ଗଞ୍ଜେଇ, ଡ୍ରଗ୍ସ ସେବନ କରୁଥିଲେ ସୁଶାନ୍ତ! ଶ୍ରୁତି ମୋଦିଙ୍କୁ ଦେଇଥିଲେ ଏଭଳି ପ୍ରତିଶ୍ରୁତି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ବି ସନ୍ଦେହ ଘେରରେ। ପ୍ରଥମେ ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ ଏବେ ଏହା ହତ୍ୟା ଦିଗକୁ ଯାଉଥିବା ନଜର ଆସୁଛି। ଏସବୁ ମଧ୍ୟରେ ଛନ୍ଦି ହେଉଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଘଟଣାର ତଦନ୍ତ ଭାର ସିବିଆଇ ନେବା ପରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ ହେଉଛି। ଏପରିସ୍ଥଳେ ଏବେ ଆଉ ଏକ ନୂଆ ଖୁଲାସା ହୋଇଛି। ତାହା ହେଲା ଡ୍ରଗ୍ସର।

ରିୟା ଏବଂ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଶ୍ରୁତି ମୋଦିଙ୍କ ଚାଟ୍‌ ଭାଇରାଲ ହେଉଛି। ଏଥିରେ ଶ୍ରୁତି ଲେଖିଛନ୍ତି, ସେ ଆଜି ସକାଳେ କାନ୍ଦୁଥିଲା। ସେ ସିଦ୍ଧୁଙ୍କୁ ମଧ୍ୟ ଘରକୁ ଯିବାକୁ କହିଥିଲେ। ଯଦି ତାଙ୍କୁ ଡିଆଇଡି ହୋଇଛି ତେବେ ଡାକ୍ତରଙ୍କୁ କହି ଠିକ୍‌ ଔଷଧ ନିଅ। ସେ କହୁଥିଲେ ତୁମେମାନେ ତାର ଯତ୍ନ ନେଉଛ। ଔଷଧ ଦେଉଛ। ଏହାସତ୍ତ୍ୱେ ସେ ଠିକ୍‌ ହେଉନାହିଁ। ତାଙ୍କୁ ଗଞ୍ଜେଇ ଛାଡ଼ିବାକୁ ହେବ। କାଲିଠାରୁ ସେ ଏହାକୁ ସେବନ କରୁନଥିବା କହୁଥିଲା। ସେ କହିଲା କି ସେ ଶୋଇଲାଣି। ମୁଁ ମଧ୍ୟ ଯାଉଛି। ସକାଳେ ସାହିଲ୍‌ଙ୍କୁ ଆରୋଗ୍ୟନୀଧି ଯିବାକୁ ହେବ ନା? ଏହାପରେ ରିୟା ହଁ କହିଛନ୍ତି।

ଉଭୟଙ୍କ ଚାଟ ଭାଇରାଲ ହେବା ପରେ ସୁଶାନ୍ତ ନିଶା ସେବନ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ରିୟା ତାଙ୍କୁ ଡ୍ରଗ୍ସ ଦେଉଥିବା ମଧ୍ୟ କୁହାଯାଉଛି। ହେଲେ ରିୟାଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri