାନ୍ତ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ। ଡିଜ୍‌ନି ହଟ୍‌ଷ୍ଟାରରେ ବିନା ଦେୟରେ ଏହାକୁ ଦର୍ଶକେ ଦେଖିପାରିବେ। ସମସ୍ତେ ଏହି ସମୟକୁ ଏକପ୍ରକାର ଅପେକ୍ଷା କରି ରହିଛନ୍ତି। ରିୟା ମଧ୍ୟ ଏହାକୁ ନେଇ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ, ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ଫିଲ୍ମର ପୋଷ୍ଟର ଶେୟାର କରି ରିୟା ଲେଖିଛନ୍ତି, ତୁମକୁ ଦେଖିବା ପାଇଁ ନିଜ ଭିତରୁ ସମସ୍ତ ଶକ୍ତିକୁ ଏକାଠି କରିବି। ତୁମେ ଏଠି ମୋ ସହ ଅଛ। ମୁଁ ଜାଣିଛି ତୁମେ ଅଛ। ମୁଁ ତୁମକୁ ଏବଂ ତୁମ ପ୍ରେମକୁ ସେଲିବ୍ରେଟ୍‌ କରିବି। ତୁମେ ମୋ ଜୀବନର ହିରୋ। ମୁଁ ଜାଣିଛି ଏହି ଫିଲ୍ମକୁ ତୁମେ ମୋ ସହ ଦେଖିବ। ହେଲେ ରିୟାଙ୍କ ଏହି କଥାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖପ୍ପା ହୋଇଯାଇଛନ୍ତି। ତାଙ୍କୁ ହୃଦୟହୀନ ଏବଂ ତାଙ୍କ କଥା ଲୋକଦେଖାଣିଆ ବୋଲି ସେମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ଘଟଣାର ପୁରନାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଘରୁ ତଲାସୀ ବେଳେ ମିଳିଲା ୭.୨୯ ଲକ୍ଷ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା

କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri