ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇଁ ହଟହଟା

କଟକ,୭ା୭ (କାର୍ତ୍ତିକ ସାହୁ): ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଂସ୍କାର ଆଣୁଥିବା ଡିଣ୍ଡିମ ପିଟୁଛି। ହେଲେ ସଂଶୋଧିତ ମାଟ୍ରିକ ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏପରି କି ବଲାଙ୍ଗୀର, ନବରଙ୍ଗପୁର ଭଳି ଦୂର ଅଞ୍ଚଳରୁ ୨୦୧୪ରୁ ବୋର୍ଡ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ କାର୍ଯ୍ୟ କେବଳ କାଗଜରେ ସୀମିତ ରହିଯାଇଛି। ଶତାଧିକ ଛାତ୍ରୀଛାତ୍ର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ଅନ୍ତର୍ଗତ ବନ୍ଧପାଲିର ସରକାରୀ ୟୁଜି ହାଇସ୍କୁଲର ଛାତ୍ର ଜଗମୋହନ ସାହୁ ୨୦୧୪ ମେ’ ମାସରେ ନିୟମିତ ବାର୍ଷିକ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପାସ୍‌ କରିଥିଲେ। ସେ ପାଇଥିବା ବୋର୍ଡ ସାର୍ଟିଫିକେଟ୍‌ରେ ତାଙ୍କର ଫଟୋ ନ ଥିଲା। ସାର୍ଟିଫିକେଟ ସଂଶୋଧନ ପାଇଁ ସେ ପଢୁଥିବା ହାଇସ୍କୁଲ ଜରିଆରେ ବୋର୍ଡର ଶାଖା କାର୍ଯ୍ୟାଳୟ ସମ୍ବଲପୁରରେ ଆବଶ୍ୟକ ଦେୟ ପଇଠ କରି ଆବେଦନ କରାଯାଇଥିଲା। ହେଲେ କୌଣସି ଫଳ ମିଳି ନ ଥିଲା। ପୁନର୍ବାର ୨୦୧୬ ଓ ୨୦୨୧ରେ ମଧ୍ୟ ଏଥିପାଇଁ ଆବେଦନ କରାଯାଇଥିଲା। ତାଙ୍କୁ ୨୦୨୨ ଜୁଲାଇ ୧୪ରେ ଏକ ସାର୍ଟିଫିକେଟ ଇସ୍ୟୁ ହୋଇଥିଲା, ହେଲେ ଏଥିରେ ବି ଫଟୋ ନ ଥିଲା। ବିଭିନ୍ନ ସମୟରେ ହାଇସ୍କୁଲ୍‌ର ଶିକ୍ଷକ ଓ ସେ ନିଜେ ବୋର୍ଡ ଅଫିସ୍‌କୁ ଦୌଡ଼ି ଚାଲିଛନ୍ତି। ଗୁରୁବାର ପୁଣି ସେ ବୋର୍ଡ କାର୍ଯ୍ୟାଳୟକୁ ଆସି ତାଙ୍କ ସାର୍ଟିଫିକେଟ୍‌ ସଂଶୋଧନ ବାବଦରେ ପଚାରି ନିରାଶ ହୋଇଛନ୍ତି। ମାଟ୍ରିକ ସାର୍ଟିଫିକେଟ୍‌ରେ ଫଟୋ ଥିବା ହେତୁ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଉଛି। ହେଲେ ଜଗମୋହନଙ୍କୁ ୯ ବର୍ଷ ପରେ ବି ମିଳିପାରିଲାନି ସଂଶୋଧିତ ସାର୍ଟିଫିକେଟ୍‌। ଏନେଇ ଜଗମୋହନ କହିଛନ୍ତି, କଟକରୁ ବଲାଙ୍ଗୀର ୫୦୦ କିଲୋମିଟରରୁ ଅଧିକ ଦୂର। ଏଠାକୁ ଆସିବାକୁ ହେଲେ ଯିବାଆସିବା ଗାଡ଼ିଭଡ଼ା, କଟକରେ ରହିବା, ଖାଇବା ଆଦି ବାବଦରେ ଥରକେ ୨୦୦୦ରୁ ୩୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଦୀର୍ଘ ୯ ବର୍ଷ ହେବ ଏକପ୍ରକାର ମାନସିକ ନିର୍ଯାତନା ମଧ୍ୟରେ ମୁଁ ଓ ମୋର ମାତାପିତା ରହିଆସିଛୁ। କେବେ ଏ ସଂଶୋଧିତ ସାର୍ଟିଫିକେଟ ମିଳିବ ସେନେଇ ଅନ୍ଧାରରେ ରହିଛି। ଏ ଦିଗରେ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କଲେ ହୁଏତ ଆମେ ସାର୍ଟିଫିକେଟ ପାଇପାରନ୍ତୁ ବୋଲି ସେ କହିଛନ୍ତି।
ସେହିପରି ଅନ୍ୟ ଜଣେ ଛାତ୍ର ହେଲେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଜମୁଗୁଡ଼ା ରାଜୀବ ଗାନ୍ଧୀ ହାଇସ୍କୁଲ୍‌ର ଛାତ୍ର ଦେବାଶିଷ ନାୟକ। ଦେବାଶିଷଙ୍କ ସମେତ ତାଙ୍କ ହାଇସ୍କୁଲର ୯ ଜଣ ପିଲାଙ୍କର ବୋର୍ଡ ସାର୍ଟିଫିକେଟ୍‌ରେ ବିଭିନ୍ନ ପ୍ରକାର ତ୍ରୁଟି ହୋଇଥିଲା। ଏହାକୁ ସଂଶୋଧନ କରିବା ପାଇଁ ୨୦୧୪ ଅଗଷ୍ଟ ୨୭ରେ ହାଇସ୍କୁଲ ପକ୍ଷରୁ ୮୦୦ ଟଙ୍କା ଦେୟ ପ୍ରଦାନ କରି ବୋର୍ଡର ଜୟପୁର ଶାଖା କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଦେବାଶିଷଙ୍କ ସାର୍ଟିଫିକେଟ୍‌ରେ ବାପାଙ୍କ ଠିକ୍‌ ନାମ ଭିକାରି ଚରଣ ନାୟକ ବଦଳରେ ଭିକାରା ଚରଣ ନାୟକ ହୋଇଥିଲା। ଏହାକୁ ସଂଶୋଧନ କରିବା ପାଇଁ ସେ ନିଜେ ବହୁବାର ବୋର୍ଡ ମୁଖ୍ୟାଳୟକୁ ଦୌଡୁଛନ୍ତି। ଏହାବାଦ ବିଭିନ୍ନ ସମୟରେ ସମ୍ପୃକ୍ତ ହାଇସ୍କୁଲ୍‌ର ଶିକ୍ଷକମାନେ ବୋର୍ଡ ମୁଖ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେଣି। ଦେବାଶିଷ ମଧ୍ୟ ଗୁରୁବାର ବୋର୍ଡ କାର୍ଯ୍ୟାଳୟକୁ ବୁଝିବାକୁ ଆସି ନିରାଶରେ ଫେରିଛନ୍ତି। ଏହାବାଦ ଓଡ଼ିଶାରେ କେତେ ସଂଖ୍ୟକ ଛାତ୍ରୀଛାତ୍ର ଏଭଳି ସମସ୍ୟାରେ ପଡ଼ି ବୋର୍ଡ ମୁଖ୍ୟାଳୟକୁ ଦୌଡୁଛନ୍ତି ତା’ର ହିସାବ କେବଳ ବୋର୍ଡ ପାଖରେ ଥିବ ବୋଲି ସେ କହିଛନ୍ତି। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ବୋର୍ଡ ସମ୍ପାଦକ ସୁମିତା ସରକାର ବି ଅନୁରୂପ ଭାବେ ଏ ବାବଦରେ ମତ ରଖିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?